Pornography case: ଏବେ ଜେଲରେ ରହିବେ ରାଜ କୁନ୍ଦ୍ରା, କୋର୍ଟ ଦେଲେ ଏହି ରାୟ
Advertisement

Pornography case: ଏବେ ଜେଲରେ ରହିବେ ରାଜ କୁନ୍ଦ୍ରା, କୋର୍ଟ ଦେଲେ ଏହି ରାୟ

ମୁମ୍ବାଇର କ୍ରାଇମ ବ୍ରାଞ୍ଚ ଏହି ମାମଲାର ନିରନ୍ତର ତଦନ୍ତ କରୁଛି ଓ ଏହି ମାମଲାରେ ପ୍ରତିଦିନ ନୂଆ ଖୁଲାସା କରାଯାଉଛି । ମୁମ୍ବାଇ ପୋଲିସ କୋର୍ଟକୁ କହିଛି ଯେ ରାଜ କୁନ୍ଦ୍ରା ପର୍ଣ୍ଣ ଫିଲ୍ମ ନିର୍ମାଣ ଓ ବାଣିଜ୍ୟ କରି ପ୍ରାୟ ୧.୧୭ କୋଟି ଟଙ୍କା ରୋଜଗାର କରିଛନ୍ତି ।

Pornography case: ଏବେ ଜେଲରେ ରହିବେ ରାଜ କୁନ୍ଦ୍ରା, କୋର୍ଟ ଦେଲେ ଏହି ରାୟ

ମୁମ୍ବାଇ: ପର୍ଣ୍ଣ ଫିଲ୍ମ ନିର୍ମାଣ ଓ ଏହାକୁ ଆପରେ ଅପଲୋଡ୍ କରି ଗିରଫ ହୋଇଥିବା ଶିଳ୍ପା ଶେଟ୍ଟୀଙ୍କ (Shilpa Shetty) ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ (Raj Kundra) ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ନିକଟରେ ମୁମ୍ବାଇର ଏସପ୍ଲାନେଡ୍ କୋର୍ଟ (Esplanade Court) ରାଜ ଓ ରିଆନ୍ ଥର୍ପେଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ରାଜ କୁନ୍ଦ୍ରା ୧୪ ଦିନ ନ୍ୟାୟିକ ହେପାଜତରେ ଅଛନ୍ତି ଓ ବର୍ତ୍ତମାନ ତାଙ୍କ ଜାମିନ ଆବେଦନ ମଧ୍ୟ ପ୍ରତ୍ୟାଖ୍ୟାନ କରାଯାଇଛି । ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଫେବୃଆରୀରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ (Mumbai Crime Branch) ସମ୍ମୁଖରେ ଅଶ୍ଳୀଳ ରାକେଟ୍ ମାମଲା ରୁଜୁ କରାଯାଇଥିଲା । ଯେତେବେଳେ କ୍ରାଇମ ବ୍ରାଞ୍ଚ ଜାଣିବାକୁ ପାଇଲା ଯେ ଏହି ମାମଲାର ଷ୍ଟ୍ରିଙ୍ଗ ପ୍ରସିଦ୍ଧ ବ୍ୟବସାୟୀ ତଥା ଶିଳ୍ପା ଶେଟ୍ଟୀଙ୍କ (Shilpa Shetty) ସ୍ୱାମୀ ରାଜ କୁନ୍ଦ୍ରାଙ୍କ (Raj Kundra) ସହ ଜଡିତ ସେତବେଳେ ଏହାର ତଦନ୍ତ ଆରମ୍ଭ କରିଥିଲା । ପାଞ୍ଚ ମାସର ତଦନ୍ତ ପରେ କ୍ରାଇମ ବ୍ରାଞ୍ଚ ଦୃଢ଼ ପ୍ରମାଣ ପାଇଥିଲା ଯାହା ଆଧାରରେ ରାଜଙ୍କୁ ଗିରଫ କରାଯାଇଥିଲା ।

ମୁମ୍ବାଇର କ୍ରାଇମ ବ୍ରାଞ୍ଚ ଏହି ମାମଲାର ନିରନ୍ତର ତଦନ୍ତ କରୁଛି ଓ ଏହି ମାମଲାରେ ପ୍ରତିଦିନ ନୂଆ ଖୁଲାସା କରାଯାଉଛି । ମୁମ୍ବାଇ ପୋଲିସ କୋର୍ଟକୁ କହିଛି ଯେ ରାଜ କୁନ୍ଦ୍ରା (Raj Kundra) ପର୍ଣ୍ଣ ଫିଲ୍ମ ନିର୍ମାଣ ଓ ବାଣିଜ୍ୟ କରି ପ୍ରାୟ ୧.୧୭ କୋଟି ଟଙ୍କା ରୋଜଗାର କରିଛନ୍ତି ଓ ସେ କେବଳ ଅଗଷ୍ଟ ୨୦୨୦ ରୁ ଡିସେମ୍ବର ୨୦୨୦ ମଧ୍ୟରେ ଏହି ଟଙ୍କା ରୋଜଗାର କରିଛନ୍ତି । ରାଜ କୁନ୍ଦ୍ରା ଦୀର୍ଘ ଦିନ ଧରି ତାଙ୍କ ଗିରଫଦାରୀକୁ ଭୁଲ ବୋଲି କହିଆସୁଥିଲେ ମଧ୍ୟ କୋର୍ଟ ତାଙ୍କୁ କୌଣସି ପ୍ରକାର ଆରାମ ଦେବାକୁ ମନା କରି ଦେଇଛନ୍ତି ।

ଅଧିକ ପଢ଼ନ୍ତୁ: ଭଲ ଖବର! ଘରେ ବସି ୧୫ ଲକ୍ଷ ଟଙ୍କା ଜିତିବାର ସୁଯୋଗ ଦେଉଛନ୍ତି ସରକାର, କେବଳ କରିବାକୁ ଏହି କାମ

ଏହି ମାମଲାରେ ପୋଲିସ ପ୍ରଥମ ଚାର୍ଜସିଟ୍ ଦାଖଲ କରିଛି ଯେଉଁଥିରେ ରାଜ କୁନ୍ଦ୍ରାଙ୍କ ପର୍ଣ୍ଣ ଫିଲ୍ମ ବ୍ୟବସାୟ ବିଷୟରେ ନୂଆ ଖୁଲାସା କରାଯାଇଛି । କୁହାଯାଉଛି ଯେ ରାଜ କୁନ୍ଦ୍ରା କମ୍ପାନୀ ପାଇଁ ଏକ ଟାର୍ଗେଟ ସେଟ କରିଥିଲେ । ସେ ୨୦୨୩ ସୁଦ୍ଧା ଏହି ଫିଲ୍ମ ମାଧ୍ୟମରେ ୩୪ କୋଟି ଟଙ୍କା ରୋଜଗାର କରିବାକୁ ଲକ୍ଷ୍ୟ ରଖିଥିଲେ । ଏହାପୂର୍ବରୁ କ୍ରାଇମବ୍ରାଞ୍ଚ କହିଛି ଯେ ରାଜ କୁନ୍ଦ୍ରା ପ୍ରାୟ ୯ କୋଟି ଟଙ୍କାରେ ଅନେକ ଭିଡିଓ ବିକ୍ରୟ କରିବା ପାଇଁ ମଧ୍ୟ ଚୁକ୍ତି କରିଛନ୍ତି ।