Sawan 2023: ସରକାରଙ୍କ ନିର୍ଦ୍ଦେଶ, କାଉଡି଼ଆ ଯାତ୍ରା ସମୟରେ ରାସ୍ତାରେ ଖୋଲିବ ନାହିଁ ମାଂସ ଓ ମଦ ଦୋକାନ
Advertisement
Article Detail0/zeeodisha/odisha1762435

Sawan 2023: ସରକାରଙ୍କ ନିର୍ଦ୍ଦେଶ, କାଉଡି଼ଆ ଯାତ୍ରା ସମୟରେ ରାସ୍ତାରେ ଖୋଲିବ ନାହିଁ ମାଂସ ଓ ମଦ ଦୋକାନ

Sawan 2023: କାଉଡ଼ିଆ ଯାତ୍ରା ସମୟରେ ଭକ୍ତ ମାନଙ୍କର ଯେପରି କିଛି ଅସୁବିଧା ନହୁଏ ସେ ନେଇ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି ରାସ୍ତା ଘାଟ ଓ ଶିବାଳୟ ଉପରେ ସିସିଟିଭି କ୍ୟାମେରା ଲଗାଇବା ସହ ପିଏସ୍ ସିଷ୍ଟମ ପାଇଁ ବ୍ୟବସ୍ଥା ମଧ୍ଯ ସୁନିଶ୍ଚିତ କରିବାକୁ କୁହାଯାଇଛି ।

ସୌ(ସୋସିଆଲ ମିଡିଆ)

Sawan 2023: ହିନ୍ଦୁ ଧର୍ମରେ ଶ୍ରାବଣ ମାସର ବିଶେଷ ମହତ୍ବ ରହିଛି । ଏହି ମାସ ଭଗବାନ ଶିବଙ୍କୁ ସମର୍ପିତ । କୁହାଯାଏ, ଶ୍ରାବଣ ମାସ ଭଗବାନ ଶିବଙ୍କ ପ୍ରିୟ  ମାସ ଅଟେ, ତେଣୁ ଏହି ମାସରେ ମହାଦେବଙ୍କୁ ନିଷ୍ଠାର ସହ ଉପାସନା ସହ ଜଳାଭିଷେକ କଲେ ସବୁ ଇଚ୍ଛା ପୂର୍ଣ୍ଣ ହୁଏ । ଶିବ ପୁରାଣ ଅନୁଯାୟୀ, ଶ୍ରାବଣ ମାସ ସୋମବାରେ ଉପବାସ କରୁଥିବା ବ୍ୟକ୍ତିର ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ । ଶ୍ରାବଣ ମାସ ଶୁଭାରମ୍ଭ କୃଷ୍ଣ ପକ୍ଷ ପ୍ରତିପଦା ତିଥିରୁ ଆରମ୍ଭ ହୋଇଥାଏ। ଚଳିତ ବର୍ଷ ଶ୍ରାବଣ ମାସ ପାଖାପାଖି ୨ ମାସ ଧରି ଚାଲିବ।

ସୂଚନା ଅନୁଯାୟୀ, ଜୁଲାଇ ୪ରୁ କାଉଡ଼ିଆ ଯାତ୍ରା (Kaudia Yatra) ପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଶ୍ରାବଣ ମାସରେ ଲକ୍ଷ ଲକ୍ଷ କାଉଡ଼ିଆ ମାନେ ଶିବଙ୍କ ଉପରେ ଜଳଲାଗି ନେଇ ବିଭିନ୍ନ ଶୈବ ପୀଠକୁ ଯାଇଥାଆନ୍ତି । ତେବେ ସେମାନଙ୍କ ସୁରକ୍ଷା ସହ ଯାତ୍ରାକୁ ସୁରକ୍ଷିତ ଭାବେ ଶେଷ କରିବା ନେଇ ଶନିବାର ଦିନ ପ୍ରୟୋଗରାଜ ପୋଲିସ (Prayagraj Police) ଲାଇନର ମୁଖ୍ୟ ଶାସନ ସଚିବ ସଞ୍ଜୟ ପ୍ରସାଦ ଓ ପୋଲିସ ମହାନିର୍ଦ୍ଦଶକ ବିଜୟ କୁମାରଙ୍କ ଦ୍ବାରା ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ପରେ ମୁଖ୍ୟ ଶାସନ ସଚିବ ସଞ୍ଜୟ ପ୍ରସାଦ କହିଛନ୍ତି ଯେ, କାଉଡ଼ିଆ ଯାତ୍ରା ସମୟରେ ରୁଟ୍ ଡ଼ାଇଭର୍ସନ, ଚିକିତ୍ସା ବ୍ୟବସ୍ଥା ଓ ସ୍ବଚ୍ଛତା ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା । ତେବେ ଏହି ସମୟରେ କାଉଡ଼ିଆ ଯାତ୍ରୀ ଯାଉଥିବା ମାର୍ଗରେ ସମସ୍ତ ମାଂସ (Meat) ଓ ମଦ ଦୋକାନ (liquor shops) ଗୁଡ଼ିକ ବନ୍ଦ ରଖାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ଏହାସହ କାଉଡ଼ିଆ ଯାତ୍ରା ସମୟରେ ଭକ୍ତ ମାନଙ୍କର ଯେପରି କିଛି ଅସୁବିଧା ନହୁଏ ସେ ନେଇ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି ରାସ୍ତା ଘାଟ ଓ ଶିବାଳୟ ଉପରେ ସିସିଟିଭି କ୍ୟାମେରା ଲଗାଇବା ସହ ପିଏସ୍ ସିଷ୍ଟମ ପାଇଁ ବ୍ୟବସ୍ଥା ମଧ୍ଯ ସୁନିଶ୍ଚିତ କରିବାକୁ କୁହାଯାଇଛି । କାଉଡ଼ିଆ ଯାତ୍ରା ସମୟରେ ଯେପରି କୌଣସି ଦୁର୍ଘଟଣା ନ ଘଟେ ସେଥିପ୍ରତି ଧ୍ୟାନ ଦେବା ସହ ରୁଟ୍ ଡ଼ାଇଭର୍ସନକୁ କଡ଼ାକଡ଼ି ଓ ନିରନ୍ତର ପାଟ୍ରୋଲିଂ (Patrolling )ଜାରି ରଖିବା ନେଇ ବୈଠକରେ ପୋଲିସ ଅଧିକାରୀଙ୍କୁ ପୋଲିସ ମହାନିର୍ଦ୍ଦେଶ ବିଜୟ କୁମାର ନିର୍ଦ୍ଦେଶ ଦେଇଛନ୍ତି  ।

ପ୍ରକାଶ ଥାଉ କି, ଚଳିତ ବର୍ଷ ଶ୍ରାବଣ ମାସରେ (Sravana Masa) ୮ ଟି ସୋମବାର ରହିଛି। ତେବେ ଏହି ମାସରେ ଶୁଭ ସଂଯୋଗ ଘଟିବାକୁ ଯାଉଛି। ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ, ଚଳିତ ଶ୍ରାବଣ ମାସ ପାଖାପାଖି ୨ ମାସ ଧରି ରହିବ। ଶ୍ରାବଣ ମାସର ଆରମ୍ଭ ୨ ଜୁଲାଇ ୨୦୨୩ ରୁ ଆରମ୍ଭ ହୋଇ ୩୧ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ରହିବ। ଏହାର ଅର୍ଥ ଚଳିତ ବର୍ଷ ଭଗବାନ ଶିବଙ୍କ ଉପାସନା ପାଇଁ ୫୯ ଦିନ ପର୍ଯ୍ୟନ୍ତ ରହିବ। କୁହାଯାଉଛି, ଏହି ଶୁଭ ସଂଯୋଗ ୧୯ ବର୍ଷ ପରେ ଘଟୁଛି । ପ୍ରକୃତରେ ଚଳିତ ବର୍ଷ ୧୮ ଜୁଲାଇରୁ ୧୬ ଅଗଷ୍ଟ ପର୍ଯ୍ୟନ୍ତ ଶ୍ରାବଣ ଅଧିକମାସ ରହିବାକୁ ଯାଉଛି । ଏହାର ଅର୍ଥ ୧୮ ଜୁଲାଇରୁ ୧୬ ଅଗଷ୍ଟ ପର୍ଯ୍ୟନ୍ତ ମଳମାସ ରହିବ। ଅର୍ଥାତ୍ ଚଳିତ ବର୍ଷ ଶ୍ରାବଣ ମାସରେ ଭଗବାନ ଶିବଙ୍କ (Lord Siva) ସହ ଭଗବାନ ବିଷ୍ଣୁଙ୍କ(Lord Vishnu) କୃପା ମଧ୍ୟ ରହିବ।  ଶ୍ରାବଣ ମାସ ଓ  ଚନ୍ଦ୍ର ମାସ ଆଧାରରେ ପଞ୍ଚାଙ୍ଗ ଗଣନା କରାଯାଏ । ଚନ୍ଦ୍ର ମାସ ୩୫୪ ଦିନ ଅଟେ। ସୋର ମାସ ହେଉଛି ୩୬୫ ଦିନ । ଏପରି ପରିସ୍ଥିତିରେ ୧୧ ଦିନର ପାର୍ଥକ୍ୟ ଅଛି ଓ ୩ ବର୍ଷ ମଧ୍ୟରେ ଏହି ପାର୍ଥକ୍ୟ ୩୩ ଦିନ ହୋଇଯାଏ। ଯାହାକୁ ‘ଅଧିକ ମାସ’ କୁହାଯାଏ । ଏଥର ଶ୍ରାବଣ ଗୋଟିଏ ବଦଳରେ ଦୁଇ ମାସ ହେବାକୁ ଯାଉଛି । ଅର୍ଥାତ୍ ଏଥର ଭୋଳାନାଥଙ୍କ (Lord Bholanath) ଭକ୍ତମାନେ ତାଙ୍କୁ ପୂଜା କରିବା ପାଇଁ ୮ ଟି ସୋମବାର ପାଇବେ । 

ଶ୍ରାବଣ ସୋମବାର ତାରିଖ

ପ୍ରଥମ ସୋମବାର: ୧୦ ଜୁଲାଇ

ଦ୍ୱିତୀୟ ସୋମବାର: ଜୁଲାଇ ୧୭

ତୃତୀୟ ସୋମବାର: ୨୪ ଜୁଲାଇ

ଚତୁର୍ଥ ସୋମବାର: ୩୧ ଜୁଲାଇ

ପଞ୍ଚମ ସୋମବାର: ୦୭ ଅଗଷ୍ଟ

ଷଷ୍ଠ ସୋମବାର: ୧୪ ଅଗଷ୍ଟ

ସପ୍ତମ ସୋମବାର: ୨୧ ଅଗଷ୍ଟ

ଅଷ୍ଟମ ସୋମବାର: ୨୮ ଅଗଷ୍ଟ