Ratan Tata Passes Away: ଆଉ ନାହାଁନ୍ତି ଟାଟା ଗ୍ରୁପର ଅଧ୍ୟକ୍ଷ ରତନ ଟାଟା। ଗତକାଲି ସଂନ୍ଧ୍ୟାରେ ତାଙ୍କର ଦେହାନ୍ତ ହୋଇଛି। ୮୬ ବର୍ଷ ବୟସରେ ଭାରତର ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କର ମୁମ୍ବାଇର ଏକ ଘରୋଇ ହସପିଟାଲରେ ପରଲୋକ ହୋଇଛି। ସେ କିଛିଦିନ ଧରି ସେ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। କିନ୍ତୁ ଗତକାଲି ଚିକିତ୍ସାଧିନ ଅବସ୍ଥାରେ ସେ ଆଖିବୁଜିଛନ୍ତି। ରତନ ଟାଟା ଭାରତୀୟ ଇଣ୍ଡଷ୍ଟ୍ରିର ଜଣେ ବଡ଼ ବ୍ୟକ୍ତିତ୍ୱର ସଫଳ ଉଦାହରଣ। ବିଶ୍ବ ଶିଳ୍ପ ଜଗତରେ  ଅତି ଜଣାଶୁଣା ଏହି ବିଜିନେସ୍ ଟାଇକୁନ୍ ଙ୍କୁ ଏକାଧିକ ସମ୍ମାନ ସହ ପଦ୍ମବିଭୂଷଣଫେ ସମ୍ମାନୀତ କରାଯାଇଥିଲା। ତାଙ୍କର ଦେହାନ୍ତରେ ଶାହା ବିଶ୍ବ ଶୋକ ବ୍ୟକ୍ତ କରିଛି।


COMMERCIAL BREAK
SCROLL TO CONTINUE READING

 



ALSO READ: Weather Update: ଆଜି ଏହିସବୁ ଜିଲ୍ଲାରେ ବିଜୁଳି ଘଡ଼ଘଡି଼ ସହ ବର୍ଷା ସମ୍ଭାବନା, ସତର୍କ କଲା ବିଭାଗ


ALSO READ: Today Horoscope: ଏହି ୫ ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ ଆଜିର ଦିନ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର?


ରତନ ଟାଟାଙ୍କ ଦେହାନ୍ତରେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ ସୋସିଆଲ୍ ମିଡିଆ ହ୍ୟାଣ୍ତେଲ୍ 'ଏକ୍ସ' ରେ ଶୋକ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି ଯେ,  ରତନ ଟାଟା ଏପରି ଜଣେ ମଣିଷ ଥିଲେ। ଯିଏ ରାଷ୍ଟ୍ର ନିର୍ମାଣରେ ବ୍ୟବସାୟକ ବୃଦ୍ଧିକୁ ଆଗକୁ ବଢାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ସେ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ଓ ଉଦାହରଣ ଥିଲେ। ମୁଁ ତାଙ୍କ ପରିବାର ବର୍ଗ ଓ ତାଙ୍କ ପ୍ରଂଶସକଙ୍କୁ ସମଦେବନା ଜଣାଉଛି। ସେହିପରି ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେହିପରି, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମଧ୍ୟ ଶୋକ ବ୍ୟକ୍ତ କରିଛନ୍ତି। ସେ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଲେଖିଛନ୍ତି ଯେ,' କିମ୍ବଦନ୍ତୀ ଶିଳ୍ପପତି ତଥା ପ୍ରକୃତ ଜାତୀୟତାବାଦୀ ଶ୍ରୀ ରତନ ଟାଟାଙ୍କ ଦେହାନ୍ତରେ ଗଭୀର ଦୁଖିତ ଥିବା କହିଛନ୍ତି। ସେ ନିସ୍ୱାର୍ଥପର ଭାବରେ ନିଜ ଜୀବନକୁ ଆମ ଦେଶର ବିକାଶ ପାଇଁ ଉତ୍ସର୍ଗ କରିଥିଲେ। ପ୍ରତ୍ୟେକ ଥର ଯେତେବେଳେ ମୁଁ ତାଙ୍କୁ ଭେଟେ ଭରତ ଏବଂ ଏହାର ଲୋକମାନଙ୍କ ଉନ୍ନତି ପାଇଁ ତାଙ୍କର ଉତ୍ସାହ ଏବଂ ପ୍ରତିବଦ୍ଧତା ମୋତେ ଆଶ୍ଚର୍ଯ୍ୟ କରେ ।' ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦେଶ ଜଣେ ଦୂରଦ୍ରଷ୍ଟାଙ୍କୁ ହରାଇଲା ବୋଲି ସେ କହିଛନ୍ତି। 



ସୂଚନା ଯୋଗ୍ୟ, ୧୯୩୭ ମସିହା ଡିସେମ୍ବର ୨୮ ତାରିଖରେ ରତନ ଟାଟା ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ଏବଂ ସେ ୧୯୯୧ ରେ କମ୍ପାନୀ ଟାଟା ସନ୍ସର ଅଧ୍ୟକ୍ଷ ହୋଇଥିଲେ । ଆଉ  ୨୦୧୨ ପର୍ଯ୍ୟନ୍ତ ଏହି ଗ୍ରୁପର ନେତୃତ୍ୱ ନେଇଥିଲେ । ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଟାଟା ଗ୍ରୁପ୍ ସାରା ବିଶ୍ୱସ୍ତରରେ କ୍ଷ୍ୟାତି ଅର୍ଜନ କରିଥିଲା। ଟେଟ୍ଲି, କୋରୁସ୍ ଏବଂ ଜାଗୁଆର ଲ୍ୟାଣ୍ଡରୋଭର ଭଳି ପ୍ରମୁଖ କମ୍ପାନୀକୁ ଅଧିଗ୍ରହଣ କରିଥିଲା । ଟାଟାକୁ ଏକ ମୁଖ୍ୟ ଘରୋଇ ସଂସ୍ଥାରୁ ଏକ ବିଶ୍ୱସ୍ତରୀୟ ପାୱାରହାଉସରେ ପରିଣତ କରିବାର ତାଙ୍କର ଅବଦାନ ଅତୁଳନୀୟ।