Namaz in College Campus: ଉତ୍ତର ପ୍ରଦେଶ ଆଲିଗଡ଼ ଜିଲ୍ଲାରେ ଅବସ୍ଥିତ ଏକ କଲେଜ ପରିସରରେ ନମାଜ ପଢି ଫସି ଯାଇଛନ୍ତି ଜଣେ ପ୍ରଫେସର। ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ତାଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଯାଇଛି। କଲେଜ ପରିସରରେ ନମାଜ ପଢିବାର ଭିଡ଼ିଓ ଭାଇରାଲ ହେବା ପରେ ପ୍ରଫେସର ଙ୍କ ବିରୋଧରେ ନିଆଯାଇଛି ଏହି କାର୍ଯ୍ୟାନୁଷ୍ଠାନ। କଲେଜ ପରିସରରେ ନମାଜ ପଢିବାକୁ ନେଇ ସମ୍ପୃକ୍ତ ପ୍ରଫେସର ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା ହିନ୍ଦୁ ଦକ୍ଷିଣପନ୍ଥୀ ସଙ୍ଗଠନର ଯୁବ ନେତା।   


COMMERCIAL BREAK
SCROLL TO CONTINUE READING

ଆଲିଗଡ଼ ଜିଲ୍ଲାରେ ଅବସ୍ଥିତ ବଷ୍ଣୈୟ କଲେଜ ପରିସରରେ ଘଟିଯାଇଛି ଏଭଳି ଘଟଣା। କଲେଜ ପରିସରରେ ନମାଜ ପଢି ଗତ ମଙ୍ଗଳବାର ଠାରୁ ବାଧ୍ୟତାମୂଳକ ଛୁଟିରେ ଯାଇଛନ୍ତି ପ୍ରଫେସର ଏସଆର ଖାଲିଦ। ଏନେଇ କଲେଜ ପ୍ରବକ୍ତାଙ୍କ ପକ୍ଷରୁ କୁହାଯାଇଛି ବିଜେପି ଯୁବ ମୋର୍ଚ୍ଚା କର୍ମକର୍ତ୍ତାଙ୍କ ଦ୍ୱାରା ସର୍ବସାଧାରଣ ସ୍ଥାନରେ ନମାଜ ପଢି ଶାନ୍ତି ଉଲ୍ଲଂଘନ କରିବା ଅଭିଯୋଗ କରାଯିବା ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ମାମଲାରେ କୁୱାରସି ପୋଲିସ ଥାନାରେ ମଧ୍ୟ ଅଭିଯୋଗ କରାଯାଇଥିଲା।


ଅନ୍ୟପଟେ କୁୱାରସି ପୋଲିସ ପକ୍ଷରୁ କୁହାଯାଇଛି ବଷ୍ଣୈୟ କଲେଜ ପ୍ରଶାସନ ପକ୍ଷରୁ ଅଭିଯୋଗ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେପଟେ ଛାତ୍ର ନେତା ଦୀପକ ଶର୍ମା ଆଜାଦ କହିଛନ୍ତି ଯେ ପ୍ରଫେସର ଜଣକ କଲେଜ ପରିସରରେ ନମାଜ ପଢି ଶାନ୍ତିପୂର୍ଣ୍ଣ ପରିବେଶକୁ ଭାଙ୍ଗିବାକୁ ଚେଷ୍ଟା କରିଛନ୍ତି।


ଏହି ଘଟଣାରେ ପ୍ରତିକ୍ରିୟା ରଖି ବଷ୍ଣୈୟ କଲେଜ ପ୍ରିନ୍ସିପାଲ ଏକେ ଗୁପ୍ତା କହିଛନ୍ତି ଘଟଣା ଘଟିବା ସମୟରେ ମୁଁ ଛୁଟିରେ ଥିଲି। ଫେରିବା ପରେ ମୁଁ ଘଟଣା ସମ୍ପର୍କରେ ମୁଁ ପ୍ରଫେସର ଙ୍କୁ ପଚାରାଉଚୁରା କରିଥିଲି।  ସେ ମୋତେ କହିଥିଲେ ବ୍ୟସ୍ତତା କାରଣରୁ ସେ ପାର୍କ ଠାରେ ନମାଜ ପଢିଥିଲେ। ମାମଲାର ତଦନ୍ତ ଆରମ୍ଭ ହୋଇସାରିଛି। ପ୍ୟାନେଲ ନିଷ୍ପତ୍ତି ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗତ ରବିବାର ଦିନ ଗଠିତ ପ୍ୟାନେଲ ଏହି ସପ୍ତାହରେ ଏହାର ରିପୋର୍ଟ ଦାଖଲ କରିବ। ନମାଜ ପଢିବା ଘଟଣାରେ ପ୍ରଫେସର କ୍ଷମା ପ୍ରାର୍ଥନା କରିବେ ନା ନାହିଁ ତାହା ଅନୁସନ୍ଧାନ କମିଟି ବୈଠକରେ ସ୍ଥିର କରାଯିବ।


Also Read: ବିଏଚୟୁ ପରିସରରେ ଇଫତାର ପାର୍ଟିକୁ ନେଇ ବିବାଦ; ଜେଏନୟୁ-ଜାମିୟା ଯିବାକୁ ପରାମର୍ଶ


Also Read: ଭଗବାନ ରାମଙ୍କ ଉପରେ ବିବାଦୀୟ ବୟାନ ରଖି ଚାକିରି ହରାଇଲେ ବିଶ୍ୱବିଦ୍ୟାଳୟ ପ୍ରଫେସର