Tokyo Olympics: ପିଭି ସିନ୍ଧୁ ଅଲିମ୍ପିକ୍ସରେ ଜିତିଲେ ବ୍ରୋଞ୍ଜ ପଦକ, ଭାରତ ପାଇଲା ଦ୍ୱିତୀୟ ମେଡ଼ାଲ
Advertisement
Article Detail0/zeeodisha/odisha955134

Tokyo Olympics: ପିଭି ସିନ୍ଧୁ ଅଲିମ୍ପିକ୍ସରେ ଜିତିଲେ ବ୍ରୋଞ୍ଜ ପଦକ, ଭାରତ ପାଇଲା ଦ୍ୱିତୀୟ ମେଡ଼ାଲ

PV Sindhu Wins Bronze Medal: ବ୍ୟାଡମିଣ୍ଟନ ଖେଳାଳି ସିନ୍ଧୁ କ୍ରମାଗତ ଦ୍ୱିତୀୟ ଅଲିମ୍ପିକ୍ସରେ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି । ସେ ୨୦୧୬ ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲେ ।

Tokyo Olympics: ପିଭି ସିନ୍ଧୁ ଅଲିମ୍ପିକ୍ସରେ ଜିତିଲେ ବ୍ରୋଞ୍ଜ ପଦକ, ଭାରତ ପାଇଲା ଦ୍ୱିତୀୟ ମେଡ଼ାଲ

PV Sindhu Wins Bronze Medal: ପିଭି ସିନ୍ଧୁ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି । ରବିବାର ବ୍ରୋଞ୍ଜ ପଦକ ମ୍ୟାଚରେ ଚୀନ୍ ଖେଳାଳିଙ୍କୁ ପରାସ୍ତ କରି ସେ ଏହି ସଫଳତା ହାସଲ କରିଛନ୍ତି । ଅଲିମ୍ପିକ୍ସରେ କ୍ରମାଗତ ଦୁଇଟି ପଦକ ଜିତିଥିବା ସିନ୍ଧୁ ପ୍ରଥମ ଭାରତୀୟ ଆଥଲେଟ୍ ହୋଇଛନ୍ତି । ଏହି ଅଲିମ୍ପିକ୍ସରେ ଭାରତ ପାଇଁ ଏହା ହେଉଛି ଦ୍ୱିତୀୟ ପଦକ । ସିନ୍ଧୁଙ୍କ ଏହି ସଫଳତା ସହିତ ସମଗ୍ର ଦେଶରେ ଖୁସିର ଲହରୀ ଖେଳିଯାଇଛି । ସିନ୍ଧୁ ଆରମ୍ଭରୁ ଏହି ମ୍ୟାଚ୍ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲେ ଓ ପ୍ରଥମ ଗେମର ଚାଇନାର ଖେଳାଳିଙ୍କୁ ୨୧-୧୩ ରେ ପରାସ୍ତ କରି ନିଜର ହୋଲ୍ଡକୁ ଦୃଢ କରିଥିଲେ । ଏହା ପରେ ମଧ୍ୟ ସେ ଚମତ୍କାର ପ୍ରଦର୍ଶନ କରିଥିଲେ ଓ ନିଜ ନାମରେ ପଦକ କରିଥିଲେ ।

ଏହା ସିନ୍ଧୁଙ୍କର ଦ୍ୱିତୀୟ ଅଲିମ୍ପିକ୍ସ ଥିଲା । ସିନ୍ଧୁ ରିଓରେ ନିଜର ଡେବ୍ୟୁ କରି ରୌପ୍ୟ ପଦକ ଜିତିଥିଲେ । କ୍ରମାଗତ ଦୁଇ ଅଲିମ୍ପିକ୍ ପଦକ ଜିତିବାରେ କୁସ୍ତି ସୁଶୀଲ କୁମାରଙ୍କ ପରେ ସିଦ୍ଧୁ ହେଉଛନ୍ତି ଦ୍ୱିତୀୟ ଭାରତୀୟ ଆଥଲେଟ୍ । 2008 ବେଜିଂ ଅଲିମ୍ପିକ୍ସରେ ସୁଶୀଲ ବ୍ରୋଞ୍ଜ ପଦକ ଓ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲେ । ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଏହା ହେଉଛି ଦ୍ୱିତୀୟ ପଦକ ।

ଅଧିକ ପଢ଼ନ୍ତୁ: କେବେ ଆସିବ କୋରୋନାର ତୃତୀୟ ଲହର? CSIR ମୁଖ୍ୟ କଲେ ଖୁଲାସା

ଶନିବାର ଦିନ ପିଭି ସିନ୍ଧୁ ସେମିଫାଇନାଲ ମ୍ୟାଚ୍ ଜିତିପାରିନଥିଲେ । ଯେଉଁଥିପାଇଁ ସ୍ୱର୍ଣ୍ଣ ପଦକ ଜିତିବାର ସ୍ୱପ୍ନ ଭାଙ୍ଗି ଯାଇଥିଲା । ଯଦିଓ ସେମି ଫାଇନାଲରେ ହାରିଯିବା ପରେ ବ୍ରୋଞ୍ଜ ପଦକ ଜିତିବାର ସୁଯୋଗ ପାଇଥିଲେ । ଯାହା ସେ ଏହାର ଫାଇଦା ନେଇଥିଲେ । ତାଙ୍କ ବିଜୟ ସହିତ ସମଗ୍ର ଦେଶରେ ଖୁସିର ଲହରୀ ଖେଳିଯାଇଛି ।

ଅଧିକ ପଢ଼ନ୍ତୁ: ITI ପାସ୍ ଯୁବବର୍ଗଙ୍କ ପାଇଁ Railway ଦେଉଛି ବମ୍ପର ନିଯୁକ୍ତି, ଏହିପରି କରନ୍ତୁ ଆବେଦନ

ବକ୍ସିଂରେ ପଦକ ଆଶା
ରବିବାର ଦିନ ଭାରତର ଷ୍ଟାର ବକ୍ସର ସତୀଶ କୁମାରଙ୍କୁ ସୁପର ହେଭିୱେଟ୍ ବର୍ଗର ସେମିଫାଇନାଲ ମ୍ୟାଚରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ଉଜବେକିସ୍ତାନର ବାଖୋଡିର ଜାଲୋଲୋଭ ସେମିଫାଇନାଲରେ ପଦକ ଜିତିଛନ୍ତି । ବିଶ୍ୱ ଚାମ୍ପିଅନ୍ ତଥା ଏସୀୟ ଚାମ୍ପିଅନ୍ ଉଜବେକିସ୍ତାନର ବାଖୋଦିର ଜାଲୋଲୋଭ ଏକପାଖିଆ ଢଙ୍ଗରେ ବ୍ଲୁ କର୍ଣ୍ଣରରୁ ଖେଳୁଥିବା ସତୀଶଙ୍କୁ ପରାସ୍ତ କରିବା ପରେ ତାଙ୍କୁ ଟୋକିଓରୁ ପଠାଇ ଦେଇଛନ୍ତି । ସତୀଶ କୁମାରଙ୍କ ପରାଜୟ ସହିତ ପୁରୁଷ ବକ୍ସିଂରେ ଭାରତର ଚ୍ୟାଲେଞ୍ଜ ଶେଷ ହୋଇଛି ।