ରାହୁଲ ଦ୍ରାବିଡଙ୍କ ମତ, ଏହି ଦୁଇ ଖେଳାଳି ନଥିବାରୁ ଟିମର ଆଜି ଏହି ଅବସ୍ଥା
Advertisement

ରାହୁଲ ଦ୍ରାବିଡଙ୍କ ମତ, ଏହି ଦୁଇ ଖେଳାଳି ନଥିବାରୁ ଟିମର ଆଜି ଏହି ଅବସ୍ଥା

ଦ୍ରାବିଡ କହିଛନ୍ତି, 'ଦଳର ଦୃଢତା ସନ୍ତୁଳନ ଉପରେ ନିର୍ଭର କରେ। ଯଦି ଆମେ ସଚ୍ଚୋଟ ଭାବରେ ଦେଖିବା, ଦଳକୁ ସନ୍ତୁଳନ ପ୍ରଦାନ କରୁଥିବା ଏବଂ ୬ଷ୍ଠ, ୭ମ ଓ ୮ମ ସ୍ଥାନରେ ଅଲରାଉଣ୍ଡର ଭାବରେ ବିକଳ୍ପ ପ୍ରଦାନ କରୁଥିବା ଖେଳାଳି ଚୟନ ପାଇଁ ଉପଲବ୍ଧ ନଥିଲେ ।

ରାହୁଲ ଦ୍ରାବିଡଙ୍କ ମତ, ଏହି ଦୁଇ ଖେଳାଳି ନଥିବାରୁ ଟିମର ଆଜି ଏହି ଅବସ୍ଥା

ନୂଆଦିଲ୍ଲୀ: ତୃତୀୟ ୱାନଡେରେ ମାତ୍ର ୪ ରନ ବ୍ୟବଧାନରେ ସାଉଥ ଆଫ୍ରିକା ଠାରୁ ଭାରତ ପରାଜୟ ଗ୍ରହଣ କରିଛି । ୱାନଡେ ସିରିଜର ତିନୋଟି ମ୍ୟାଚରେ ସାଉଥ ଆଫ୍ରିକା ୩-୦ରେ ଭାରତୀୟ ଟିମକୁ ମାତ୍ ଦେଇଛି । ଆଉ ଏହାପରେ ଏବେ ଆରୋପ ପ୍ରତ୍ୟାରୋପର ପର୍ବ ଚାଲିଛି । ୱାନଡେ ସିରିଜରେ ନିଜଠାରୁ କମ ଅଭିଜ୍ଞତା ଥିବା ସାଉଥ ଆଫ୍ରିକା ବା ଦକ୍ଷିଣ ଆଫ୍ରିକା ଠାରୁ ହାରିବା ପରେ ଏବେ ଦଳ ଉପରେ ପ୍ରଶ୍ନ ଉଠିଛି। ତେବେ ହାରିବା ପରେ ଦଳର କୋଚ୍ ରାହୁଲ ଦ୍ରାବିଡ ବଡ଼ ବୟାନ ଜାରି  କରିଛନ୍ତି। 

ରାହୁଲ ଦ୍ରାବିଡଙ୍କ ମତ ଅନୁଯାୟୀ ଯଦି ଟିମ୍ ଇଣ୍ଡିଆ (Team India) ରେ ଆମର ଏହି ୨ଜଣ ଖେଳାଳି ଥାଆନ୍ତେ, ତେବେ ଅବସ୍ଥା ଏତେ ଖରାପ ହୋଇନଥାନ୍ତା। ରାହୁଲ ଦ୍ରାବିଡ ସ୍ୱୀକାର କରିଛନ୍ତି ଯେ ODI କ୍ରିକେଟରେ ଆମେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଷଷ୍ଠ ନମ୍ବରରେ ଏବଂ ରବିନ୍ଦ୍ର ଜାଡେଜାଙ୍କୁ ସପ୍ତମ ସ୍ଥାନରେ ହରାଇଛୁ। ଦ୍ରାବିଡ କହିଛନ୍ତି, 'ଦଳର ଦୃଢତା ସନ୍ତୁଳନ ଉପରେ ନିର୍ଭର କରେ। ଯଦି ଆମେ ସଚ୍ଚୋଟ ଭାବରେ ଦେଖିବା, ଦଳକୁ ସନ୍ତୁଳନ ପ୍ରଦାନ କରୁଥିବା ଏବଂ ୬ଷ୍ଠ, ୭ମ ଓ ୮ମ ସ୍ଥାନରେ ଅଲରାଉଣ୍ଡର ଭାବରେ ବିକଳ୍ପ ପ୍ରଦାନ କରୁଥିବା ଖେଳାଳି ଚୟନ ପାଇଁ ଉପଲବ୍ଧ ନଥିଲେ ।

Also Read: India vs South Africa: ଦିନିକିଆ ସିରିଜକୁ ପୋଛିନେଲା ଦକ୍ଷିଣ ଆଫ୍ରିକା, ତୃତୀୟ ODI କୁ ମଧ୍ୟ ହାରିଲା ଭାରତ

ରାହୁଲ ଦ୍ରାବିଡ କହିଛନ୍ତି, ଫିଟନେସ କାରଣରୁ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଏବଂ ରବିନ୍ଦ୍ର ଜାଡେଜା (Ravindra Jadeja) ଦଳରୁ ଅଲଗା ରହିଛନ୍ତି । ସେମାନଙ୍କ ଫେରିବା ପରେ ଦଳ ଆହୁରି ସୁଦୃଢ ହେବ । ଏହା ଆମକୁ ଏକ ଭିନ୍ନ ଢଙ୍ଗରେ ଖେଳିବାକୁ ସୁବିଧା ମଧ୍ୟ ଦେବ । ଦ୍ରାବିଡ କହିଛନ୍ତି, ଯଦି ଆପଣ ୪, ୫ କିମ୍ବା ୬ ନମ୍ବରରେ ବ୍ୟାଟିଂ କରୁଛନ୍ତି, ତେବେ ଦଳର ଆବଶ୍ୟକତା କ’ଣ ଆପଣ ଜାଣିବା ଉଚିତ୍। ସମସ୍ତ ତିନୋଟି ମ୍ୟାଚରେ ଶ୍ରେୟସ୍ ଆୟର ଜଲଦି ଆଉଟ ହୋଇଥିଲେ। ଆମେ ଅବଗତ ଯେ ସମସ୍ତେ ଭଲ ପ୍ରଦର୍ଶନ କରୁଛନ୍ତି ଏବଂ ଆମେ ସେମାନଙ୍କୁ ଯଥାସମ୍ଭବ ସମର୍ଥନ କରିବୁ । କିନ୍ତୁ ଦଳର ପ୍ରତ୍ୟେକ ସ୍ଥାନ ପାଇଁ ଅନେକ ପ୍ରତିଯୋଗିତା ଅଛି ଏବଂ ଏହି ଅବସ୍ଥାରେ ଏହା ସହଜ ନୁହେଁ । 

Also Read: ଆଜି ପ୍ରକାଶିତ ହେବ ନାହିଁ CBSE ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ, ଜାଣନ୍ତୁ ନୂଆ ତାରିଖ

ରାହୁଲ ଦ୍ରାବିଡ (Rahul Dravid)  କହିଛନ୍ତି, ଭେଙ୍କଟେସ ଅୟରଙ୍କୁ ମିଡିଲ ଅର୍ଡରରେ ନିଜକୁ ସୁଦୃଢ କରିବାକୁ ହେବ । ତେବେ ଷଷ୍ଠ ବ୍ୟାଟ୍ସମ୍ୟାନ୍ ସ୍ଥାନରେ ଭେଙ୍କଟେସ ଆୟରଙ୍କ ପରି ଖେଳାଳିଙ୍କୁ ପ୍ରସ୍ତୁତ କରିବାକୁ ପଡ଼ିବ। କେବଳ ଯେ, ଭେଙ୍କଟେସ ନୁହଁନ୍ତି, ହାର୍ଦ୍ଦିକ ପାଣ୍ଡ୍ୟା ଓ ରବିନ୍ଦ୍ର ଜାଡେଜା ଯେବେ ଦଳକୁ ଫେରିବେ ଆମ ପାଖରେ ଦଳ ପାଇଁ ବହୁତ ବିକଳ୍ପ ହୋଇଯିବେ। ଦ୍ରାବିଡ କହିଛନ୍ତି ଯେ, ଦକ୍ଷିଣ ଆଫ୍ରିକା ସହିତ ଥିବା ମ୍ୟାଚ ଆମ ପାଇଁ ଏକ ଶିକ୍ଷଣୀୟ ମ୍ୟାଚ ହୋଇଛି । ୨୦୨୩ ୱାର୍ଲଡକପ୍ (2023 World Cup) ପୂର୍ବରୁ ଯେତେ ୱାନଡେ ଖେଳାଯିବ ଟିମର ପ୍ରଦର୍ଶନକୁ ନେଇ ଚିତ୍ର ସେତିକି ସ୍ପଷ୍ଟ ହେବ। ଆମକୁ ଜଣା ଅଛି, ଯେ ଆମେ କେଉଁ ସ୍ଥାନରେ ଛିଡ଼ା ହେଇଛୁ ଏବଂ ଦାୟିତ୍ୱ ବି ଭଲସେ ଜଣାଅଛି । ତେବେ ସମୟ ସହିତ ସବୁ କିଛି ଠିକ୍ ହେବ ବୋଲି ଭାରତୀୟ ଦଳର କୋଚ୍ ଆଶା ରଖିଛନ୍ତି।