Vigilance Raid: ସରକାରୀ ଇଞ୍ଜିନିୟର ଘରେ ରେଡ୍, ଗଦା ଗଦା ନଗଦ ଟଙ୍କା ଦେଖି ଉଡିଯିବ ହୋସ୍
Advertisement
Article Detail0/zeeodisha/odisha1322018

Vigilance Raid: ସରକାରୀ ଇଞ୍ଜିନିୟର ଘରେ ରେଡ୍, ଗଦା ଗଦା ନଗଦ ଟଙ୍କା ଦେଖି ଉଡିଯିବ ହୋସ୍

Vigilance Raid: ପାଟନାରେ ଜଣେ ସରକାରୀ କର୍ମଚାରୀଙ୍କ ଘରୁ ବାହାରିଛି ପ୍ରଚୁର ଟଙ୍କା। ସରକାରୀ ଇଞ୍ଜିନିୟର (Govt Engineer) ସଞ୍ଜୟ କୁମାର ରାୟଙ୍କ ଘରେ ଚଢାଉ (Raid) କରାଯାଇ ୩.୬ କୋଟିରୁ ଅଧିକ ନଗଦ ଟଙ୍କା ଜବତ (seized) କରାଯାଇଛି।

ସାଂକେତିକ ଫଟୋ

Vigilance Raid: ପାଟନାରେ ଜଣେ ସରକାରୀ କର୍ମଚାରୀଙ୍କ ଘରୁ ବାହାରିଛି ପ୍ରଚୁର ଟଙ୍କା। ସରକାରୀ ଇଞ୍ଜିନିୟର (Govt Engineer) ସଞ୍ଜୟ କୁମାର ରାୟଙ୍କ ଘରେ ଚଢାଉ (Raid) କରାଯାଇ ୩.୬ କୋଟିରୁ ଅଧିକ ନଗଦ ଟଙ୍କା ଜବତ (seized) କରାଯାଇଛି। ଏଥି ସହିତ ଅଳଙ୍କାର ଓ କିଛି ଦଲିଲ ମଧ୍ୟ ଜବତ କରାଯାଇଛି। ଇଞ୍ଜିନିୟରଙ୍କ ପୋଷ୍ଟିଂ କିଶାନଗଞ୍ଜରେ ରଅଛି। monitoring department ଏହି ଚଢାଉ କରିଛି ଯେଉଁଥିରେ ତାଙ୍କର କଳା ଟଙ୍କା ଓ ବେଆଇନ ଭାବେ ଅର୍ଜିତ ସମ୍ପତ୍ତି ଜବତ କରାଯାଇଛି। ମନିଟରିଂ ବିଭାଗର ଡିଏସପି ଅରୁଣ କୁମାର ପାସୱାନଙ୍କ ନେତୃତ୍ୱରେ ଏହି ଚଢାଉ ଚାଲିଛି। ପାଟନା ଓ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଚଢାଉ ଜାରି ରହିଛି।

ସୂଚନାନୁସାରେ, ପାଟନାରେ ଗ୍ରାମୀଣ କାର୍ଯ୍ୟ ବିଭାଗର ଇଞ୍ଜିନିୟର ସଞ୍ଜୟ କୁମାର ରାୟଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି। ଗ୍ରାମୀଣ କାର୍ଯ୍ୟ ବିଭାଗର ଦୁର୍ନୀତିଗ୍ରସ୍ତ ଇଞ୍ଜିନିୟରଙ୍କ ଘରୁ ପାଖାପାଖି ୩ କୋଟିରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଛି। ରାଜଧାନୀ ପାଟନା ଓ ଦୁର୍ନୀତିଗ୍ରସ୍ତ ଇଞ୍ଜିନିୟରଙ୍କ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଚଢାଉ ଚାଲିଛି। ନଗଦ ଟଙ୍କା ବ୍ୟତୀତ ଅଳଙ୍କାର ଓ ଜମିର ଦଲିଲ ମଧ୍ୟ ଉଦ୍ଧାର କରାଯାଇଛି monitoring department ବିଭାଗ ଦ୍ବାରା।

ପାଟନା ବ୍ୟତୀତ ଇଞ୍ଜିନିୟର ସଞ୍ଜୟ କୁମାର ରାୟଙ୍କ କିଶନଗଞ୍ଜ ସ୍ଥିତ ଘରେ ମଧ୍ୟ ଚଢାଉ କରାଯାଇଛି। ଏହି  ଅଧିକାରୀ ଜଣକ କିଶନଗଞ୍ଜ REO2 କାର୍ଯ୍ୟାଳୟରେ କାର୍ଯ୍ୟରତ ଅଛନ୍ତି। କିଶାନଗଞ୍ଜର ଲାଇନ ମୋହଲାରେ ଅଧିକାରୀଙ୍କ ଘର ଅଛି। ମନିଟରିଂ ବିଭାଗର ଡିଏସପି ଅରୁଣ କୁମାର ପାସୱାନଙ୍କ ନେତୃତ୍ୱରେ ଏହି ଚଢାଉ ଚାଲିଛି।

ଏହି ଚଢାଉରେ ଜବତ କରାଯାଉଥିବା ଅର୍ଥର ସଂଖ୍ୟା ଆହୁରି ବଢିପାରେ ବୋଲି କୁହାଯାଉଛି। ବିହାରର ୪ଟି ସ୍ଥାନରେ ଚଢାଉ ଚାଲିଛି, ଯେଉଁଥିରେ କିଶନଗଞ୍ଜର ୩ଟି ଓ ପାଟନାରେ ଗୋଟିଏ ସ୍ଥାନରେ ଚଢାଉ ଚାଲିଛି। କିଶନଗଞ୍ଜର ତିନୋଟି ସ୍ଥାନରେ ହୋଇଥିବା ଏହି ଚଢାଉରେ ଗୋଟିଏ ସ୍ଥାନରେ ଥିବା ଇଞ୍ଜିନିୟରଙ୍କ ବ୍ୟକ୍ତିଗତ ସଚିବଙ୍କ ଘରୁ ୨.୫୦ କୋଟି ଟଙ୍କା ଉଦ୍ଧାର କରାଯାଇଛି। ଏହି ସଂଖ୍ୟା ଆହୁରି ବଢିପାରେ ବୋଲି ଆକଳନ କରାଯାଇଛି। ଏଥି ସହ ବିଭାଗର ଆକାଉଣ୍ଟାଣ୍ଟ ଖୁରାମ ସୁଲତାନଙ୍କ ଘରେ ଦ୍ୱିତୀୟ ଚଢାଉ କରାଯାଇଥିଲା। ଯେଉଁଥିରେ ୧୧ ଲକ୍ଷ ଟଙ୍କା ଜବତ କରାଯାଇଛି। ତୃତୀୟ ଚଢାଉ ସଞ୍ଜୟ କୁମାରଙ୍କ ଘରେ ହୋଇଥିଲା ଯାହା ବର୍ତ୍ତମାନ ସୁଦ୍ଧା ଜାରି ରହିଛି।

ପାଟନା ସ୍ଥିତ ଘରୁ ବହୁ ନଗଦ ଟଙ୍କା ମିଳିଛି ଯାହା ପ୍ରାୟ କୋଟିଏରୁ ଅଧି ହୋଇପାରେ ବୋଲି ଆକଳନ କରାଯାଇଛି। ଏପର୍ଯ୍ୟନ୍ତ ଗଣନା ସରି ନାହିଁ। ଏହା ସହିତ ବହୁ ପରିମାଣର ସୁନା ଓ ରୂପା ଅଳଙ୍କାର ମଧ୍ୟ ଉଦ୍ଧାର କରାଯାଇଛି। ତାଙ୍କର ବ୍ୟାଙ୍କ ବିବରଣୀର ସମସ୍ତ ତଥ୍ୟ ମିଳିଛି ଯାହାର ଯାଞ୍ଚ ଚାଲିଛି। ଚଢାଉ ଜାରି ରହିଛି, ସମ୍ପୂର୍ଣ୍ଣ ଆକଳନ ସ୍ପଷ୍ଟ ହୋଇନାହିଁ। ମନିଟରିଂ ଦଳର ଡିଏସପି ସୁଜିତ ସାଗର କହିଛନ୍ତି ଯେ, ଏକ ଗୁପ୍ତ ଅଭିଯୋଗ ଆଧାରରେ ଏହି ଛଢାଉ ଆଜି ସକାଳ ୧୦.୩୦ ସମୟରେ କରାଯାଇଛି। ଏହା ପରେ ଦଳ ଏହାର ଅନୁସନ୍ଧାନ କରି ଚଢାଉ କରିଥିଲା।