ଯୋଧପୁର: ଏକାଧିକ ବିବାଦରେ ଦୋଷୀ ସାବ୍ୟସ୍ତ ହୋଇ କାରାଦଣ୍ଡ ଭୋଗୁଥିବା ଆଶାରାମ ବାପୁଙ୍କୁ ଆଶ୍ୱସ୍ତି।  ଜେଲରେ ଥାଇ ମଧ୍ୟ ସେ ଦୈନିକ ଗୋଟିଏ ଥର ଜେଲ ବାହାରର ଖାଦ୍ୟ ଖାଇପାରିବେ। ଏଭଳି ନିଷ୍ପତ୍ତି ଶୁଣାଇଛନ୍ତି ରାଜସ୍ଥାନ ହାଇକୋର୍ଟ। ରାଜସ୍ଥାନ ହାଇକୋର୍ଟ ଏକ ମାମଲାର ଶୁଣାଣୀ କରି ଆଶାରାମ ବାପୁଙ୍କୁ ଦିନକୁ ଥରେ ଜେଲ ବାହାରର ଖାଦ୍ୟ ଖାଇବାକୁ ଅନୁମତି ପ୍ରଦାନ କରିଛନ୍ତି। ସୂଚନା ଯୋଗ୍ୟ ଆଶାରାମ ବାପୁ ଜଣେ ନାବାଳିକାଙ୍କ ସହିତ ଯୌନ ଉତ୍ପିଡ଼ନ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଦଣ୍ଡ ଭୋଗୁଛନ୍ତି। 


COMMERCIAL BREAK
SCROLL TO CONTINUE READING

ଅଧିକ ପଢନ୍ତୁ: ବୁଡ଼ି ଯାଇପାରେ ଆପଣଙ୍କ LIC ଟଙ୍କା!


ଏହା ସହିତ ହାଇକୋର୍ଟ ଏକ ହଲଫନାମା ମଧ୍ୟ ଜାରି କରିଛନ୍ତି। ଉକ୍ତ ହଲଫନାମାରେ ଜେଲ ବାହାରର ଖାଦ୍ୟ ଖାଇଲେ ଯଦି କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହୁଏ, ସେଥିପାଇଁ ନିଜେ ଦାୟୀ ରହିବେ ବୋଲି ଆଶାରାମ ବାପୁ ଦସ୍ତଖତ ସହ ସ୍ପଷ୍ଟ କରିବେ। ସେହିପରି କୋର୍ଟ ଆଦେଶ ମୁତାବକ ଯେଉଁ ବ୍ୟକ୍ତି ଆଶାରାମ ବାପୁଙ୍କ ପାଇଁ ଖାଦ୍ୟ ନେଇକରି ଆସିବ ସେ ତାର ସମସ୍ତ ପରିଚୟ ପ୍ରଦାନ କରିବା ସହିତ ପରିଚୟ ସମ୍ବନ୍ଧିତ ଦସ୍ତାବିଜ ଦାଖଲ କରିବାକୁ ବାଧ୍ୟତାମୁଳକ। 


ସୂଚନାଯୋଗ୍ୟ ଆଶାରାମ ବାପୁ ଅଦାଲତରେ ଏକ ଯାଚିକା ଦାୟର କରି ବାହାର ଖାଦ୍ୟ ଯୋଗାଇବାକୁ ଅନୁରୋଧ କରିଥିଲେ। ତାଙ୍କ ଯାଚିକାରେ ସେ ଦର୍ଶାଇଥିଲେ ଯେ, ବୟସାଧିକ ଓ ସ୍ୱାସ୍ଥ୍ୟଗତ କାରଣରୁ ଜେଲର ଖାଦ୍ୟ ତାଙ୍କୁ ସୁହାଉନାହିଁ। ତାଙ୍କୁ ବାହାରୁ ସ୍ୱାସ୍ଥ୍ୟ ଉପଯୁକ୍ତ ଖାଦ୍ୟ ଯୋଗାଇଦେବାକୁ ଅନୁରୋଧ କରିଥିଲେ। ଆଶାରାମ ବାପୁଙ୍କ ଓକିଲ ଜେ ଏସ ଚୌଧୂରୀ ଏକ ଦଲିଲ ମାଧ୍ୟମରେ କୋର୍ଟରେ ଯୁକ୍ତି ବାଢିଥିଲେ ଯେ, ଜେଲରେ ଯୋଗାଇ ଦିଆଯାଉଥିବା ଖାଦ୍ୟ ସ୍ୱାସ୍ଥ୍ୟ ପ୍ରତି ଅନୁକୂଳ ହେଉନାହିଁ। ଜେଲ ମଧ୍ୟରେ ତାଙ୍କର ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଉଛି। 


ଅଧିକ ପଢନ୍ତୁ: ଭୂଆଁ ବୁଲାଉଛି ଋଷ ? ଜାଣନ୍ତୁ, ଭ୍ୟାକସିନ ପଛର ଅସଲ କାହାଣୀ


ସେ ଆହୁରି ମଧ୍ୟ କହିଥିଲେ ଏହି ମାମଲାର ଶୁଣାଣି ସମୟରେ ନିଜ ବ୍ୟବସ୍ଥାରେ ଖାଦ୍ୟ ଯୋଗାଡ଼ କରିବା ପାଇଁ ଅନୁମତି ଦିଆଯାଉ। ଏହି ସମୟରେ ରାଜସ୍ଥାନ ଜେଲ ନିୟମ ୧୯୫୧ ଆଧାରରେ ତାଙ୍କୁ ସାମାନ୍ୟ ଆଶ୍ୱସ୍ତି ଦିଆଯାଉ ବୋଲି ସେ ଯୁକ୍ତି ବାଢିଥିଲେ। ଆୟୁର୍ବେଦିକ ଡାକ୍ତରଖାନା ପକ୍ଷରୁ ଏକ ସୂଚନା ମଧ୍ୟ ଜାରି କରାଯାଇଥିଲା। ଯେଉଁଥିରେ ତାଙ୍କର ବୟସ ୮୩ ବୋଲି ଦର୍ଶାଯାଇଥିଲା।