ରଥଯାତ୍ରାରେ ଖାଉଟିଙ୍କୁ ଆଶ୍ୱସ୍ତି! ଆଜିଠୁ ଶସ୍ତା ହେଲା LPG cylinder, ଜାଣନ୍ତୁ ନୂଆ ଦର
Advertisement

ରଥଯାତ୍ରାରେ ଖାଉଟିଙ୍କୁ ଆଶ୍ୱସ୍ତି! ଆଜିଠୁ ଶସ୍ତା ହେଲା LPG cylinder, ଜାଣନ୍ତୁ ନୂଆ ଦର

ରଥଯାତ୍ରାରେ ଖାଉଟିଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ପୁଣି ଥରେ ରୋଷେଇ ଗ୍ୟାସ ସିଲିଣ୍ଡର ଶସ୍ତା ହୋଇଛି। ଜୁଲାଇ ପହିଲାରୁ ରାଜଧାନୀ ଦିଲ୍ଲୀରେ ବାଣିଜ୍ୟିକ ଏଲପିଜି (୧୯ କିଲୋଗ୍ରାମ) ୧୯୮ ଟଙ୍କା ହ୍ରାସ ହୋଇଛି। କିନ୍ତୁ ୧୪.୨ କିଲୋଗ୍ରାମର ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇନାହିଁ।   

 

ପ୍ରତିକାତ୍ମକ ଫଟୋ

LPG cylinder price : ରଥଯାତ୍ରାରେ ଖାଉଟିଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ପୁଣି ଥରେ ରୋଷେଇ ଗ୍ୟାସ ସିଲିଣ୍ଡର ଶସ୍ତା ହୋଇଛି। ଜୁଲାଇ ପହିଲାରୁ ରାଜଧାନୀ ଦିଲ୍ଲୀରେ ବାଣିଜ୍ୟିକ ଏଲପିଜି (୧୯ କିଲୋଗ୍ରାମ) ୧୯୮ ଟଙ୍କା ହ୍ରାସ ହୋଇଛି। କିନ୍ତୁ ୧୪.୨ କିଲୋଗ୍ରାମର ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇନାହିଁ। 

ମାସର ପ୍ରଥମ ଦିନରେ ପେଟ୍ରୋଲିୟମ କମ୍ପାନୀ ଗୁଡିକ LPG cylinderର ନୂଆ ମୂଲ୍ୟ ଧାର୍ଯ୍ୟ କରିଛନ୍ତି। ଜୁଲାଇ ୧ରୁ ଜାତୀୟ ରାଜଧାନୀ ଦିଲ୍ଲୀରେ ବାଣିଜ୍ୟିକ ଇଣ୍ଡେନ୍ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୧୯୮ ଟଙ୍କା ହ୍ରାସ ପାଇଛି। ଏହା ଚେନ୍ନାଇରେ ୧୮୭, ମୁମ୍ବାଇରେ ୧୯୦.୫୦ ଟଙ୍କା ଓ କୋଲକାତାରେ ୧୮୨ ଟଙ୍କା ଶସ୍ତା ହୋଇଛି। ପେଟ୍ରୋଲିୟମ କମ୍ପାନୀ ଇଣ୍ଡିଆନ ଅଏଲ୍ କେବଳ ବ୍ୟବସାୟିକ ସିଲିଣ୍ଡର ମୂଲ୍ୟ ହ୍ରାସ କରିଛି। ଜୁଲାଇ ପହିଲାରୁ ରନ୍ଧନ ଗ୍ୟାସ୍ ସିଲିଣ୍ଡରର ନୂଆ ମୂଲ୍ୟ ଲାଗୁ ହୋଇଛି।

Also Read: ସିନ୍ଦେ ସମେତ ୧୬ ବିଦ୍ରୋହୀ ବିଧାୟକଙ୍କ ବଢ଼ିବ ଅସୁବିଧା? ପୁଣି ସୁପ୍ରିମକୋର୍ଟ ପହଞ୍ଚିଲା ଶିବସେନା

ଘରୋଇ LPG cylinder ଗ୍ରାହକମାନେ ଅଧିକ ମୂଲ୍ୟର ସମ୍ମୁଖୀନ ହେବାକୁ ଯାଉଛନ୍ତି। ୧୪.୨ କିଲୋଗ୍ରାମର ଏକ ଘରୋଇ ସିଲିଣ୍ଡର ଶସ୍ତା କି ମହଙ୍ଗା ହୋଇନାହିଁ। ଏହା ମେ ୧୯ ପରଠାରୁ ସମାନ ଦରରେ ଉପଲବ୍ଧ ହେଉଛି। ଜୁନରେ ବାଣିଜ୍ୟିକ ସିଲିଣ୍ଡର ମୂଲ୍ୟ ୧୩୫ ଟଙ୍କା ହ୍ରାସ ପାଇଥିଲାବେଳେ ମେ'ରେ ଘରୋଇ ଏଲପିଜି ସିଲିଣ୍ଡର ଦୁଇଥର ମହଙ୍ଗା ହୋଇଥିଲା। ଏକ ଘରୋଇ ସିଲିଣ୍ଡରର ମୂଲ୍ୟ ମେ ୭ରେ ପ୍ରଥମ ଥର ପାଇଁ ୫୦ ଏବଂ ମେ ୧୯ରେ ମଧ୍ୟ ମୂଲ୍ୟ ବୃଦ୍ଧି ପାଇଥିଲା।