ଚୀନର ଅର୍ଥବ୍ୟବସ୍ଥା ଦୁର୍ବଳ କରିବାକୁ ଆହ୍ୱାନ ଦେଲେ ରିୟଲ ରେଞ୍ଚୋ
Advertisement
Article Detail0/zeeodisha/odisha690375

ଚୀନର ଅର୍ଥବ୍ୟବସ୍ଥା ଦୁର୍ବଳ କରିବାକୁ ଆହ୍ୱାନ ଦେଲେ ରିୟଲ ରେଞ୍ଚୋ

ସୀମାରେ ନାଲି ଆଖି ଦେଖାଉଥିବା ଚୀନକୁ ଭାରତର ସୀମା ଭିତରେ ହିଁ କିପରି ଦୁର୍ବଳ କରାଯାଇ ପାରିବ ସେ ଯୋଜନା ପ୍ରସ୍ତୁତ କରିଛନ୍ତି ।

ଫାଇଲ ଫଟୋ

ତପସ୍ୱିନୀ ମହାଳିକ, ନୂଆଦିଲ୍ଲୀ: ଭାରତର ନମ୍ବର ୱାନ୍ ଶତ୍ରୁ ଏବେ ପାକିସ୍ତାନ ନୁହେଁ ଚୀନ ଅଟେ । ଚୀନ ଭାରତ ସହ ମିତ୍ରତାର ହାତ ବଢ଼ାଇ ଭିତରେ ଭିତରେ ଶତ୍ରୁତା କରିଚାଲିଛି । ଆଉ ଏବେ ତ ଖୋଲା ଖୋଲି ଶତ୍ରୁତା ଆରମ୍ଭ କରି ଭାରତର ସୀମାରେ ନିଜ ସୈନ୍ୟବଳ ବଢ଼ାଉଛି । କିନ୍ତୁ ଚୀନର ଶକ୍ତି ତାର ସୈନ୍ୟବଳ ନୁହେଁ, ଚୀନର ଅର୍ଥବ୍ୟବସ୍ଥା ହେଉଛି ତାର ଅସଲି ଶକ୍ତି । ଚୀନ ନିଜକୁ ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ପ୍ରମାଣିତ କରିବା ପାଇଁ ଚେଷ୍ଟା ଜାରିରଖିଛି । ତେଣୁ ଭାରତ ଏବେ ଚୀନର ସେହି ସ୍ଥାନରେ ବିଧା ମାରିବ, ଯେଉଁଠି ମାରିଲେ ତାକୁ ଅଧିକ କଷ୍ଟ ହେବ ।  ଆଉ ତାର ଯୋଜନା ପ୍ରସ୍ତୁତ କରିଛନ୍ତି ରିଲ ନୁହେଁ ‘ରିୟଲ ରେଞ୍ଚୋ ସୋନମ ୱାଙ୍ଗଚୁକ୍’ ।

fallback

ଆଉ ଦେଶର ଶତ୍ରୁର ଶକ୍ତିକୁ ଆଘାତ କରି ତାକୁ ଦୁର୍ବଳ କରିବା ହିଁ ହେଉଛି ଅସଲି ଦେଶଭକ୍ତି । ଏଥିପାଇଁ ଲଦାଖର ପ୍ରସିଦ୍ଧ ଶିକ୍ଷାବିତ ସୋନମ ଓାଙ୍ଗଚୁକ ହେଉଛନ୍ତି ଅସଲି ଦେଶଭକ୍ତ ।  ସୀମାରେ ନାଲି ଆଖି ଦେଖାଉଥିବା ଚୀନକୁ ଭାରତର ସୀମା ଭିତରେ ହିଁ କିପରି ଦୁର୍ବଳ କରାଯାଇ ପାରିବ ସେ ଯୋଜନା ପ୍ରସ୍ତୁତ କରିଛନ୍ତି । ସୋନମ ୱାଙ୍ଗଚୁଙ୍କ ଭାରତର ସମସ୍ତ ନାଗରିକଙ୍କୁ ଚୀନ ସାମଗ୍ରୀ ବର୍ଜନ ପାଇଁ ଅପିଲ କରିଛନ୍ତି । ଯାହା ଦ୍ୱାର ଚୀନର ଅର୍ଥବ୍ୟବସ୍ଥା ଉପରେ ପ୍ରଭାବ ପଡ଼ିବ ଏବଂ ଚୀନର ଉଦ୍ଧତ ପଣିଆକୁ କାବୁ କରାଯାଇ ପାରିବ ।

fallback

ସୁପରହିଟ୍ ବଲିଉଡ ଫିଲ୍ମ ‘3 ଇଡିୟଟସ୍’ ଜୀବନ୍ତ ନାୟକ ସୋନମ ୱାଙ୍ଗଚୁକ କହିଛନ୍ତି କି ଆମ ଦେଶ ଭାରତ ଏବେ ମ୍ୟାନୁଫେକ୍ଚରିଂ, ହାର୍ଡୱାର, ଔଷଧ ପାଇଁ କଞ୍ଚାମାଲ, ଡାକ୍ତରୀ ଯନ୍ତ୍ରପାତି, ଜୋତା  ଭଳି ଅନେକ ସାମଗ୍ରୀ ପାଇଁ ଚୀନ ଉପରେ ନିର୍ଭର କରୁଛି ।  କିନ୍ତୁ ଏବେ ଏସବୁ ଉତ୍ପାଦନ ପାଇଁ ଚୀନ ଉପରେ ନିର୍ଭର ନକରି ଆମ ଦେଶ ଆତ୍ମନିର୍ଭରଶୀଳ ହେବା ଦରକାର । ଏହା ଛଡ଼ା ଟିକଟକ୍, ସେୟାର ଇଟ୍ ଭଳି ଆପ ବ୍ୟବହାର ନ କରିବାକୁ ମଧ୍ୟ ଭାରତବାସୀଙ୍କୁ ଆହ୍ୱାନ ଦେଇଛନ୍ତି ସୋନମ ଓାଙ୍ଗଚୁଙ୍କ । କାରଣ ଏ ସବୁ ମାଧ୍ୟମରେ ଭାରତରୁ ଚୀନକୁ କୋଟି କୋଟି ଟଙ୍କା ଲାଭ ହେଉଛି । ତେଣୁ ଚୀନର ଅର୍ଥବ୍ୟବସ୍ଥାକୁ ଦୁର୍ବଳ କରିବା ପାଇଁ ଚାଇନା ମାଲ ବର୍ଜନ କରିବା ପାଇଁ ଅପିଲ କରିଛନ୍ତି ସୋନମ ୱାଙ୍ଗଚୁଙ୍ଗ ।