କୋଲକାତା ନୂଆ ପୋଲିସ କମିଶନର IPS ମନୋଜ କୁମାର ଭର୍ମା, ଜାଣନ୍ତୁ ତାଙ୍କ ବିଷୟରେ ଖାସ୍ କଥା
Advertisement
Article Detail0/zeeodisha/odisha2434594

କୋଲକାତା ନୂଆ ପୋଲିସ କମିଶନର IPS ମନୋଜ କୁମାର ଭର୍ମା, ଜାଣନ୍ତୁ ତାଙ୍କ ବିଷୟରେ ଖାସ୍ କଥା

IPS Manoj Kumar Verma: କୋଲକାତାର ଆରଜି କର ମେଡିକାଲ୍ କଲେଜ ଏବଂ ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା ପରେ ଜୁନିଅର ଡାକ୍ତରମାନେ ଧର୍ମଘଟ କରିଥିଲେ । ଗତକାଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଡାକ୍ତରଙ୍କ ଅନେକ ଦାବିକୁ ଗ୍ରହଣ କରିଛନ୍ତି। କୋଲକାତା ପୋଲିସ କମିଶନରଙ୍କୁ ହଟାଇ ଦିଆଯିବା ସହ ନୂଆ ପୋଲିସ କମିଶନର ଭାବେ ଆଇପିଏସ ମନୋଜ କୁମାର ଭର୍ମାଙ୍କୁ ଦାୟିତ୍ୱ ଦିଆଯାଇଛି ।

କୋଲକାତା ନୂଆ ପୋଲିସ କମିଶନର IPS ମନୋଜ କୁମାର ଭର୍ମା, ଜାଣନ୍ତୁ ତାଙ୍କ ବିଷୟରେ ଖାସ୍ କଥା

IPS Manoj Kumar Verma: ୧୯୯୮ ବ୍ୟାଚର ଆଇପିଏସ୍ ଅଫିସର ମନୋଜ କୁମାର ବର୍ମାଙ୍କୁ କୋଲକାତାର ନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ମିଳିଛି । ପୂର୍ବରୁ ଆଇପିଏସ ମନୋଜ ନକ୍ସଲମାନଙ୍କ ବିରୁଦ୍ଧରେ ଅନେକ ସଫଳ ଅପରେସନ୍ କରିଥିବା ରେକର୍ଡ ରହିଛି । କୋଲକାତା ପୋଲିସ କମିଶନର ବିନିତ୍ ଗୋୟଲଙ୍କୁ ହଟାଇବା ପାଇଁ ଆନ୍ଦୋଳନରତ ଡାକ୍ତରମାନଙ୍କ ଦାବି ରହିଥିଲା । ଏହା ବ୍ୟତୀତ ଡାକ୍ତରମାନେ ସରକାରଙ୍କ ଆଗରେ ଆହୁରି ଅନେକ ଦାବି ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସେହି ଦାବି ଗୁଡିକୁ ଗ୍ରହଣ କରିଛନ୍ତି।

ମମତା ବାନାର୍ଜୀ ନିଜ ବାସଭବନରେ କହିଥିଲେ ଯେ, ଖୁବ ଶୀଘ୍ର କୋଲକାତାର ନୂଆ ପୋଲିସ କମିଶନର ନାଁ ଘୋଷଣା କରାଯିବ। ଆଜି ବିନିତ ଗୋୟଲଙ୍କୁ STF ADG ଏବଂ IG ର ଦାୟିତ୍ୱ ଦିଆଯାଇଛି । ଏହାପୂର୍ବରୁ ମନୋଜ କୁମାର ଭର୍ମା ଏଡିଜି (ଆଇନ୍) ଦାୟିତ୍ୱ ତୁଲାଉଥିଲେ। ଏଥିସହ ସରକାର ଆହୁରି ୫ ଜଣ ପୋଲିସ ଅଧିକାରୀଙ୍କୁ ବଦଳାଇଛନ୍ତି।

ପୂର୍ବରୁ ମନୋଜ କୁମାର ବର୍ମା ନକ୍ସଲମାନଙ୍କ ବିରୁଦ୍ଧରେ ଅନେକ ସଫଳ ଅପରେସନ୍ କରି ଚର୍ଚ୍ଚାରେ ରହିଛନ୍ତି। ତାଙ୍କ ନାମ ଶୁଣିବା ପରେ ନକ୍ସଲଙ୍କ ଛାତିରେ ଛନକା ପଶୁଥିଲା । ମେଦିନାପୁର ଏବଂ ଦାର୍ଜିଲିଂ ଜିଲ୍ଲାରେ ମାଓବାଦୀଙ୍କ ବିରୋଧରେ କରିଥିବା ରଣନୀତି ଖୁବ ପ୍ରଭାବଶାଳୀ ହୋଇଥିଲା । ମନୋଜ କୁମାର ବର୍ମାଙ୍କ ଘର ରାଜସ୍ଥାନ ହୋଇଥିବା ସମୟରେ ସେ ୧୩ ଫେବୃଆରୀ ୨୦୦୯ ରେ ପଶ୍ଚିମବଙ୍ଗର ସର୍ବାଧିକ ମାଓପ୍ରବଣ ଜିଲ୍ଲା ମେଦିନାପୁର ଜିଲ୍ଲାର ଏସପି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।

ମନୋଜ କୁମାର ବର୍ମା ପୂର୍ବରୁ ଆନ୍ଧ୍ରପ୍ରଦେଶର ରାଜଧାନୀ ହାଇଦ୍ରାବାଦରେ ମଧ୍ୟ ସଫଳତାର ସହ ଦାୟିତ୍ୱ ନିର୍ବାହ କରିଥିଲେ । ତାଙ୍କୁ ଡେପୁଟି ଇନ୍ସପେକ୍ଟର ଜେନେରାଲ୍ ପୋଲିସ୍, ସିଲିଗୁରି ଏବଂ ଟ୍ରାଫିକ୍ (ମୁଖ୍ୟାଳୟ) ଭାବରେ ପଦୋନ୍ନତି ଦିଆଯାଇଥିଲା। ଏହା ପରେ ତାଙ୍କୁ ପଶ୍ଚିମବଙ୍ଗର ଟ୍ରାଫିକ ମୁଖ୍ୟାଳୟରେ ସ୍ପେଶାଲ ଇନ୍ସପେକ୍ଟର ଜେନେରାଲ ପଦବୀକୁ ବଦଳି କରାଯାଇଥିଲା। ବାରାକପୁର ଲୋକସଭା ଆସନରେ ୨୦୧୯ ସାଧାରଣ ନିର୍ବାଚନର ଫଳାଫଳ ଘୋଷଣା ହେବା ପରେ ହୋଇଥିବା ହିଂସା ସମୟରେ ପଶ୍ଚିମବଙ୍ଗ ସରକାର ମନୋଜ ବର୍ମାଙ୍କୁ ପୋଲିସ କମିଶନର ଭାବରେ ଦାୟିତ୍ୱ ଦେଇଥିଲେ ।

ଏଡିଜି ଆଇନ ପଦବୀରେ ଥିବା ସମୟରେ ଅନେକ ଡକାୟତି ମାମଲାର ସମାଧାନ କରିଛନ୍ତି ମନୋଜ ବର୍ମା । ତାଙ୍କ ନେତୃତ୍ୱରେ ପୋଲିସ ସାଇବର ଅପରାଧର ଅନେକ ବଡ ମାମଲାର ସମାଧାନ କରିଥିଲା। ୨୦୧୭ ମସିହାରେ ସ୍ୱାଧୀନତା ଦିବସରେ ପଶ୍ଚିମବଙ୍ଗ ଟ୍ରାଫିକ୍ ହେଡକ୍ୱାର୍ଟର, ଇନ୍ସପେକ୍ଟର ଜେନେରାଲ ଭାବେ ମନୋଜ ଭର୍ମାଙ୍କୁ ମେରିଟିଭ୍ ସର୍ଭିସ୍ (PMMS) ପାଇଁ ପୋଲିସ ପଦକ ପ୍ରଦାନ କରାଯାଇଥିଲା। ତାଙ୍କୁ ପୋଲିସ କମିଶନର ଭାବେ ବଦଳି କରାଯିବା ପରେ ୨୦୧୯ ମସିହାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ପୋଲିସ ପଦକ ପ୍ରଦାନ କରିଥିଲେ।

Also Read- Cricket World Cup Prize Money: ICCର ଐତିହାସିକ ଘୋଷଣା, ପୁରୁଷ ଏବଂ ମହିଳା ବିଶ୍ୱକପ୍ ବିଜେତାଙ୍କୁ ମିଳିବ ସମାନ ରାଶି

Also Read- Surya Gochar 2024: ଚନ୍ଦ୍ରଗ୍ରହଣ ପୂର୍ବରୁ ଫିଟିଲା ୩ ରାଶିର ଭାଗ୍ୟ, ମିଳିବ ଧନ