UK PM Rishi Sunak: ଆଜିଠାରୁ ବ୍ରିଟେନରେ ଋଷି ରାଜ
Advertisement

UK PM Rishi Sunak: ଆଜିଠାରୁ ବ୍ରିଟେନରେ ଋଷି ରାଜ

ରୁଷି ସୁନକ ହେଲେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ । ପ୍ରଥମ ଭାରତୀୟ ବଂଶୋଦ୍ଭବ ରିଷି ସୁନକ ଦୁନିଆର ଶକ୍ତିଶାଳୀ ରାଷ୍ଟ୍ର ବ୍ରିଟେନର ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଛନ୍ତି । 

UK PM Rishi Sunak: ଆଜିଠାରୁ ବ୍ରିଟେନରେ ଋଷି ରାଜ

UK PM Rishi Sunak: ନୂଆଦିଲ୍ଲୀ: ରୁଷି ସୁନକ ହେଲେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ । ପ୍ରଥମ ଭାରତୀୟ ବଂଶୋଦ୍ଭବ ରିଷି ସୁନକ ଦୁନିଆର ଶକ୍ତିଶାଳୀ ରାଷ୍ଟ୍ର ବ୍ରିଟେନର ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଛନ୍ତି । ପ୍ରଥମ ଥର ପାଇଁ ବ୍ରିଟେନ ପ୍ରଧାନମନ୍ତ୍ରୀ ଭାବେ ଜଣେ ଭାରତୀୟ ଶପଥ ନେବେ । ପିଏମ ପଦକୁ ନେଇ ଛକାପଞ୍ଝା ଜାରି ରହିଥିବାବେଳେ ରେସରୁ ଓହରି ଯାଇଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । କଞ୍ଜରଭେଟିଭ ପାର୍ଟିର ଦୁଇ ନେତା ବୋରିସ ଓ ଋଷି ପିଏମ ପଦ ପାଇଁ ଦୁଇ ମୁଖ୍ୟ ଦାବିଦାର ଥିଲେ। ହାଉସ ଅଫ କମନ୍ସର ଲିଡର ପେନୀ ମରଡୋଣ୍ଟଙ୍କଠାରୁ ସୁନକଙ୍କୁ ଢେର ଅଧିକ ସାଂସଦଙ୍କ ସମର୍ଥନ ମିଳିଛି । ସୁନକଙ୍କ ସପକ୍ଷରେ ସଂସଦର ୧୯୦ରୁ ଅଧିକ ସାଂସଦଙ୍କ ସମର୍ଥନ ରହିଥିଲା । ଦୁନିଆର ଶକ୍ତିଶାଳୀ ଦେଶରେ ଗୁଞ୍ଜରିତ ଭାରତୀୟ ବଂଶୋଦ୍ଭବଙ୍କ ନାଁ, ତାଲିକାରେ ସାମିଲ୍ ହୋଇଛନ୍ତି ସୁନାକ। 

ରୁଷି ସୁନକ ହେଲେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ । ପ୍ରଥମ ଭାରତୀୟ ବଂଶୋଦ୍ଭବ ରିଷି ସୁନକ ଦୁନିଆର ଶକ୍ତିଶାଳୀ ରାଷ୍ଟ୍ର ବ୍ରିଟେନର ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଛନ୍ତି । ପ୍ରଥମ ଥର ପାଇଁ ବ୍ରିଟେନ ପ୍ରଧାନମନ୍ତ୍ରୀ ଭାବେ ଜଣେ ଭାରତୀୟ ଶପଥ ନେବେ । ପିଏମ ପଦକୁ ନେଇ ଛକାପଞ୍ଝା ଜାରି ରହିଥିବାବେଳେ ରେସରୁ ଓହରି ଯାଇଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । କଞ୍ଜରଭେଟିଭ ପାର୍ଟିର ଦୁଇ ନେତା ବୋରିସ ଓ ଋଷି ପିଏମ ପଦ ପାଇଁ ଦୁଇ ମୁଖ୍ୟ ଦାବିଦାର ଥିଲେ। ହାଉସ ଅଫ କମନ୍ସର ଲିଡର ପେନୀ ମରଡୋଣ୍ଟଙ୍କଠାରୁ ସୁନକଙ୍କୁ ଢେର ଅଧିକ ସାଂସଦଙ୍କ ସମର୍ଥନ ମିଳିଛି । ସୁନକଙ୍କ ସପକ୍ଷରେ ସଂସଦର ୧୯୦ରୁ ଅଧିକ ସାଂସଦଙ୍କ ସମର୍ଥନ ରହିଥିଲା ।

ଲିଜ୍ ଟ୍ରସଙ୍କ ଇସ୍ତଫା ପରେ ବ୍ରିଟେନରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟରେ ପୂର୍ଣ୍ଣଛେଦ ପଡ଼ିଛି।ଋଷି ସୁନକ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି । କିଛି ଦିନ ତଳେ ଦ ଗାର୍ଡିୟନ ନିଜର ରିପୋର୍ଟରେ କହିଥିଲା ଯେ, ବ୍ରିଟେନର ଅଧିକାଂଶ ଲୋକେ ଏବଂ କନଜରଭେଟିଭ ପାର୍ଟିର ଅନେକ ନେତା ସେପ୍ଟେମ୍ୱରରେ ହିଁ ଋଷି ସୁନକଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଥିଲେ। ଲିଜ୍ ଟ୍ରସଙ୍କ ଚୟନ ଭୁଲ ପ୍ରମାଣିତ ହେଲା। ଋଷି ସୁନକ ବିତର୍କ ସମୟରେ ଲିଜ୍ ଟ୍ରସଙ୍କ ଟ୍ୟାସ ହ୍ରାସ ବ୍ରିଟେନ ଅର୍ଥ ବ୍ୟବସ୍ଥା ଉପରେ ଘାତକ ପ୍ରମାଣିତ ହେବ ବୋଲି କହିଥିଲେ।

ସୋମବାର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ପ୍ରଧାନମନ୍ତ୍ରୀ ଦୌଡରୁ ଓହରି ଯାଇଥିଲେ। ଏହା ପରେ ସୁନକଙ୍କ ପ୍ରଧାନମନ୍ତ୍ରୀ ହେବା ପ୍ରାୟତଃ ନିଶ୍ଚିତ ହୋଇ ଯାଇଥିଲା। ବ୍ରିଟେନର ରାଜନୀତି ପାଇଁ ଆଜି ହେଉଛି ବଡ ଦିନ। କାରଣ  ଗତ ତିନି ମାସରେ ହିଁ ଋଷି ସୁନକ ତୃତୀୟ ବ୍ୟକ୍ତି ଯିଏ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି।

ସର୍ବପ୍ରଥମେ ବୋରିସ୍ ଜନସନ ଇସ୍ତଫା ଦେବା ପରେ ଲିଜ୍ ଟ୍ରସ ଋଷି ସୁନକଙ୍କୁ ପରାସ୍ତ କରି ପ୍ରଧାନମନ୍ତ୍ରୀ ହୋଇଥିଲେ। ହେଲେ ସେ ପଦରେ ଅଧିକ ସମୟ ତିଷ୍ଠି ପାରିଲେ ନାହିଁ। ୪୫ ଦିନରେ ତାଙ୍କୁ ପ୍ରଧାନମନ୍ତ୍ରୀ ପଦରେ ଇସ୍ତଫା ଦେବାକୁ ପଡିଥିଲା। ଏହା ପରେ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ପାଇଁ ଋଷି ସୁନକ ଦୌଡରେ ସାମିଲ୍ ହୋଇଥିଲେ। ଆଉ ଏଥର ତାଙ୍କୁ ବିଜୟ ମିଳିଛି।