ପୁଣି Rocket ଆକ୍ରମଣରେ କମ୍ପିଉଠିଲା Kabul
ଏହି ରକେଟ ଆକ୍ରମଣ ପାଇଁ କୌଣସି ଆତଙ୍କବାଦୀ ସଙ୍ଗଠନ ନିଜକୁ ଦାୟୀ କରିନାହାଁନ୍ତି।
କାବୁଲ: ପୁଣି ରକେଟ ଆକ୍ରମଣରେ ଥରହର ହୋଇଉଠିଛି କାବୁଲ। ଏହି ସହରରେ ଅବସ୍ଥିତ ଥିବା ଏକ ପାୱର ଷ୍ଟେସନ ନିକଟରେ ଘଟିଥିବା ଏହି ଘଟଣାରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି। ସ୍ଥାନୀୟ ଗଣାମାଧ୍ୟମ ରିପୋର୍ଟ ଅନୁସାରେ ଏହା ଦ୍ୱାରା ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର କ୍ଷତିଗ୍ରସ୍ତ ହୋଇଥାନ୍ତା।
ଏହି ରକେଟ ଆକ୍ରମଣ ପାଇଁ କୌଣସି ଆତଙ୍କବାଦୀ ସଙ୍ଗଠନ ନିଜକୁ ଦାୟୀ କରିନାହାଁନ୍ତି। ଗତ ଅଗଷ୍ଟ ୨୬ ତାରିଖରେ କାବୁଲସ୍ଥିତ (Kabul) ହମିଦ କରଜାଇ ଆନ୍ତର୍ଜାତୀୟ ବିମାନବନ୍ଦର (Hamid Karzai International Airport) ପରିସରରେ ଆଇଏସଆଇଏସ-ଖୋରାସାନ ନାମକ ଆତଙ୍କବାଦୀ ସଙ୍ଗଠନ ପକ୍ଷରୁ ହୋଇଥିବା ବିସ୍ଫୋରଣରେ ୧୩ ଜଣ ଆମେରିକୀୟ ସୈନିକଙ୍କ (American Soldier) ସମେତ ୧ ଶହରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହି ବିସ୍ଫୋରଣ ସେତେବେଳେ ହୋଇଥିଲା ଯେତେବେଳେ ବିଶ୍ୱର ଅନେକ ଦେଶ ସେଠାରେ ଫସି ରହିଥିବା ନିଜ ନାଗରିକଙ୍କୁ ଉଦ୍ଧାର କରିବା ଲାଗି ଉଦ୍ଧାର ଅଭିଯାନ ଜାରି ରଖିଥିଲେ।
Also Read: ବିସ୍ଫୋରଣରେ କମ୍ପିଉଠିଲା Kabul Airport; ୧୩ ମୃତ, ୩୦ ଆହତ
ତାଲିବାନ ନିୟନ୍ତ୍ରଣକୁ ଆଫଗନିସ୍ତାନ (Afghanistan) ଆସିଯିବା ପରେ ରାଜଧାନୀ କାବୁଲ ସହର ବିଭିନ୍ନ କାରଣକୁ ନେଇ ଅଶାନ୍ତ ହୋଇଉଠୁଛି। ଗତ ଗୁରୁବାର ରାତିରେ ସହରରେ ଅବସ୍ଥିତ ଚାମେରା ପାୱର ଷ୍ଟେସନକୁ (Kabul Chamera Power Station) ଟାର୍ଗେଟ କରି କରି ଏହି ଆକ୍ରମଣ କରାଯାଇଥିଲ। ଏହି ସ୍ଥାନକୁ ଟାର୍ଗେଟ କରି ଗୋଟିଏ ପରେ ଗୋଟିଏ ରକେଟ ଆକ୍ରମଣ (Rocket Attack) କରାଯାଇଥିଲା। ଏହି ଆକ୍ରମଣ ପଛରେ ଆଇଏସଆଇଏସ-ଖୋରାସାନ (ISIS-Khorasan) ଆତଙ୍କୀ ଗୋଷ୍ଠୀ ସମ୍ପୃକ୍ତ ରହିଥିବାର ସନ୍ଦେହ କରାଯାଉଛି।
କାରଣ ତାଲିବାନ (Taliban) ସଙ୍ଗଠନ ସହ ଜଡିତ ରହିଥବା ୯୯ ପ୍ରତିଶତ ତାଲିବାନୀ ଆତଙ୍କୀ (Taliban Terrorist) ହେଉଛନ୍ତି ଅଶିକ୍ଷିତ। ସେମାନଙ୍କ ନିକଟରେ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରିବାର କୌଣସି ଅଭିଜ୍ଞତା ନାହିଁ। ଆଫଗାନିସ୍ତାନ ଦଖଲ କରି ସାରିବା ପରେ ସେମାନଙ୍କ ଦ୍ୱାରା ବିଭିନ୍ନ କାରନାମାର ଭିଡିଓ ସୋସିଆଲ ମିଡିଆରେ ଜୋରସୋରରେ ଭାଇରାଲ ହୋଇସାରିଛି।
Also Read: IS Returns: ବିମାନବନ୍ଦର ପରେ ବିସ୍ଫୋରଣରେ ଥରିଉଠିଲା ସୈନ୍ୟ ଶିବିର
ଗତ ଅଗଷ୍ଟ ୩୦ ତାରିଖରେ କାବୁଲ ବିମାନବନ୍ଦରକୁ (Kabul Airport) ଟାର୍ଗେଟ କରି ପୁନର୍ବାର ରକେଟ ଆକ୍ରମଣ କରିଥିଲା ଆତଙ୍କୀ ସଙ୍ଗଠନ ଆଇଏସଆଇଏସ-ଖୋରାସାନ। ମାତ୍ର ଆଫଗାନିସ୍ତାନ ଠାରେ ଆମେରିକା ସେନା ପକ୍ଷରୁ ନିୟୋଜିତ କରାଯାଇଥିବା କ୍ଷେପଣାସ୍ତ୍ର ପ୍ରତିରୋଧ ପ୍ରଣାଳୀ (Missile Defense System) ଏହି ରକେଟକୁ ଆକାଶ ମାର୍ଗରେ ଧ୍ୱଂସ କରିଦେଇଥିଲା।