Jaguar Sports Car Accident:ସକାଳୁ ବାହାରିଥିଲେ ଅଫିସ, ଦୁର୍ଘଟଣାରେ ଚାଲିଗଲା ଜୀବନ
Advertisement

Jaguar Sports Car Accident:ସକାଳୁ ବାହାରିଥିଲେ ଅଫିସ, ଦୁର୍ଘଟଣାରେ ଚାଲିଗଲା ଜୀବନ

Jaguar Sports Car Accident: ମିଳିଥିବା ସୂଚନା ଅନୁଯାୟୀ ଫରିଦାବାଦରେ ରହୁଥିବା ପିଷ୍ଟର ଆମେରିକାନ ଏକ୍ସପ୍ରେସରେ କାର୍ଯ୍ୟ କରନ୍ତି। ଆଜି ସକାଳୁ ସେ ଟିଫିନ କରିବାକୁ ଓଡ଼ିଶା ରେଜିଷ୍ଟରର ଭିଆଇପି ନମ୍ବର ବିଶିଷ୍ଟ ନିଜର ବିଳାସମୟ ଜାଗୁଆର କାର ଯୋଗେ ଅନ୍ୟ ବନ୍ଧୁଙ୍କ ସହିତ ସୁପରଟେକ ବିଲ୍ଡିଂ ଅଭିମୁଖେ ଆସିଥିଲେ।

Jaguar Sports Car Accident:ସକାଳୁ ବାହାରିଥିଲେ ଅଫିସ, ଦୁର୍ଘଟଣାରେ ଚାଲିଗଲା ଜୀବନ

Jaguar Sports Car Accident: ନୂଆଦିଲ୍ଲୀ: ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ (Road Accident) ଆଜି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ନୋଏଡ଼ା (Noida) ସେକ୍ଟର ୯୬ (Noida Sector) ଅଞ୍ଚଳରେ ଥିବା ସୁପରଟେକ ଇ ସ୍କ୍ୱୟାର ବିଲ୍ଡିଂ (Supretech E Square) ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା (Road Accident) ଘଟିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ୩୧ ବର୍ଷିୟ ସାମୁଏଲ ଆଣ୍ଡ୍ରିୟୁ ପିଷ୍ଟର ଏକ ବିଳାସମୟ ଜାଗୁଆର କାରକୁ (Jaguar Car) ଦ୍ରୁତ ବେଗରେ ଚଳାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଫଳରେ କାରଟି ଧକ୍କା ଦେଇଥିବା ମହିଳାଙ୍କର ମୃତ୍ୟୁ ହୋଇଯାଇଛି। ମୃତ ମହିଳା ନାଁ ଦୀପିକା ତ୍ରିପାଠୀ (Deepika Tripathy) ବୋଲି ଜଣାପଡ଼ିଛି। ସେ ଇ-ସ୍କୋୟାର ରିସେପସନିଷ୍ଟ (Receptionist) ଭାବେ କାର୍ଯ୍ୟ କରନ୍ତି। 

ମିଳିଥିବା ସୂଚନା ଅନୁଯାୟୀ ଫରିଦାବାଦରେ ରହୁଥିବା ପିଷ୍ଟର ଆମେରିକାନ ଏକ୍ସପ୍ରେସରେ କାର୍ଯ୍ୟ କରନ୍ତି। ଆଜି ସକାଳୁ ସେ ଟିଫିନ କରିବାକୁ ଓଡ଼ିଶା ରେଜିଷ୍ଟରର (Odisha Registered) ଭିଆଇପି ନମ୍ବର ବିଶିଷ୍ଟ ନିଜର ବିଳାସମୟ ଜାଗୁଆର କାର ଯୋଗେ ଅନ୍ୟ ବନ୍ଧୁଙ୍କ ସହିତ ସୁପରଟେକ ବିଲ୍ଡିଂ ଅଭିମୁଖେ ଆସିଥିଲେ। ଏହି ସମୟରେ ସେ ଅନ୍ୟ ବନ୍ଧୁଙ୍କ ଗାଡ଼ି ସହିତ ରେସିଂ ଚଲାଇଥିଲେ। ଆସିବା ବେଳେ ବେଶ ଦ୍ରୁତ ବେଗରେ ଗାଡ଼ି ଚଲାଇ ଆସିଥିଲେ। ସେହି ସମୟରେ ଇସ୍କୋୟାର ଅଞ୍ଚଳରେ ଦୀପିକା ନିଜର ଗାଡ଼ିକୁ ପାର୍କି କରୁଥିଲେ। ଏହି ସମୟରେ ପିଷ୍ଟରଙ୍କ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲେ। ଫଳରେ ଘଟଣା ସ୍ଥଳରେ ଦୀପିକା ବେଶ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ସେଠାରୁ ଉଦ୍ଧାର କରାଯାଇ ତାଙ୍କୁ ସେକ୍ଟର ୧୧୦ର ଏକ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

ସେପଟେ ଏହି ମାମଲାରେ ଜାଗୁଆର ଚଳାଉଥିବା ପିଷ୍ଟରଙ୍କୁ ପୋଲିସ ଗିରଫ କରିଥିବା ନେଇ ଜଣାପଡ଼ିଛି। ଏହି ଦୁର୍ଘଟଣା ନେଇ ଦୀପିକାଙ୍କ ଭାଇ ରାଜୀବ ସେକ୍ଟର ୩୯ସ୍ଥିତ ପୋଲିସରେ ଏକ ମାମଲା ରୁଜୁ କରିଥିଲେ। ରାଜୀବ କହିଛନ୍ତି କି ଜାଗୁଆର ଡ୍ରାଇଭର ଜଣକ ଅତ୍ୟନ୍ତ ଦାୟିତ୍ୱହୀନ ଓ ଅତ୍ୟନ୍ତ ଦ୍ରୁତ ବେଗରେ ଗାଡ଼ି ଚଳାଉଥିଲେ। ପୋଲିସ ଜାଗୁଆର ଡ୍ରାଇଭରକୁ ଗିରଫ କରିଛି ଏବଂ କାରଟି ଜବତ କରାଯାଇଛି। ଦୁର୍ଘଟଣାରେ ଗାଡ଼ିର ସମ୍ମୁଖ ଭାଗର କିଛି ଅଂଶ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଦୀପିକାଙ୍କ ଗାଡ଼ି ସ୍କୁଟର ମଧ୍ୟ ଭାଙ୍ଗି ଯାଇ ନଷ୍ଟ ହୋଇଯାଇଛି। ସ୍କୁଟରଟିକୁ ଦେଖିଲେ ଜଣାପଡ଼ିବ ଯେ ଦୁର୍ଘଟଣା କେତେ ଶକ୍ତିଶାଳୀ ରହିଥିଲା। 

Also Read: Bhubaneswar: ଆଜି ପୁଣି ବିସ୍ଫୋରକ ବୟାନ ରଖିଲେ ଅର୍ଚ୍ଚନା, ନିଜକୁ ନିର୍ଦ୍ଦୋଶ ବୋଲି କହିଲେ

Also Read: Saket Gokhale Arrest: ବନ୍ଧା ହେଲେ Tmc ମୁଖପାତ୍ର ସାକେତ ଗୋଖଲେ, ଜାଣନ୍ତୁ କଣ ରହିଛି ପୁରା ଘଟଣାକ୍ରମ ?

Also Read: Team India Captain: ଟିମ୍ ଇଣ୍ଡିଆର ନୂଆ ଅଧିନାୟକଙ୍କୁ ନେଇ ପୂର୍ବତନ କ୍ରିକେଟର ଦେଲେ ବଡ଼ ବୟାନ, କହିଲେ-ହାର୍ଦ୍ଦିକ ନୁହେଁ ଏହି ଖେଳାଳିଙ୍କୁ ସୁଯୋଗ ମିଳିବା ଉଚିତ୍