Russia Ukraine War: ଯୁଦ୍ଧ ବନ୍ଦୀଙ୍କ ଶରୀରରୁ ଅଙ୍ଗ ଚୋରି କରିନେଉଛି ଋଷ୍‌ : ଅଭିଯୋଗ ଆଣିଲେ ସେନାଙ୍କ ପତ୍ନୀ
Advertisement
Article Detail0/zeeodisha/odisha2355032

Russia Ukraine War: ଯୁଦ୍ଧ ବନ୍ଦୀଙ୍କ ଶରୀରରୁ ଅଙ୍ଗ ଚୋରି କରିନେଉଛି ଋଷ୍‌ : ଅଭିଯୋଗ ଆଣିଲେ ସେନାଙ୍କ ପତ୍ନୀ

selling organs of dead Ukrainian prisoners: ୟୁକ୍ରେନରେ ମୃତ୍ୟୁବରଣ କରୁଥିବା  ସୈନିକଙ୍କ ଠାରୁ ଅଙ୍ଗପ୍ରତ୍ୟଙ୍ଗ ଚୋରି କରିନେଉଛି ଋଷ। ଏଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି ଯୁକ୍ରେନ ସୈନିକଙ୍କ ପତ୍ନୀ ।

Russia Ukraine War

Russia Ukraine War : ୟୁକ୍ରେନରେ ମୃତ୍ୟୁବରଣ କରୁଥିବା  ସୈନିକଙ୍କ ଠାରୁ ଅଙ୍ଗପ୍ରତ୍ୟଙ୍ଗ ଚୋରି କରିନେଉଛି ଋଷ। ଏଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି ଯୁକ୍ରେନ ସୈନିକଙ୍କ ପତ୍ନୀ । ଯୁଦ୍ଧ ସମୟରେ ଅନେକ ଯୁକ୍ରେନ ସେନା ଗିରଫ ହୋଇ ଋଷ ଜେଲରେ ଅଛନ୍ତି। ତେବେ ଜେଲରେ ୬୬୧ ଜଣ  ମୃତ୍ଯୁବରଣ କରୁଥିବା ସେନାଙ୍କ ଅଙ୍ଗ ଚୋରି କରି ବାହାରେ ବିକ୍ରି କରୁଥିବା ନେଇ ଅଭିଯୋଗ କରିଛନ୍ତି ଫ୍ରିଡମ୍ ଟୁ ଡିଫେଣ୍ଡର୍ସ ଅଫ୍ ମ୍ୟାରିଓପୁଲ ଗ୍ରୁପର ଜଣେ ସୈନିକଙ୍କ ପତ୍ନୀ।

 ତାଙ୍କ କହିବା ଅନୁଯାୟୀ, ତାଙ୍କ ମୃତ ସ୍ଵାମୀଙ୍କୁ ପୁଟିନ ସେନା ହସ୍ତାନ୍ତର କରିଥିଲେ କିନ୍ତୁ ତାଙ୍କ ଶରୀର ଭିତରେ  ଏକାଧିକ ଅଙ୍ଗ ନଥିଲା।ପ୍ରକାଶଥାଉକି ୧୦ ହଜାରରୁ ଉର୍ଦ୍ଧ୍ବ ୟୁକ୍ରେନୀୟ ସେନା ଏବେ ଋଷର ହେପାଜତରେ ଅଛନ୍ତି।ତେବେ ଫେବୃଆରୀ ୨୦୨୨ରେ ୟୁକ୍ରେନ- ରୁଷ ଯୁଦ୍ଧ ଆରମ୍ଭ ହୋଇଥିଲା। ଋଷର ସାମରିକ ବାହିନୀ ବେଲାଋଷ, କ୍ରିମିଆ ପଟୁ ୟୁକ୍ରେନକୁ ପ୍ରବେଶ କରିଥିଲେ। 

ଆକ୍ରମଣ ପୂର୍ବରୁ, ୟୁକ୍ରେନ ସରକାର ଓ ଋଷ ସମତ ବିଚ୍ଛିନ୍ନତାବାଦୀଙ୍କ ମଧ୍ଯରେ ପୂର୍ବୟୁକ୍ରେନରେ ଆଠ ବର୍ଷ ଧରି ବିବାଦ ଲାଗି ରହିଥିଲା।ଯୁଦ୍ଧ ବନ୍ଦୀମାନଙ୍କ ପରିବାରର ପ୍ରତିନିଧୀ ଏବଂ ୟୁକ୍ରେନ ରାଷ୍ଟ୍ରଦୂତ ଭାସିଲ ମଧ୍ୟରେ ତୁର୍କୀର ଅଙ୍କାରରେ ଏକ ବୈଠକରେ ର ସାଲେଭା ଏହି ଦାବି କରିଛନ୍ତି।

 ଏହା ନିଶ୍ଚିତ ଯେ ବନ୍ଦୀରୁ ନିର୍ଯାତିତ ହୋଇଥିବା ବ୍ୟକ୍ତିଙ୍କ ଶବ ଗ୍ରହଣ କରୁଛୁ। ୟୁକ୍ରେନ ଟୁଡେ ଅନୁଯାୟୀ ଆମେ କେବଳ ନିର୍ଯାତିତ ଶବ ଗ୍ରହଣ କରୁନାହୁଁ, ଦୁର୍ଭାଗ୍ୟବଶତଃ ଅଙ୍ଗ ବିନା ଶରୀରକୁ ଗ୍ରହଣ କରୁଛୁ ବୋଲି ସାଲେଭା କହିଛନ୍ତି। ସାଲେଭାଙ୍କ ଅଭିଯୋଗ ଏହା ୟୁକ୍ରେନ ଯୁଦ୍ଧ ବନ୍ଦୀମାନଙ୍କ ସହିତ ଋଷରେ ଅଟ ତସ୍କରୀ ପାଇଁ ଏକ ସକ୍ରିୟ କଳାବଜାର ଆସୁଛି।