Russia Ukraine War : ଚିନ୍ତାରେ ଭାରତ, 'ଏଣୁ ମାରିଲେ ଗୋ ହତ୍ୟା, ତେଣୁ ମାରିଲେ ବ୍ରହ୍ମ ହତ୍ୟା'
Advertisement

Russia Ukraine War : ଚିନ୍ତାରେ ଭାରତ, 'ଏଣୁ ମାରିଲେ ଗୋ ହତ୍ୟା, ତେଣୁ ମାରିଲେ ବ୍ରହ୍ମ ହତ୍ୟା'

ଋଷ ସେନା ଶୁକ୍ରବାର ୟୁରୋପର ବୃହତ୍ତମ ଜାପୋରିଜିଆ ଆଣବିକ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ଉପରେ ଆକ୍ରମଣ କରି ଏହାର କିଛି ଅଂଶ ନିଜ କବଜାକୁ ନେଇଛି। ଏହି ଆକ୍ରମଣ ପରେ ୟୁକ୍ରେନ ରାଷ୍ଟ୍ରପତି ଦେଶ ଛାଡି ପୋଲାଣ୍ତରେ ଶରଣ ନେଇଥିବା କୁହାଯାଉଥିଲା। କିନ୍ତୁ ସେ ବର୍ତ୍ତମାନ ମଧ୍ୟ କିଭରେ ଥିବା ସୂଚନା ମିଳିଛି।

ଫାଇଲ ଫଟୋ

ନୂଆଦିଲ୍ଲୀ: Russia Ukraine War ଦଶମ ଦିନରେ ପହଞ୍ଚିଛି। ୟୁକ୍ରେନର ଆଣବିକ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ଉପରେ ଋଷ ଆକ୍ରମଣ କରି ଦର୍ଶାଇଛି ଯେ ୟୁକ୍ରେନକୁ ସଂପୂର୍ଣ୍ଣ ଧ୍ୱଂସ କରିବା ମନୋଭାବରେ ଅଛି। ଋଷର ଏହି ପଦକ୍ଷେପ ବିରୋଧରେ ଶୁକ୍ରବାର ରାତିରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଏକ ଜରୁରୀ ବୈଠକ ଡକାଇଥିଲା। ସେପଟେ କଣା ଡଙ୍ଗା ଧରି ଭାରତ ମଝି ଦରିଆରେ ଫସିରହିଛି। 

ଋଷ ସେନା ଶୁକ୍ରବାର ୟୁରୋପର ବୃହତ୍ତମ ଜାପୋରିଜିଆ ଆଣବିକ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ଉପରେ ଆକ୍ରମଣ କରି ଏହାର କିଛି ଅଂଶ ନିଜ କବଜାକୁ ନେଇଛି। ଏହି ଆକ୍ରମଣ ପରେ ୟୁକ୍ରେନ ରାଷ୍ଟ୍ରପତି ଦେଶ ଛାଡି ପୋଲାଣ୍ତରେ ଶରଣ ନେଇଥିବା କୁହାଯାଉଥିଲା। କିନ୍ତୁ ସେ ବର୍ତ୍ତମାନ ମଧ୍ୟ କିଭରେ ଥିବା ସୂଚନା ମିଳିଛି। ସେପଟେ ଶୁକ୍ରବାର ରାତି ୧୦ଟା ସମୟରେ UNSC ଜରୁରୀକାଳୀନ ବୈଠକ ଡାକିଥିଲା। ସଦସ୍ୟ ଦେଶର ପ୍ରତିନିଧିଙ୍କ ବ୍ୟତୀତ ଅଧିକାରୀମାନେ ଆନ୍ତର୍ଜାତୀୟ ପରମାଣୁ ଶକ୍ତି (IAEA) ମଧ୍ୟ ଏଥିରେ ଅଂଶଗ୍ରହଣ କରିଥିଲେ।

Also Read: ୟୁକ୍ରେନ ପାଇଁ ଭୟାନକ ପ୍ଲାନ, ଏକତ୍ର କରି ସର୍ବସାଧାରଣରେ ଫାଶୀ ଦେବେ ପୁଟିନ୍

ଅନ୍ୟପକ୍ଷରେ NATO ଏକ ବଡ଼ ଚେତାବନୀ ଦେଇଛି ଯେ, ରୁଷ ଯୁଦ୍ଧ ବନ୍ଦ କରିବ ନାହିଁ। ସମଗ୍ର ୟୁକ୍ରେନରେ ତାହାର ଆକ୍ରମଣ ଜାରି ରହିପାରେ। ସେ ଋଷର ଆକ୍ରମଣକୁ ୟୁରୋପରେ ଦଶନ୍ଧି ମଧ୍ୟରେ ସବୁଠାରୁ ଖରାପ ସାମରିକ ଆକ୍ରମଣ ବୋଲି ବର୍ଣ୍ଣନା କରିଛି। NATO ଅନୁସାରେ, ଅବସ୍ଥା ଆହୁରି ଖରାପ ହେବ, ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବ ଏବଂ ଅଧିକ ଧ୍ୱଂସ ହେବ।

ସେପଟେ ମିଳିତ ଜାତିସଂଘରେ ଋଷ ଏବଂ ୟୁକ୍ରେନ ଉପରେ ଭାରତ ନିଜର ନିରପେକ୍ଷ ଆଭିମୁଖ୍ୟ ବଜାୟ ରଖିଛି। ଋଷ ବିରୋଧରେ କୌଣସି ଭୋଟ୍ କରୁନାହିଁ। ତୁରନ୍ତ ଏକ ସ୍ୱାଧୀନ ଆନ୍ତର୍ଜାତୀୟ ଅନୁସନ୍ଧାନ ଆୟୋଗ ଗଠନ କରିବାକୁ ଜାତିସଂଘରେ ନିଷ୍ପତ୍ତି ନିଆଯାଇଛି। କିନ୍ତୁ ଭାରତ ସେଥିରୁ ବିରତ ରହିଛି। ଜାତିସଂଘର ୪୭ ସଦସ୍ୟ ବିଶିଷ୍ଟ ପରିଷଦ ୟୁକ୍ରେନର ମାନବିକ ଅଧିକାର ସ୍ଥିତିକୁ ନେଇ ଏକ ଡ୍ରାଫ୍ଟ ରିଜୋଲ୍ୟୁସନ୍ ଉପରେ ଭୋଟ୍ ଦେଇଛି। ରିଜୋଲ୍ୟୁସନ୍ ସପକ୍ଷରେ ୩୨ଟି ଭୋଟ୍ ଦିଆଯାଇଥିବାବେଳେ ଦୁଇଟି ଭୋଟ୍ ଏହା ବିରୁଦ୍ଧରେ ଯାଇଛି। ଭାରତ, ଚୀନ୍, ପାକିସ୍ତାନ, ସୁଦାନ ଏବଂ ଭେନେଜୁଏଲା ଭଳି ୧୩ଟି ଦେଶ ଏହି ଭୋଟିଂରେ ଭାଗ ନେଇ ନାହାଁନ୍ତି।

Also Read: ଯୁଦ୍ଧ ବେଳେ ଦେଶ ଛାଡି଼ ପଳାୟନ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର୍ ଜେଲେନସ୍କି!

ବର୍ତ୍ତମାନ ଆମେରିକା କୂଟନୈତିକ ସ୍ତରରେ ଭାରତ ଉପରେ ଚାପ ପ୍ରୟୋଗ କରିବା ଆରମ୍ଭ କରିଛି। ଋଷ ବିରୋଧରେ ଭୋଟ୍ ଦେବା ଠାରୁ ଭାରତ ଦୂରେଇ ରହିବ ନାହିଁ। କିନ୍ତୁ ବଡ ପ୍ରଶ୍ନ ହେଉଛି, ଆମେରିକାକୁ ସନ୍ତୁଷ୍ଟ କରିବା ପାଇଁ ଋଷ ସହ ଶତ୍ରୁତା କରିବାକୁ ଭାରତ ସାହସ ଦେଖାଇବ କି? ଯଦି ଆମେରିକାର ଚାପରେ ପଡି ଭାରତ ଋଷ ବିରୁଦ୍ଧରେ ଯାଏ ତେବେ ଭାରତକୁ ଏହାର ବହୁ ମୂଲ୍ୟ ଦେବାକୁ ପଡିପାରେ। ଦୀର୍ଘ ଦଶନ୍ଧି ଧରି ଭାରତ ଓ ଋଷ ମଧ୍ୟରେ ଅତି ଘନିଷ୍ଠ ସମ୍ପର୍କ ରହିଛି। ଉଭୟ ବାଣିଜ୍ୟିକ, ରାଜନୈତିକ ଓ ପ୍ରତିରକ୍ଷା କ୍ଷେତ୍ରରେ ଭାରତ ପ୍ରତି ଋଷର ଅବଦାନ ଅତୁଳନୀୟ ରହିଛି।

ଏହି ସମୟରେ ପୂର୍ବ ୟୁକ୍ରେନର ଦୁଇଟି ସହରରେ ଫସି ରହିଥିବା ପ୍ରାୟ ୧୭୦୦ ଭାରତୀୟଙ୍କ ନିରାପତ୍ତାକୁ ନେଇ ମୋଦି ସରକାରଙ୍କ ଚିନ୍ତା ବଢିଛି। ପିସୋଚିନ୍ ଏବଂ ସୁମିର ଦୁଇଟି ସହରରେ ଋଷର ସୈନ୍ୟବାହିନୀ ଦ୍ୱାରା ଭୟଙ୍କର ବୋମା ବିସ୍ଫୋରଣ ହୋଇଛି। ଯେଉଁଥିପାଇଁ ଭାରତୀୟ ନାଗରିକଙ୍କୁ ସ୍ଥାନାନ୍ତର କରିବା ଏକ ଚ୍ୟାଲେଞ୍ଜିଂ ହୋଇପଡିଛି। ସେଥିପାଇଁ ଭାରତ ଉଭୟ ଦେଶକୁ କିଛି ସମୟ ପାଇଁ ଅସ୍ତ୍ରବିରତି କରିବାକୁ ଅନୁରୋଧ କରିଛି। ୟୁକ୍ରେନ କର୍ତ୍ତୃପକ୍ଷଙ୍କୁ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରିବାକୁ ଅନୁରୋଧ କରିଛୁ କିନ୍ତୁ ଏପର୍ଯ୍ୟନ୍ତ ସେମାନଙ୍କ ପକ୍ଷରୁ କୈଣସି ପ୍ରତିକ୍ରିୟା ମିଳିନାହିଁ। ଏହି ସମୟରେ ଆମେ ବସ୍ ବ୍ୟବସ୍ଥା କରୁଛୁ ବୋଲି ଭାରତ କହିଛି।