ନୂଆଦିଲ୍ଲୀ: Russia-Ukraine War: ଋଷ (Russia) ଓ ୟୁକ୍ରେନ (Ukraine) ମଧ୍ୟରେ ଭୟଙ୍କର ଲଢ଼େଇ ଜାରି ରହିଛି । ଏହି ସମୟରେ ୟୁକ୍ରେନ ଦାବି କରିଛି ଯେ, ଯୁଦ୍ଧରେ ଏପର୍ଯ୍ୟନ୍ତ ୧୫,୩୦୦ ଋଷ ସୈନିକ ନିହତ ହୋଇଛନ୍ତି । ୟୁକ୍ରେନ ବୈଦେଶିକ ମନ୍ତ୍ରଣାଳୟ (Ukrainian Foreign Ministry) ଟ୍ୱିଟ୍ କରି ଏହି ସୂଚନା ଦେଇଛି । ବୈଦେଶିକ ମନ୍ତ୍ରଣାଳୟ (Foreign Ministry) ଦାବି କରିଛି ଯେ ମୋଟ ୯୯ ଏୟାରକ୍ରାଫ୍ଟ, ୧୨୩ ହେଲିକପ୍ଟର, ୫୦୯ ଟ୍ୟାଙ୍କ, ୨୪ ୟୁଏଭି,  ୧୫ ସ୍ପେଶାଲ ଯନ୍ତ୍ରପାତି, ୧୦୦୦ ଯାନ, ୪୫ ଆଣ୍ଟି-ଏୟାରଫେୟାର ଯୁଦ୍ଧ ପ୍ରଣାଳୀ, ୧,୫୫୬ ଅଲଗା ଅଲଗା ଅସ୍ତ୍ରଶସ୍ତ୍ର ଯାନ ୟୁକ୍ରେନ ସୈନ୍ୟବାହିନୀ ଦ୍ୱାରା ନଷ୍ଟ କରାଯାଇଛି ।


COMMERCIAL BREAK
SCROLL TO CONTINUE READING

ୟୁକ୍ରେନ ବୈଦେଶିକ ମନ୍ତ୍ରଣାଳୟ ଲଗାତର ଏପରି ଟ୍ୱିଟ୍ କରି ଯୁଦ୍ଧରେ ୟୁକ୍ରେନ ସୈନ୍ୟବାହିନୀ ଦ୍ୱାରା ଋଷକୁ ପହଞ୍ଚାଯାଇଥିବା କ୍ଷତିର ସୂଚନା ଦେଇଥାଏ । ତଥାପି, ଏହି ତଥ୍ୟକୁ ଆଧିକାରୀକ ଭାବେ ନିଶ୍ଚିତ କରିବାର କୌଣସି ଉପାୟ ନାହିଁ ଓ ୟୁକ୍ରେନର ହୋଇଥିବା କ୍ଷୟକ୍ଷତିର ତଥ୍ୟ ମଧ୍ୟ ଅସ୍ପଷ୍ଟ ରହିଛି ।


ଏହାପୂର୍ବରୁ ସୋମବାର ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି (Ukrainian President Volodymyr Zelensky) ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Russian President Vladimir Putin) ଙ୍କ ସହ ସିଧାସଳଖ ଶାନ୍ତି ଆଲୋଚନା କରିବାର ପ୍ରସ୍ତାବକୁ ଦୋହରାଇଛନ୍ତି । ଜେଲେନସ୍କି ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି ଯେ ସେ ପ୍ରାୟ ଏକ ଧରି ଚାଲିଥିବା ଯୁଦ୍ଧ, ଯେଉଁଥିରେ ୟୁକ୍ରେନର ଅନେକ ସହରକୁ ଧ୍ୱଂସ କରିଦିଆଯାଇଛି, ତାହାକୁ ଶେଷ କରିବା ପାଇଁ ପୁଟିନଙ୍କ ସହ ସାକ୍ଷାତ କରି ଯେକୌଣସି ଫର୍ମାଟରେ ଆଲୋଚନା କରିବା ପାଇଁ ପ୍ରସ୍ତୁତ ଅଛନ୍ତି ।


ଅଧିକ ପଢ଼ନ୍ତୁ:-ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଆହୁରି କେତେ ଟଙ୍କା ଯାଏ ବଢ଼ିବ


ଅଧିକ ପଢ଼ନ୍ତୁ:-ଗୁଡ୍ ନ୍ୟୁଜ୍! ପୁଣି ଶସ୍ତା ହେଲା ଖାଇବା ତେଲ, ହ୍ରାସ ପାଇଲା ସୋରିଷ ତେଲ ସମେତ ସମସ୍ତ ତେଲ ଦର


ଏହା ବି ପଢ଼ନ୍ତୁ:-ହୃଦଘାତ ପୂର୍ବରୁ ଶରୀରରେ ଆସେ ଏସବୁ ପରିବର୍ତ୍ତନ, କଦାପି କରନ୍ତୁନି ଅଣଦେଖା


ଏହା ବି ପଢ଼ନ୍ତୁ:-ବର୍ତ୍ତମାନ କାହାକୁ ମିଳିବ LPG ସବସିଡି? ସ୍ପଷ୍ଟ କଲା ସରକାର


 


ଏହା ମଧ୍ୟରେ ଜାତିସଂଘର ଶରଣାର୍ଥୀ ଏଜେନ୍ସି କହିଛି ଯେ, ଋଷ (Russia) ର ୟୁକ୍ରେନ (Ukraine) ଉପରେ ଆକ୍ରମଣ ପରେ ୩.୫ ମିଲିୟନରୁ ଅଧିକ ଲୋକ ଦେଶ ଛାଡିଛନ୍ତି । ଉଲ୍ଲେଖନୀୟ କଥା ହେଉଛି, ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଶରଣାର୍ଥୀଙ୍କ ସଂଖ୍ୟା ସମେତ ବିଭିନ୍ନ ଉପାୟରେ ୟୁରୋପ ପାଇଁ ଏହା ହେଉଛି ସବୁଠାରୁ ବଡ଼ ଶରଣାର୍ଥୀ ସଙ୍କଟ । ମିଳିତ ଜାତିସଂଘର ଶରଣାର୍ଥୀ ହାଇ କମିଶନରଙ୍କ କାର୍ଯ୍ୟାଳୟ (UNHCR) ମଙ୍ଗଳବାର କହିଛି ଯେ ୩୫.5 ଲକ୍ଷ ଲୋକ ୟୁକ୍ରେନ ଛାଡିଛନ୍ତି । ଏଥିମଧ୍ୟରୁ ପୋଲାଣ୍ଡ (Poland) ସର୍ବାଧିକ ୨୧ ଲକ୍ଷ ଲୋକଙ୍କୁ ଆଶ୍ରୟ ଦେଇଛି । ଏହା ପରେ ରୋମାନିଆ ୫.୪୦ ଲକ୍ଷ ଲୋକଙ୍କୁ ଆଶ୍ରୟ ଦେଇଛି ଓ ମୋଲଡୋଭା ୩.୬୭ ଲକ୍ଷରୁ ଅଧିକ ଲୋକଙ୍କୁ ଆଶ୍ରୟ ଦେଇଛି ।