S400 Air Defence System: ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ୧୦୦ ଦିନ ଅତିକ୍ରମ କରିସାରିଛି। ଏହି ଯୁଦ୍ଧ କାରଣରୁ ଭାରତ-ଋଷିଆ ଦ୍ୱିପାକ୍ଷିକ ସମ୍ପର୍କ ଅନେକ ଉତ୍ଥାନ-ପତ୍ତନ ମଧ୍ୟରେ ଗତି କରିଛି। ଋଷିଆ-ଭାରତ କୂଟନୈତିକ ସମ୍ପର୍କର ୭୫ ତମ ବାର୍ଷିକୀ ଅବସରରେ ନୂଆଦିଲ୍ଲୀ ଠାରେ ଅବସ୍ଥାପିତ ଋଷୀୟ ରାଷ୍ଟ୍ରଦୂତ ଡେନିସ୍ ଆଲିପୋଭ କହିଛନ୍ତି ଯେ S400 କ୍ଷେପଣାସ୍ତ୍ର ପ୍ରତିରୋଧ ପ୍ରଣାଳୀ କାର୍ଯ୍ୟସୂଚୀ ଅନୁସାରେ ଆଗକୁ ବଢୁଛି। ଗତ ୨୦୧୮ ଅକ୍ଟୋବରରେ S400 କ୍ଷେପଣାସ୍ତ୍ର ପ୍ରତିରୋଧ ପ୍ରଣାଳୀର ପାଞ୍ଚଟି ସ୍କାଡ୍ରନ୍ ଲାଗି ପାରମ୍ପରିକ ସହଯୋଗୀ ଋଷିଆ ସହିତ ଭାରତ ୫.୪୩ ବିଲିୟନ ଡ଼ଲାର୍ ମୂଲ୍ୟର ଚୁକ୍ତି କରିଛି।


COMMERCIAL BREAK
SCROLL TO CONTINUE READING

ଋଷୀୟ ରାଷ୍ଟ୍ରଦୂତ ଡେନିସ୍ ଆଲିପୋଭ କହିଛନ୍ତି ଭାରତ-ଋଷିଆ ମଧ୍ୟରେ ବହୁମୁଖୀ ସହଯୋଗ ହେଉଛି ବିଶ୍ୱର ସବୁଠାରୁ ବ୍ୟାପକ ସହଯୋଗ। ପ୍ରକୃତ ବନ୍ଧୁତା ଏବଂ ପାରସ୍ପରିକ ବିଶ୍ୱାସ ଗଠନରେ ଉଭୟ ଦେଶ ସଫଳ ହୋଇଛନ୍ତି। ଚଳିତ ଭାରତର ସ୍ୱାଧିନତାକୁ ୭୫ ବର୍ଷ ପୂରଣ ହେଉଛି। ଭାରତ-ଋଷିଆ କୂଟନୈତିକ ସମ୍ପର୍କକୁ ୭୫ ବର୍ଷ ପୂରଣ ହେଉଛି। ଯାହା ୧୯୪୭ ମସିହା ଅପ୍ରେଲରେ ପ୍ରତିଷ୍ଠିତ ହୋଇଥିଲା।


ପ୍ରମୁଖ ପ୍ରସଙ୍ଗରେ ଆମର ଆଭିମୁଖ୍ୟ ସମାନ ହୋଇଛି। ଏହାର ସର୍ବୋତ୍ତମ ପ୍ରକାରେ S400 କ୍ଷେପଣାସ୍ତ୍ର ପ୍ରତିରୋଧ ପ୍ରଣାଳୀ ବିତରଣ କାର୍ଯ୍ୟସୂଚୀ ଅନୁଯାୟୀ ଚାଲିଛି। ଋଷୀୟ ରାଷ୍ଟ୍ରଦୂତ ଡେନିସ୍ ଆଲିପୋଭଙ୍କ ଏହି ବିବୃତ୍ତି ଏପରି  ଏକ ସମୟରେ ଆସିଛି ଯେତେବେଳେ ୟୁକ୍ରେନ ଆକ୍ରମଣ ହେତୁ ସାମରିକ ଉପକରଣ ବିତରଣ ବିଳମ୍ବ ହେବା ନେଇ ସନ୍ଦେହ କରାଯାଉଥିଲା।


S400 କ୍ଷେପଣାସ୍ତ୍ର ପ୍ରତିରୋଧ ପ୍ରଣାଳୀର ପ୍ରଥମ ରେଜିମେଣ୍ଟ ବିତରଣ ଗତ ବର୍ଷ ଡିସେମ୍ବରରେ ଆରମ୍ଭ ହୋଇବେଳେ ଦ୍ୱିତୀୟ ରେଜିମେଣ୍ଟ ଯୋଗାଣ ଏପ୍ରିଲରେ ଆରମ୍ଭ ହୋଇଥିଲା। ଏହି କ୍ଷେପଣାସ୍ତ୍ର ପ୍ରଣାଳୀକୁ ଏପରି ଭାବରେ ନିୟୋଜିତ କରାଯାଇଛି ଯେ ଏହା ଦେଶର ଉତ୍ତର ଭାଗ ଚୀନ୍-ପାକିସ୍ଥାନ ସହିତ ସୀମାକୁ ଆଚ୍ଛାଦନ କରିପାରିବ।  


Also Read: ଋଷିଆ-ୟୁକ୍ରେନ ଯୁଦ୍ଧ ବେଳେ ଭାରତ ଲାଗି ଆସିଲା ଆଶ୍ୱସ୍ତିକର ଖବର 


Also Read: ଗାଦି ଛାଡିବା ପୂର୍ବରୁ ଘାଣ୍ଟିଦେଲେ ଟ୍ରମ୍ପ, ଦ୍ୱନ୍ଦ୍ୱରେ ବାଇଡେନ


Also Read: ଦେଶର ସୁରକ୍ଷା କବଚ ମାଗିଲେ ୟୁଏଇ-ସାଉଦି ଆରବ; ହେଲେ କାହିଁକି ଦେବାକୁ ମନକଲା ଇସ୍ରାଏଲ?