S-400 Missile Defence System କ୍ରୟ ନେଇ ଏହି ପ୍ରତିକ୍ରିୟା ରଖିଲା ଆମେରିକା
Advertisement
Article Detail0/zeeodisha/odisha1150607

S-400 Missile Defence System କ୍ରୟ ନେଇ ଏହି ପ୍ରତିକ୍ରିୟା ରଖିଲା ଆମେରିକା

ସାମରିକ ଉପକରଣ ସମ୍ବନ୍ଧରେ ଭାରତ-ଋଷିଆ ମଧ୍ୟରେ ଦୀର୍ଘ ଦିନର ସମ୍ପର୍କ ରହିଛି।

S-400 Missile Defence System କ୍ରୟ ନେଇ ଏହି ପ୍ରତିକ୍ରିୟା ରଖିଲା ଆମେରିକା

ୱାଶିଂଟନ: ପାରମ୍ପରିକ ସହଯୋଗୀ ଋଷିଆ ପାଖରୁ ଭାରତ  S400 କ୍ଷେପଣାସ୍ତ୍ର ପ୍ରତିରୋଧ ପ୍ରଣାଳୀ କ୍ରୟ କରିବାକୁ ନେଇ ଆମେରିକୀୟ ବିଦେଶ ସଚିବ ଏଣ୍ଟୋନି ବ୍ଲିଙ୍କନ। ଏନେଇ ସେ କହିଛନ୍ତି  S400 କ୍ରୟ ନେଇ  ଭାରତ ଉପରେ CATSA ଆଇନ ଅଧିନରେ କୌଣସି ପ୍ରତିବନ୍ଧକ ଲଗାଯିବା ନା ରିହାତି ପ୍ରଦାନ କରାଯିବା ସେ ନେଇ ବର୍ତ୍ତମାନ କୌଣସି ନିଷ୍ପତ୍ତି ନିଆଯାଇନାହିଁ। 

CATSA ଆଇନ ଅଧିନରେ ଯୁକ୍ତରାଷ୍ଟ୍ର ଆମେରିକା ଏହାର ପ୍ରତିଦ୍ୱନ୍ଦ୍ୱୀଙ୍କ ବିରୋଧରେ ସାମରିକ ଅସ୍ତ୍ରଶସ୍ତ୍ର ସହ ଜଡ଼ିତ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ। ଆମେରିକା ଏହି ଆଇନ ଅଧିନରେ ଉତ୍ତର କୋରିଆ, ଇରାନ କିମ୍ବା ଋଷିଆ ଭଳି ଦେଶ ସହ ଅସ୍ତ୍ର କାରବାର କରୁଥିବା ରାଷ୍ଟ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ। CATSA ହେଉଛି ଏପରି ଆଇନ ଯାହା ବଳରେ ଆମେରିକା ଋଷିଆ ଠାରୁ ଅସ୍ତ୍ରଶସ୍ତ୍ର କ୍ରୟ କରୁଥିବା ଦେଶଙ୍କ ଉପରେ ପ୍ରତିବନ୍ଧକ ଲଗାଇଥାଏ। 

Also Read: ଦେଶରେ ପହଞ୍ଚିଲା S-400 କ୍ଷେପଣାସ୍ତ୍ର ପ୍ରତିରୋଧ ପ୍ରଣାଳୀର ପ୍ରଥମ Regiment

ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଆମେରିକୀୟ ବିଦେଶ ସଚିବ ଏଣ୍ଟୋନି ବ୍ଲିଙ୍କନ କହିଛନ୍ତି ଆମେ ସମସ୍ତ ଦେଶକୁ ଅନୁରୋଧ କରୁଛି ଯେ ବର୍ତ୍ତମାନ ଚାଲିଥିବା ଋଷିଆ-ୟୁକ୍ରେନ ଯୁଦ୍ଧକୁ ନଜରରେ ରଖି ଋଷୀୟ ନିର୍ମିତ ଅସ୍ତ୍ରଶସ୍ତ୍ର କ୍ରୟ କରିବାରୁ ଦୂରେଇ ରୁହନ୍ତୁ। ଆମେ ଏପର୍ଯ୍ୟନ୍ତ CATSAA ଅଧୀନରେ କୌଣସି ସାମ୍ଭାବ୍ୟ ପ୍ରତିବନ୍ଧକ କିମ୍ବା ରିହାତି ପ୍ରଦାନ କରିବା ପାଇଁ କୌଣସି ଚୂଡାନ୍ତ ନିଷ୍ପତ୍ତି ନେଇନାହୁଁ।

ଅପ୍ରେଲ ୧୧ ତାରିଖ ସୋମବାର ଭାରତ-ଆମେରିକା ମଧ୍ୟରେ ଅନୁଷ୍ଠିତ ହୋଇଥିବା ମନ୍ତ୍ରୀସ୍ତରୀୟ 2+2 ବୈଠକରେ ଯୋଗଦେବା ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ଆମେରିକୀୟ ବିଦେଶ ସଚିବ ଏଣ୍ଟୋନି ବ୍ଲିଙ୍କନ। ଏହି ବୈଠକରେ ସଚିବ ବ୍ଲିଙ୍କନଙ୍କ ସମେତ ଆମେରିକୀୟ ପ୍ରତିରକ୍ଷା ସଚିବ ଲୟଡ୍ ଅଷ୍ଟିନ ଏବଂ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ପ୍ରମୁଖ ଯୋଗ ଦେଇଛନ୍ତି। 

Also Read: ଗାଦି ଛାଡିବା ପୂର୍ବରୁ ଘାଣ୍ଟିଦେଲେ ଟ୍ରମ୍ପ, ଦ୍ୱନ୍ଦ୍ୱରେ ବାଇଡେନ

ସାମରିକ ଉପକରଣ ସମ୍ବନ୍ଧରେ ଭାରତ-ଋଷିଆ ମଧ୍ୟରେ ଦୀର୍ଘ ଦିନର ସମ୍ପର୍କ ରହିଛି। ଏହି ସମ୍ପର୍କ ସେହି ସମୟରୁ ରହି ଆସିଛି ଯେତେବେଳେ ଆମେରିକା ଭାରତ ଭଳି ସହଯୋଗୀର ଅଂଶୀଦାର ହୋଇପାରିଲା ନାହିଁ। ବର୍ତ୍ତମାନ ଆମେ ବିସ୍ତୃତ ଭାବରେ ଆଲୋଚନା କରିଥିବା କ୍ଷେତ୍ରରେ ଏହି ପ୍ରସଙ୍ଗ ଅନ୍ତର୍ଭୂକ୍ତ ରହିଛି।

Also Read: ଲଦାଖ ବିବାଦ: ଋଷ ପାଖରୁ ଯଥାଶୀଘ୍ର s-400 ମିସାଇଲ ଡିଫେନ୍ସ ସିଷ୍ଟମ ପାଇବାକୁ ଆଗ୍ରହୀ ଭାରତ

ଏହା ପୂର୍ବରୁ ହ୍ୱାଇଟ ହାଉସ ପ୍ରେସ ସଚିବ ଜେନ ସାକି ମଧ୍ୟ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ଆମେ CATSAA ଆଇନ ଅଧୀନରେ କୌଣସି ଦେଶକୁ ରିହାତି ପ୍ରଦାନ କରିବା ବାବଦରେ କୌଣସି ନିଷ୍ପତ୍ତି ନେଇ ନାହୁଁ।