ତେନ୍ଦୁଲକର ଗାଙ୍ଗୁଲିଙ୍କୁ ଦେଇଥିଲେ କ୍ୟାରିୟର ଶେଷ କରିଦେବାର ଧମକ! ଏହା ଥିଲା କାରଣ
Advertisement

ତେନ୍ଦୁଲକର ଗାଙ୍ଗୁଲିଙ୍କୁ ଦେଇଥିଲେ କ୍ୟାରିୟର ଶେଷ କରିଦେବାର ଧମକ! ଏହା ଥିଲା କାରଣ

ସଚିନ ତେନ୍ଦୁଲକର (Sachin Tendulkar) ଏକଦା ସୌରଭ ଗାଙ୍ଗୁଲିଙ୍କୁ (Sourav Ganguly) କ୍ୟାରିୟର ଶେଷ କରିବାକୁ ଧମକ ଦେଇଥିଲେ । ସଚିନ ତେନ୍ଦୁଲକରଙ୍କ କ୍ରୋଧକୁ ଶାନ୍ତ କରିବାକୁ ସୌରଭ ଗାଙ୍ଗୁଲି ତାଙ୍କ କୋଠରୀକୁ ଯାଇଥିଲେ ।

ସୌରଭ ଗାଙ୍ଗୁଲି ଓ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ: ସୌରଭ ଗାଙ୍ଗୁଲିଙ୍କ (Sourav Ganguly) ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ କେବଳ ଭାରତରେ ନୁହେଁ ବିଦେଶ ମାଟିରେ ମଧ୍ୟ ଜିତିବା ଜାଣିଥିଲା, କିନ୍ତୁ ଥରେ ସୌରଭ ଗାଙ୍ଗୁଲିଙ୍କୁ ତାଙ୍କ କ୍ୟାରିୟର ଶେଷ କରିବାର ଧମକ ମିଳିଥିଲା । ୧୯୯୭ ମସିହାରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ଥିଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର  (Sachin Tendulkar) । ସଚିନ ତେନ୍ଦୁଲକର ଏକଦା ସୌରଭ ଗାଙ୍ଗୁଲିଙ୍କୁ କ୍ୟାରିୟର ଶେଷ କରିବାକୁ ଧମକ ଦେଇଥିଲେ ।

କ’ଣ ଥିଲା ସମଗ୍ର ମାମଲା?
ବାସ୍ତବରେ, ସଚିନ ତେନ୍ଦୁଲକରଙ୍କ (Sachin Tendulkar) ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ୧୯୯୭ ମସିହାରେ ୱେଷ୍ଟଇଣ୍ଡିଜ୍ (West Indies) ଗସ୍ତ କରିଥିଲା ​​। ଏହି ଗସ୍ତରେ ଭାରତ ବାରବାଡୋସରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଟେଷ୍ଟକୁ ୩୮ ରନରେ ହାରିଯାଇଥିଲା । ଏହି ଫଳାଫଳ ଯୋଗୁଁ ଶେଷରେ ଟିମ୍ ଇଣ୍ଡିଆ (Team India) ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍କୁ ୦-୧ ରେ ହାରିଥିଲା । ବାରବାଡୋ ଟେଷ୍ଟ ମ୍ୟାଚ୍ ଜିତିବା ପାଇଁ ଭାରତକୁ ୧୨୦ ରନର ଲକ୍ଷ୍ୟ ହାସଲ କରିବାର ଥିଲା ।

ସଚିନ ତେନ୍ଦୁଲକର ବହୁତ ରାଗି ଯାଇଥିଲେ
ଏହି ମ୍ୟାଚରେ ବିଜୟରେ ତେନ୍ଦୁଲକର ଆତ୍ମବିଶ୍ୱାସୀ ଥିଲେ ଓ ବିଜୟ ପରବର୍ତ୍ତୀ ପାର୍ଟି ପାଇଁ ଏକ ସାମ୍ପେନ୍ ପ୍ରସ୍ତୁତ ରଖିବାକୁ ରେଷ୍ଟୁରାଣ୍ଟ ମାଲିକଙ୍କୁ କହିଥିଲେ, କିନ୍ତୁ ଚତୁର୍ଥ ଇନିଂସରେ ଟିମ୍ ଇଣ୍ଡିଆ (Team India) ୮୧ ରନ୍ କରି ଆଉଟ୍ ହୋଇଥିଲା । ଭାରତ ଏହି ମ୍ୟାଚକୁ ୩୮ ରନରେ ହାରିଯାଇଥିଲା । ପରାଜୟ ପରେ ସଚିନ ତେନ୍ଦୁଲକର ବହୁତ ରାଗି ଯାଇଥିଲେ ।

ଅଧିକ ପଢ଼ନ୍ତୁ: ମହାତ୍ମା ଗାନ୍ଧୀଙ୍କ ଅଣ-ନାତୁଣୀଙ୍କୁ ୭ ବର୍ଷ ଜେଲ୍, ଏହି ଅପରାଧରେ ହେଲେ ଦୋଷୀ ସାବ୍ୟସ୍ତ

ତେନ୍ଦୁଲକର ଗାଙ୍ଗୁଲିଙ୍କ କ୍ୟାରିୟର ଶେଷ କରିବାକୁ ଦେଇଥିଲେ ଧମକ
ଏହା ପରେ ସୌରଭ ଗାଙ୍ଗୁଲି (Sourav Ganguly) ସଚିନ ତେନ୍ଦୁଲକରଙ୍କ କ୍ରୋଧକୁ ଶାନ୍ତ କରିବାକୁ ତାଙ୍କ କୋଠରୀକୁ ଯାଇଥିଲେ । ସଚିନ ଗାଙ୍ଗୁଲିଙ୍କୁ ପରଦିନ ମର୍ଣ୍ଣିଙ୍ଗ ୱାର୍କରେ (Morning work) ସାଥିରେ ଯିବା ପାଇଁ କହିଥିଲେ, କିନ୍ତୁ ଗାଙ୍ଗୁଲି ଆସି ନଥିଲେ । ସଚିନ ତେନ୍ଦୁଲକର ସୌରଭ ଗାଙ୍ଗୁଲିଙ୍କ ଏହି ଆଚରଣକୁ ପସନ୍ଦ କରିନଥିଲେ ଓ ସେ ଗାଙ୍ଗୁଲିଙ୍କୁ କ୍ୟାରିୟର ଶେଷ କରିବାକୁ ଧମକ ଦେଇଥିଲେ । ସଚିନ ତେନ୍ଦୁଲକର ଗାଙ୍ଗୁଲିଙ୍କୁ କହିଥିଲେ ଯେ ସେ ତାଙ୍କୁ ଘରକୁ ପଠାଇଦେବ ଓ ତାଙ୍କ କ୍ରିକେଟ୍ କ୍ୟାରିୟର ଶେଷ କରିଦେବେ ।

ଅଧିକ ପଢ଼ନ୍ତୁ: ଗ୍ଲେନ୍ ମ୍ୟାକ୍ସୱେଲ ଖୁବ୍ ଶୀଘ୍ର ହେବେ ଭାରତର ଜ୍ୱାଇଁ, ଏହି 'ଇଣ୍ଡିଆନ ଗର୍ଲ'କୁ କରିବେ ବିବାହ

ସଚିନ ହେଉଛନ୍ତି ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍
ସଚିନ ତେନ୍ଦୁଲକର (Sachin Tendulkar) ଦୁନିଆର ଜଣେ ମହାନ ବ୍ୟାଟ୍ସମ୍ୟାନ୍ ଥିଲେ । କିନ୍ତୁ ଅଧିନାୟକ ଭାବରେ ତାଙ୍କର ରେକର୍ଡ ଅତ୍ୟନ୍ତ ପ୍ରଭାବଶାଳୀ ନଥିଲା । ସଚିନ ତେନ୍ଦୁଲକର ୧୯୯୬ ରୁ ୨୦୦୦ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆର ଅଧିନାୟକ (Team India captain) ହୋଇଥିଲେ । ସଚିନ ତେନ୍ଦୁଲକର ୯୮ ଟି ଆନ୍ତର୍ଜାତୀୟ ମ୍ୟାଚରେ (International match)  ଭାରତର ଅଧିନାୟକତ୍ୱ କରିଛନ୍ତି, ସେଥିମଧ୍ୟରୁ ଟିମ୍ ଇଣ୍ଡିଆ ୨୭ ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ୫୨ ଟି ମ୍ୟାଚରେ ପରାଜୟ ବରଣ କରିଥିଲା ।