ମେଘାଳୟ ରାଜ୍ୟପାଳ ଭାବେ ସତ୍ୟପାଲ ମଲ୍ଲିକ ନିଯୁକ୍ତ
Advertisement

ମେଘାଳୟ ରାଜ୍ୟପାଳ ଭାବେ ସତ୍ୟପାଲ ମଲ୍ଲିକ ନିଯୁକ୍ତ

ମେଘାଳୟ ରାଜ୍ୟପାଳ ଭାବେ ସତ୍ୟପାଲ ମଲ୍ଲିକ ନିଯୁକ୍ତ କରାଯାଇଛି। 

ମେଘାଳୟ ରାଜ୍ୟପାଳ ଭାବେ ସତ୍ୟପାଲ ମଲ୍ଲିକ ନିଯୁକ୍ତ

ନୂଆଦିଲ୍ଲୀ: ଗୋଆ ରାଜ୍ୟପାଳ ଥିବା ସତ୍ୟପାଲ ମଲ୍ଲିକଙ୍କୁ ମଙ୍ଗଳବାର (ଅଗଷ୍ଟ ୧୮, ୨୦୨୦) ମେଘାଳୟ ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ତାଙ୍କୁ ତଥାଗତ ରାୟଙ୍କ ସ୍ଥାନରେ ଅବସ୍ଥାପିତ କରାଯାଇଛି । ତ୍ରିପୁରା ଏବଂ ମେଘାଳୟର ରାଜ୍ୟପାଳ ଭାବେ ୫ ବର୍ଷର କାର୍ଯ୍ୟକାଳ ପୂରଣ କରି ସାରିଛନ୍ତି ତଥାଗତ ରାୟ । ମହାରାଷ୍ଟ୍ରର ରାଜ୍ୟପାଳ ଦାୟିତ୍ୱରେ ରହିଥିବା ଭଗତ ସିଂହ କୋଶିୟାରୀଙ୍କୁ ଗୋଆର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । 

ଏନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଗୋଆ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ମେଘାଳୟ ରାଜ୍ୟପାଳ ଭାବେ ବଦଳି କରାଯାଇଛି। ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କୁ ଗୋଆର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ପୂର୍ବରୁ ସତ୍ୟପାଲ ମଲ୍ଲିକ ବିହାର ଏବଂ ଓଡିଶା ଦାୟିତ୍ୱରେ ମଧ୍ୟ ରହିଛନ୍ତି ।   

ମଲିକଙ୍କୁ ଗତ ବର୍ଷ ଅକ୍ଟୋବର ୨୫ ତାରିଖରେ ଗୋଆ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଥିଲା ଏବଂ ନଭେମ୍ବର ୩ ତାରିଖରେ ସେ ଏହି ଦାୟିତ୍ୱ ଗ୍ରହଣ କରିଥିଲେ । ଏହାପୂର୍ବରୁ ଅଗଷ୍ଟ ୨୦୧୮ରୁ ଅକ୍ଟୋବର ୨୦୧୯ ପର୍ଯ୍ୟନ୍ତ ଜମ୍ମୁ କାଶ୍ମୀରର ରାଜ୍ୟପାଳ ରହିଥଲେ । ଗତ ବର୍ଷ ଅଗଷ୍ଟ ୫ ତାରିଖରେ ଜମ୍ମୁ କାଶ୍ମୀରକୁ ବିଭାଜିତ କରାଯାଇ, ୨ଟି ନୂତନ କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରାଯିବା ପରେ ତାଙ୍କୁ ଗୋଆକୁ ସ୍ଥାନାନ୍ତର କରାଯାଇଥିଲା । 

ରାଜ୍ୟପାଳ ଦାୟିତ୍ୱ ଗ୍ରହଣ କରିବା ପରେ ସତ୍ୟପାଲ ମଲିକ ଏବଂ ଗୋଆ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିଲା । କାରଣ ରାଜ୍ୟପାଳ କୋଭିଡ୧୯ ପରିଚାଳନା ଏବଂ ନୂତନ ରାଜଭବନ ନିର୍ମାଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ଆପତ୍ତି ଉଠାଇଥିଲେ।