SBI ର ୪୪ କୋଟି ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା, ୧୭ ଜୁନରେ ବନ୍ଦ ରହିବ ଏହି ସେବା!
Advertisement

SBI ର ୪୪ କୋଟି ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା, ୧୭ ଜୁନରେ ବନ୍ଦ ରହିବ ଏହି ସେବା!

ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର (State Bank of India) ମୋବାଇଲ୍ ବ୍ୟାଙ୍କିଙ୍ଗ୍, ୟୋନୋ ଆପ୍, ୟୋନୋ ଲାଇଟ ଓ ୟୁପିଆଇ କାମ କରିବ ନାହିଁ । ରକ୍ଷଣାବେକ୍ଷଣ କାର୍ଯ୍ୟ ଯୋଗୁଁ ୧୭ ଜୁନ୍ ୨୦୨୧ ରେ ୦୦.୩୦ ଘଟିକାରୁ ୦୨.୩୦ ଘଟିକା ପର୍ଯ୍ୟନ୍ତ ଏହି ସେବା ବନ୍ଦ ରହିବ ।

 

ପ୍ରତୀକାତ୍ମକ ଛବି

ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆରେ (State Bank of India) ଆକାଉଣ୍ଟ ଥିବା ଲୋକଙ୍କ ପାଇଁ ଏକ ଜରୁରୀ ଖବର ଅଛି । ଯଦି ଆପଣଙ୍କର ମଧ୍ୟ SBI ର ଏକ ଆକାଉଣ୍ଟ ଅଛି, ତେବେ ଆପଣଙ୍କ ପାଇଁ ବ୍ୟାଙ୍କ ଏକ ଆଲର୍ଟ ଜାରି କରିଛି । ବ୍ୟାଙ୍କ କହିଛି ଯେ ୧୭ ଜୁନ୍ ୨୦୨୧ ରେ ବ୍ୟାଙ୍କର ସ୍ୱତନ୍ତ୍ର ସେବା କାମ କରିବ ନାହିଁ । ଗ୍ରାହକଙ୍କୁ ଉନ୍ନତ ସୁବିଧା ଯୋଗାଇବା ପାଇଁ ବ୍ୟାଙ୍କ ସମୟ ସମୟରେ ନିଜର ଅପଗ୍ରେଡ୍ ଜାରି ରଖିଥାଏ, ଯାହା ଦ୍ୱାରା ଗ୍ରାହକମାନେ ସହଜରେ ଡିଜିଟାଲ୍ ସୁବିଧା ପାଇପାରିବେ । ବ୍ୟାଙ୍କ ଟ୍ୱିଟ୍ କରି ଗ୍ରାହକଙ୍କୁ ଏହି ବିଷୟରେ ସୂଚନା ଦେଇଛି ।

ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏକ ଟ୍ୱିଟରେ ଲେଖିଛି ଯେ ରକ୍ଷଣାବେକ୍ଷଣ କାର୍ଯ୍ୟ ଯୋଗୁଁ ୧୭ ଜୁନ୍ ୨୦୨୧ ରେ ୦୦.୩୦ ଘଟିକାରୁ ୦୨.୩୦ ଘଟିକା ପର୍ଯ୍ୟନ୍ତ ଏହି ସେବା ବନ୍ଦ ରହିବ । ରକ୍ଷଣାବେକ୍ଷଣ କାର୍ଯ୍ୟକଳାପ ଯୋଗୁଁ ଗ୍ରାହକମାନେ ଦୁଇ ଘଣ୍ଟା ପାଇଁ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍, ୟୋନୋ ଆପ୍ (YONO App), ୟୋନୋ ଲାଇଟ (YONO Lite) ଓ ୟୁପିଆଇ (UPI) ବ୍ୟବହାର କରିପାରିବେ ନାହିଁ ।

 

SBI Yono କ’ଣ?
SBI YONO ହେଉଛି ଏକ ସମନ୍ୱିତ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ପ୍ଲାଟଫର୍ମ, ଯାହା ମାଧ୍ୟମରେ ଉପଭୋକ୍ତାମାନେ ବିଭିନ୍ନ ସୁବିଧା ପାଇପାରନ୍ତି । ଏଥିରେ ଆର୍ଥିକ ସେବା ସହିତ ଗ୍ରାହକମାନେ ବିମାନ, ଟ୍ରେନ୍, ବସ୍ ଏବଂ ଟ୍ୟାକ୍ସି, ଅନ୍ଲାଇନ୍ ସପିଂ କିମ୍ବା ମେଡିକାଲ୍ ବିଲ୍ ପୈଠ କରିବାର ସୁବିଧା ମଧ୍ୟ ପାଇଥା’ନ୍ତି । ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ବ୍ୟବହାରକାରୀ ଏହାକୁ ସହଜରେ ବ୍ୟବହାର କରିପାରିବେ ।

ଆହୁରି ପଢ଼ନ୍ତୁ: ବଦଳିଲା କୋରୋନା ଟିକାକରଣ ନିୟମ, ବର୍ତ୍ତମାନ ସିଧାସଳଖ ସେଣ୍ଟରକୁ ଯାଇ ନେଇପାରିବେ ଟିକା

୨୨ ହଜାରରୁ ଅଧିକ ଶାଖା ଅଛି
SBI ର ୨୨,୦୦୦ ରୁ ଅଧିକ ଶାଖା ଓ ସାରା ଦେଶରେ ୫୮ ହଜାରରୁ ଅଧିକ ଏଟିଏମ୍ / ସିଡିଏମ୍ ଅଛି । ବ୍ୟାଙ୍କର ୮୫ ନିୟୁତ ଗ୍ରାହକ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ବ୍ୟବହାର କରନ୍ତି ଓ ୧୯ ମିଲିୟନ୍ ଗ୍ରାହକ ମୋବାଇଲ୍ ବ୍ୟାଙ୍କିଙ୍ଗ୍ ବ୍ୟବହାର କରନ୍ତି । ଏହା ବ୍ୟତୀତ ଲୋକମାନେ ବ୍ୟାଙ୍କର ଇଣ୍ଟିଗ୍ରେଟେଡ୍ ଡିଜିଟାଲ୍ ଓ ଜୀବନଶୈଳୀ ପ୍ଲାଟଫର୍ମ YONO କୁ ପସନ୍ଦ କରୁଛନ୍ତି ଓ ଏପର୍ଯ୍ୟନ୍ତ ଏହାର ୭୪ ମିଲିୟନରୁ ଅଧିକ ଡାଉନଲୋଡ୍ ହୋଇଛି ।

ଆହୁରି ପଢ଼ନ୍ତୁ: ବଢ଼ିଲା ଦୁନିଆର ଟେନସନ୍: ହମାସ୍ ଉପରେ ପୁନର୍ବାର ରକେଟ୍ ଆକ୍ରମଣ କଲା ଇସ୍ରାଏଲ୍

୩.୪୫ କୋଟି ଲୋକ ବ୍ୟବହାର କରୁଛନ୍ତି 
ବର୍ତ୍ତମାନ, SBI ରେ YONO ର ୩.୪୫ କୋଟି ପଞ୍ଜୀକୃତ ଉପଭୋକ୍ତା ଅଛନ୍ତି ଓ ପ୍ରତିଦିନ ପ୍ରାୟ 90 ଲକ୍ଷ ଲଗଇନ୍ କରାଯାଇଥାଏ । ଡିସେମ୍ବର ୨୦୨୦ କ୍ୱାର୍ଟରରେ, SBI YONO ମାଧ୍ୟମରେ ୧୫ ଲକ୍ଷରୁ ଅଧିକ ଆକାଉଣ୍ଟ ଖୋଲିଛି ।