Advertisement
Article Detail0/zeeodisha/odisha775346
Zee OdishaOdisha National-Internationalସେକ୍ସ ରାକେଟ୍ ଚଲାଉଥିବା ଆତ୍ମଘୋଷିତ ବାବାଙ୍କୁ ୧୨୦ ବର୍ଷ ଜେଲ

ସେକ୍ସ ରାକେଟ୍ ଚଲାଉଥିବା ଆତ୍ମଘୋଷିତ ବାବାଙ୍କୁ ୧୨୦ ବର୍ଷ ଜେଲ

ଧର୍ମ ନାଁରେ କଳଙ୍କ। ଯୌନ ନିର୍ଯାତନା ମାମଲାରେ ଦୋଷୀ ସାବ୍ୟସ୍ତ ପରେ ଧର୍ମ ଗୁରୁଙ୍କୁ ଦିଆଯାଇଛି ୧୨୦ ବର୍ଷ ଜେଲ ଦଣ୍ଡାଦେଶ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ନୂଆଦିଲ୍ଲୀ: ଆମେରିକାରର ନ୍ୟୁୟୋର୍କରୁ ଆସିଛି ଏକ ଅବିଶ୍ୱାସନୀୟ ଖବର। ଜଣେ ଆତ୍ମଘୋଷିତ ଗୁରୁଙ୍କୁ ଦିଆଯାଇଛି ୧୨୦ ବର୍ଷର ଜେଲ ଦଣ୍ଡ ସହ ଲାଗିଛି ୨୦ କୋଟି ଟଙ୍କାର ଜରିମାନା। ମହଳାଙ୍କୁ ଯୌନ ନିର୍ଯାତନା ଓ ଠକେଇ ମାମଲାରେ ତାଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି।  

ଯୌନ ନିର୍ଯାତନା ବା ଦୁଷ୍କର୍ମ ମାମଲାରେ ଭାରତରେ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ବା ସର୍ବାଧିକ ଆଜୀବନ କାରାଦଣ୍ଡ ଦିଆଯାଇଥାଏ। କିନ୍ତୁ ନ୍ୟୁୟୋର୍କରେ ସେଭଳି ଜଣେ ଦୁର୍ଦ୍ଦାନ୍ତ ଅପରାଧିକୁ ୧୨୦ ବର୍ଷର ଜେଲ ଦଣ୍ଡ ଶୁଣା ଯାଇଛି। ମହିଳାଙ୍କୁ ଯୌନ ଦାସୀ କରି ରଖିଥିବା ସେହି ଅଭିଯୁକ୍ତର ନାଁ କିଥ୍ ରେନର୍।

କିଥ୍ ରେନର୍ ଆମେରିକାରେ ଜଣେ ଆତ୍ମ ଘୋଷିତ ଗୁରୁ ଭାବରେ ମାନ୍ୟତା ପାଇଥିଲେ। ସେ Nxivm ନାମକ ଏକ ସଂସ୍ଥା ପ୍ରତିଷ୍ଠାତା ମଧ୍ୟ କରିଥିଲେ। କେବେଳ ଆମେରିକା ନୁହେଁ କିଥ୍ ବିଶ୍ୱରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ଥିଲା। କିନ୍ତୁ ତାଙ୍କର ସେହି ସାଧୁ ଚେହେରା ପଛରେ ଥିଲା ଏକ ଘୃଣ୍ୟ ଏବଂ ପିଶାଚ। କିଥ୍ ମହିଳା ମାନଙ୍କୁ ନିଜର ଅନୁଗାମୀ ବନାଇ ଯୌନ ଶୋଷଣ କରୁଥିଲେ।

Add Zee News as a Preferred Source

fallback

 

ବିଶେଷ କରି କିଥଙ୍କର ଶିଷ୍ୟମାନେ ସେଲିବ୍ରେଟି, ଧନୀ ଓ ପ୍ରସିଦ୍ଧ ଲୋକ ଥିଲେ। ଷାଠିଏ ବର୍ଷୀୟ କିଥ୍ ଲୋକଙ୍କୁ ନିଜ ଜାଲରେ ଫସାଇବାରେ ମାହିର ଥିଲେ। ଅନୁସରଣକାରୀଙ୍କୁ Nxivm ସଂଗଠନରେ ପାଞ୍ଚ ହଜାର ଡଲାରର ଏକ ସ୍ୱୟଂ ସହାୟକ ପାଠ୍ୟକ୍ରମ ନେବାକୁ ପଡୁଥିଲା। ଏହାରି ମାଧ୍ୟମରେ ସେ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଲୁଟୁଥିଲେ।

ଯୌନ ଶୋଷଣର ଶିକାର ହେଉଥିବା ମହିଳାଙ୍କୁ କିଥ୍ ନିଷିଦ୍ଧ ଖାଦ୍ୟ ବା ନିଶା ଦ୍ରବ୍ୟ ସେବନ କରାଉଥିଲେ। ଫଳରେ ମହିଳାମାନେ ନିଜ ଉପରୁ ନିୟନ୍ତ୍ରଣ ହରାଇ ଦେଉଥିଲେ ଏବଂ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ ହେଉଥିଲେ। କେବଳ ସେତିକି ନୁହେଁ, ସେମାନେ ନିଜର ବ୍ୟକ୍ତିଗତ ସୂଚନା ଏବଂ ଆପତ୍ତି ଜନକ ଫଟୋ ମଧ୍ୟ ବାଣ୍ଟିବାକୁ ବାଧ୍ୟ ହୋଇଥିଲେ। ଯାହାର ସୁଯୋଗ ନେଇ କିଥ୍ ଯୌନ କାରବାର, ଚୋରୀ, ଅପରାଧିକ ଷଡଯନ୍ତ୍ର ଏବଂ ଯୌନ ଶୋଷଣ କରୁଥିଲା।

 

 

 

 

 

 

About the Author