ପାକିସ୍ତାନର ଅବସ୍ଥା ଏପରି ହୋଇଛି ଯେ ବିଦେଶରୁ ଋଣ ଆଣିବାର ଧାରା ବନ୍ଦ ହେବାର ନାଁ ଧରୁନାହିଁ ଏବଂ ଏହାର ପରିମାଣ ଦିନକୁ ଦିନ ଏହା ବୃଦ୍ଧି ପାଉଛି ।
Trending Photos
ନୂଆଦିଲ୍ଲୀ: ମଣିଷ ବିନା ଖାଇ କିପରି ବଞ୍ଚିପାରିବ? ଖାଲି ପେଟରେ ରହୁଥିବା ଲୋକଙ୍କୁ ଏହି ପ୍ରଶ୍ନ ପଚାରିବା ଉଚିତ୍ ନୁହେଁ । ଖାଦ୍ୟ ଅଭାବ ଜନିତ ସମସ୍ୟାର ସମସ୍ୟାର ସାମ୍ନା କରିପାରନ୍ତି ପାକିସ୍ତାନର ଲୋକେ । ପ୍ରଥମ ଥର ଲାଗି ଦେଶରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ଗହମର ମୂଲ୍ୟ ବହୁତ ମହଙ୍ଗା ହୋଇଯାଇଛି । ଯଦି ଦେ ଶରେ ଖାଦ୍ୟଶସ୍ୟର ଅଭାବ ଦେଖାଯାଏ ତାହେଲେ ପାକିସ୍ତାନରେ କ୍ଷମତାସୀନ ଥିବା ଇମରାନ ସରକାରଙ୍କୁ ଟାର୍ଗେଟ କରିପାରନ୍ତି ପାକିସ୍ତାନୀ ଜନତା ।
ପାକିସ୍ତାନର ଅବସ୍ଥା ଏପରି ହୋଇଛି ଯେ ବିଦେଶରୁ ଋଣ ଆଣିବାର ଧାରା ବନ୍ଦ ହେବାର ନାଁ ଧରୁନାହିଁ ଏବଂ ଏହାର ପରିମାଣ ଦିନକୁ ଦିନ ଏହା ବୃଦ୍ଧି ପାଉଛି । ଏହାର ପ୍ରଭାବ ପାକିସ୍ତାନର ଜନସାଧାରଣଙ୍କ ଉପ ପ୍ରତ୍ୟେକ୍ଷ କିମ୍ବା ପରୋକ୍ଷ ଭାବେ ପଡିଛି । ଭ୍ରଷ୍ଟାଚାର କାରଣରୁ ଦେଶରେ ଥିବା ବିଭିନ୍ନ ସମସ୍ୟା ଆହୁରି ବଢିଯାଇଛି । ଅନ୍ୟପଟେ ଅନାହାର ଜନିତ ବିପଦ ବର୍ତ୍ତମାନ ଦେଶବାସୀଙ୍କୁ କବଳିତ କରିବାରେ ଲାଗିପଡିଛି ।
ପାକିସ୍ତାନର ଖାଦ୍ୟଶସ୍ୟର ମୂଲ୍ୟ ବର୍ତ୍ତମାନ ଆକାଶଛୁଆଁ ହୋଇଛି । ଦରଦାମ ନିୟନ୍ତ୍ରଣରେ ରହି ନାହିଁ । ଖାଦ୍ୟ ସାମଗ୍ରୀ ଅଧିକ ବ୍ୟୟବହୁଳ ହୋଇ ଉଠୁଥିବାରୁ ସାଧାରଣ ଲୋକଙ୍କ ଏହା ପହଞ୍ଚିବା ପୂର୍ବରୁ ଦୂରେଇ ଯାଉଛି । ବର୍ତ୍ତମାନ ପାକିସ୍ତାନରେ ଏକ କିଲୋଗ୍ରାମ ଗହମର ମୂଲ୍ୟ ୬୦ ଟଙ୍କା ରହିଛି । ଯଦି କେହି ୪୦ କିଲୋଗ୍ରାମ ଗହମ କିଣେ ଏହାର ମୂଲ୍ୟ ବର୍ତ୍ତମାନ ପ୍ରାୟ ୨୫୦୦ ଟଙ୍କା ପାଖାପାଖି ହୋଇଛି । ଏହା ପୂର୍ବରୁ ଦେଶରେ କେବେ ଏଭଳି ଅବସ୍ଥା ଦେଖା ଯାଇନଥିଲା ।
ଗତ ବର୍ଷର ଶେଷ ମାସ ସୁଦ୍ଧା ପାକିସ୍ତାନରେ ଗହମର ମୂଲ୍ୟ କିଲୋଗ୍ରାମ ପିଛା ୫୦ ଟଙ୍କାକୁ ବୃଦ୍ଧି ପାଇଥିଲା, ବର୍ତ୍ତମାନ ଏହି ନଅ ମାସ ମଧ୍ୟରେ ଗହମର ମୂଲ୍ୟ ୬୦ ଟଙ୍କାରେ ପହଞ୍ଚିଛି । ପରିସ୍ଥିତିର ଦୁର୍ବଳତାକୁ ଅନୁଭବ କରି ଅଲ ପାକିସ୍ତାନ ଫ୍ଲୋର ଆସୋସିଏସନ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କଠାରୁ ଗହମର କ୍ରୟ ମୂଲ୍ୟ ତୁରନ୍ତ ସ୍ଥିର କରିବାକୁ ଦାବି କରିଛି । ଫ୍ଲୋର ଆସୋସିଏସନ ଅଫ୍ ପାକିସ୍ତାନ କହିଛି ଯେ ପାକିସ୍ତାନରେ ମିଲର ମାଲିକଙ୍କ କାରଣରୁ ନୁହେଁ ବରଂ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଯୋଗୁଁ ଗହମର ଅଭାବ ଦେଖାଦେଇଛି ।