ଏସ୍‌ଏଚ୍‌ଜି କାମର ମୂଲ୍ୟାଙ୍କନ କରାଯିବ : ଶିବରାଜ
Advertisement
Article Detail0/zeeodisha/odisha2371526

ଏସ୍‌ଏଚ୍‌ଜି କାମର ମୂଲ୍ୟାଙ୍କନ କରାଯିବ : ଶିବରାଜ

ପ୍ରଶ୍ନକାଳରେ ସାଂସଦ ଅଜୟ ଭଟ୍ଟ ଓ ଡ. ଆଲୋକ କୁମାର ସୁମନଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହ୍ୱାନ କହିଛନ୍ତି ଦେଶର ଗରିବ ମହିଳାମାନଙ୍କୁ ଆର୍ଥିକ କ୍ଷେତ୍ରରେ ସଶକ୍ତିକରଣ କରିବା ପାଇଁ ୨୦୧୩-୧୪ ଆର୍ଥିକ ବର୍ଷରୁ ଏସ୍‌ଏଚ୍‌ଜିଗୁଡ଼ିକୁ କେନ୍ଦ୍ର ସରକାର ଆର୍ଥିକ ସହାୟତା ପ୍ରଦାନ କରିଆସୁଛନ୍ତି । 

ଏସ୍‌ଏଚ୍‌ଜି କାମର ମୂଲ୍ୟାଙ୍କନ କରାଯିବ : ଶିବରାଜ

ନୂଆଦିଲ୍ଲୀ: ଓଡ଼ିଶା ସମେତ ଦେଶର ୨୮ରାଜ୍ୟ ଓ ୬ଟି କେନ୍ଦ୍ରଶାସିତ ଅଞ୍ଚଳରେ କାର୍ଯ୍ୟକାର ହେଉଥିବା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) କାମର ମୂଲ୍ୟାଙ୍କନ କରାଯିବ ବୋଲି ମଙ୍ଗଳବାର ଦିନ ଗ୍ରାମ୍ୟଉନ୍ନୟନ ମନ୍ତ୍ରୀ ଶିବରାଜ ସିଂହଚୌହ୍ୱାନ ଲୋକସଭାରେ କହିଛନ୍ତି ।

ପ୍ରଶ୍ନକାଳରେ ସାଂସଦ ଅଜୟ ଭଟ୍ଟ ଓ ଡ. ଆଲୋକ କୁମାର ସୁମନଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହ୍ୱାନ କହିଛନ୍ତି ଦେଶର ଗରିବ ମହିଳାମାନଙ୍କୁ ଆର୍ଥିକ କ୍ଷେତ୍ରରେ ସଶକ୍ତିକରଣ କରିବା ପାଇଁ ୨୦୧୩-୧୪ ଆର୍ଥିକ ବର୍ଷରୁ ଏସ୍‌ଏଚ୍‌ଜିଗୁଡ଼ିକୁ କେନ୍ଦ୍ର ସରକାର ଆର୍ଥିକ ସହାୟତା ପ୍ରଦାନ କରିଆସୁଛନ୍ତି । ଏପର୍ଯ୍ୟନ୍ତ ଏହି ଯୋଜନାରେ କେନ୍ଦ୍ର ସରକାର ୯.୦୬ଲକ୍ଷ କୋଟି ଟଙ୍କା ଦୀନ ଦୟାଲ ଅନ୍ତୋଦ୍ୟୋୟ ଯୋଜନା ଓ ନ୍ୟାସନାଲ ରୁରାଲ ଲାଇଭିଲହୁଡ଼ ଯୋଜନାରେ ବ୍ୟାଙ୍କ କ୍ରେଡିଟ୍ ଦିଆଯାଇଛି । ଏହା ମଧ୍ୟରୁ ୧୮୧.୯୨ କୋଟି ଟଙ୍କା ମଞ୍ଜୁର କରାଯାଇଥିବାବେଳେ ୧୪୨.୩୮ କୋଟି ଟଙ୍କା ଯୋଗାଇ ଦିଆଯାଇଥିଲା । ଓଡ଼ିଶାରେ ଥିବା ଏସ୍‌ଏଚ୍‌ଜିଗୁଡ଼ିକ ଏହି ଅବଧି ମଧ୍ୟରେ ରାଜ୍ୟସରକାରଙ୍କଠାରୁ ମିଳିଥିବା ଅଂଶଧନକୁ ମିଶାଇ କେନ୍ଦ୍ର ସରକାରଙ୍କଠାରୁ ମିଳିଥିବା ଅର୍ଥଠାରୁ ୫୫.୦୭ କୋଟି ଟଙ୍କା ଅଧିକ ଖର୍ଚ୍ଚ କରିଛନ୍ତି । କେବଳ ଓଡ଼ିଶାର ଏସ୍‌ଏଚ୍‌ଜି ନୁହଁନ୍ତି ଅନ୍ୟାନ୍ୟ ରାଜ୍ୟଗୁଡିକ ମଧ୍ୟ କେନ୍ଦ୍ରରୁ ମିଳିଥିବା ଆର୍ଥିକ ସହାୟତାଠାରୁ ଅଧିକ ଖର୍ଚ୍ଚ କରିଛନ୍ତି ।

ଏସ୍‌ଏଚ୍‌ଜିମାନେ ଏହି ଅର୍ଥକୁ କିପରି ଖର୍ଚ୍ଚ କରିଛନ୍ତି, ଏଥିରୁ କେତେ ମହିଳା ଉପକୃତ ହୋଇ ଗରିବ ରେଖାରୁ ଉପରକୁ ଉଠିଛନ୍ତି ତାର ସମୀକ୍ଷା କେନ୍ଦ୍ର ସରକାର କରିବା ସହିତ କାମର ମୂଲ୍ୟାଙ୍କନ କରିବେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହ୍ୱାନ କହିଛନ୍ତି । ଏହାହେଲେ ଓଡ଼ିଶାର ଏସ୍‌ଏଚ୍‌ଜିଗୁଡ଼ିକର ଅସଲ ମୁଖ୍ୟ ଖୋଲିଯିବାର ଆଶଙ୍କା ରହିଛି । କାରଣ ଓଡ଼ିଶାର ଏସ୍‌ଏଚ୍‌ଜିମାନେ ବିଗତ ୧୦ବର୍ଷ ହେଲା ରାଜ୍ୟର ଶାସନ କ୍ଷମତାରେ ଥିବା ରାଜନୈତିକ ଦଳ ପାଇଁ କାମ କରୁଥିଲେ । ଗରିବ ମହିଳାମାନଙ୍କର ଉନ୍ନତି କରିବା ପରିବର୍ତ୍ତେ ସେମାନେ ବିଜଦର ଭୋଟ୍ ବ୍ୟାଙ୍କରେ ପରିଣତ ହୋଇଥିଲେ ବୋଲି ଭାଜପା ସମେତ ଅନ୍ୟ ବରୋଧିଦଳମାନେ ଅଭିଯୋଗ କରୁଥିଲେ । ତେଣୁ ଆଗାମୀ ଦିନରେ କ’ଣ ହେବ ତାହା ମୂଲ୍ୟାଙ୍କନ ପରେ ଜଣାପଡ଼ିବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି ।