ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ; ରୋହିଙ୍ଗ୍ୟା ମୁସଲମାନଙ୍କୁ ମିଆଁମାରରେ ଆତଙ୍କବାଦୀ ପ୍ରଶିକ୍ଷଣ ଦେଉଛି ଆଇଏସଆଇ
Advertisement

ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ; ରୋହିଙ୍ଗ୍ୟା ମୁସଲମାନଙ୍କୁ ମିଆଁମାରରେ ଆତଙ୍କବାଦୀ ପ୍ରଶିକ୍ଷଣ ଦେଉଛି ଆଇଏସଆଇ

ଭାରତ, ବାଲାଂଦେଶ ଏବଂ ମିଆଁମାରରେ ଆତଙ୍କବାଦୀ ଆକ୍ରମଣ କରି ଆଞ୍ଚଳିକ ଅସ୍ଥିରତା ସୃଷ୍ଟି କରିବାକୁ ଯୋଜନା କରିଛି ପାକିସ୍ତାନ। 

ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ; ରୋହିଙ୍ଗ୍ୟା ମୁସଲମାନଙ୍କୁ ମିଆଁମାରରେ ଆତଙ୍କବାଦୀ ପ୍ରଶିକ୍ଷଣ ଦେଉଛି  ଆଇଏସଆଇ

ନୂଆଦିଲ୍ଲୀ: ସାମରିକ କାର୍ଯ୍ୟାନୁଷ୍ଠାନ ଭୟରେ ମିଆଁମାର ଛାଡି ଆଶ୍ରୟ ନେବା ଉଦ୍ଦେଶ୍ୟରେ ଭାରତ ଏବଂ ବାଲାଂଦେଶକୁ ବେଆଇନ ଭାବେ ମାଡି ଆସିଥିଲେ ରୋହିଙ୍ଗ୍ୟା ମୁସଲମାନ । ହେଲେ ଏବେ ସେମାନଙ୍କୁ ଉଭୟ ବାଲାଂଦେଶ ଏବଂ ଭାରତ ବିରୁଦ୍ଧରେ ପ୍ରୟୋଗ କରିବା ଉଦ୍ୟମ ଆରମ୍ଭ କରିଛି ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସ ଇଣ୍ଟେଲିଜେନ୍ସ-ଆଇଏସଆଇ (ISI) । 

ସମ୍ମୁଖ ଯୁଦ୍ଧ ଏବଂ ସୀମାପାର ଆତଙ୍କବାଦ ମାଧ୍ୟମରେ ଭାରତକୁ ମାତ ଦେବାରେ ବିଫଳ ହେବା ପରେ ପାକିସ୍ତାନ ଏବେ ରୋହିଙ୍ଗ୍ୟା ମୁସଲାମାନଙ୍କୁ ଭାରତ ବିରୋଧି କାର୍ଯ୍ୟରେ ବ୍ୟବହାର କରିବା ଆରମ୍ଭ କରିଛି । ବେଲଜିୟମର ରାଜଧାନୀ ବ୍ରେସଲସ୍ଥିତ ସାଉଥ ଏସିଆ ଡେମୋକ୍ରାଟିକ ଫୋରମ ସଂସ୍ଥାର ଗବେଷଣା ନିର୍ଦ୍ଦେଶକ ସିଗଫ୍ରାଇଡ ଓ ବୁଲ୍ଫଙ୍କ କହିବା ଅନୁସାରେ ବାଲାଂଦେଶରେ ସକ୍ରିୟ ଥିବା ଜମାତ ଉଲ ମୁଜ୍ଜାହିଦ୍ଦିନ ବାଲାଂଦେଶ-ଜେଏମବି(JMB) ଆତଙ୍କୀ ସଙ୍ଗଠନ ପକ୍ଷରୁ ୪୦ ରୋହିଙ୍ଗ୍ୟା ମୁସଲମାନଙ୍କୁ ଆତଙ୍କବାଦୀ କରିବା ଲାଗି ପ୍ରଶିକ୍ଷଣ ଦିଆଯାଉଛି । ଏହି କାର୍ଯ୍ୟରେ ଜଡିତ ରହିଛି  ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ। 
     
ଆତଙ୍କବାଦୀଙ୍କ ପୃଷ୍ଠପୋଷକ ଭାବେ ବିଶ୍ୱ ସମୁଦାୟରେ ବଦନାମ ହୋଇ ସାରିଥିବା ପାକିସ୍ତାନ ଏବେ ଦୀର୍ଘ ଦିନ ଧରି ଆତଙ୍କବାଦ ସହ ଲଢି ଆସୁଥିବା ଭାରତ ଏବଂ ଆଫଗାନିସ୍ତାନ ଭଳି ଦେଶରେ ଆତଙ୍କବାଦୀ ଆକ୍ରମଣ କରି ଆଞ୍ଚଳିକ ଅସ୍ଥିରତା ସୃଷ୍ଟି କରିବାକୁ ଚାହୁଁଛି।

ଜେଏମବିର ଆତଙ୍କବାଦୀ ସଂଯୋଗ 

୨୦୧୬ରେ, ଜେଏମବି ବାଲାଂଦେଶର ରାଜଧାନୀ ଢାକାସ୍ଥିତ ଏକ କଫି ଶପ୍ ଉପରେ ଆକ୍ରମଣ କରିବାରୁ ୨୨ ଲୋକଙ୍କ ମୃତ୍ୟୁ ଘଟିଥିଲା। ସେମାନଙ୍କ ମଧ୍ୟରୁ ଅଧିକାଂଶ ବିଦେଶୀ ଥିଲେ। ଏହି ଆତଙ୍କବାଦୀ ସଙ୍ଗଠନର କାର୍ଯ୍ୟକଳାପ କାରଣରୁ ମିଆଁମାର ସୀମାନ୍ତରେ ଅବସ୍ଥିତ ବାଂଲାଦେଶର କକ୍ସ ବଜାରରେ ଥିବା ରୋହିଙ୍ଗ୍ୟା ଶରଣାର୍ଥୀ ଶିବିର ଏବେ ଆତଙ୍କବାଦୀ ଗୋଷ୍ଠୀ ଟାର୍ଗେଟକୁ ଆସିଯାଇଛି।

ଏନେଇ ମତ ରଖି ବାଲାଂଦେଶର ସୁରକ୍ଷା ବିଶେଷଜ୍ଞ ଅବଦୁଲ ରସିଦ କହିଛନ୍ତି ଅତୀତରେ ରୋହିଙ୍ଗ୍ୟା ଉଗ୍ରବାଦୀ ଆତଙ୍କୀ ହମଲା କରିବାକୁ ଯୋଜନା  କରିଥିଲେ। ହେଲେ ବାଲାଂଦେଶ ଏପରି ଘଟଣା ଘଟିବାକୁ ଅଟକାଇ ଦେଇଥିଲା । ଆତଙ୍କବାଦୀ ଗୋଷ୍ଠୀକୁ ସାହାଯ୍ୟ କରି ପାକିସ୍ତାନ ଭାରତକୁ ଅସ୍ଥିର କରିବାକୁ ଚେଷ୍ଟା ଚଳାଇଛି । ଆତଙ୍କବାଦର ମୁକାବିଲା କ୍ଷେତ୍ରରେ ବାଂଲାଦେଶ, ଭାରତକୁ ସହଯୋଗ କରିଆସୁଛି । ଯାହା ଫଳରେ ଭାରତର ଉତ୍ତର-ପୂର୍ବ ଭାଗରେ ହେବାକୁ ଆତଙ୍କବାଦୀ ଆକ୍ରମଣ ଉପରେ ନିୟନ୍ତ୍ରଣ ଅଣାଯାଇ ପାରିବ ।

ଅନ୍ୟପଟେ ବାଂଲାଦେଶର ବୈଦେଶିକ ମନ୍ତ୍ରୀ ଶାହିର ଆଲାମ କହିଛନ୍ତି, ଦେଶର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଉଗ୍ରବାଦ ପ୍ରସାର କରିବା ନେଇ ଅନେକ ଚେଷ୍ଟା କରାଯାଇଥିଲା। ହେଲେ ଏଥିରେ କୌଣସି ସଫଳତା ଆତଙ୍କବାଦୀ ସଙ୍ଗଠନକୁ ମିଳିନଥିଲା। 

ଏ ପ୍ରସଙ୍ଗରେ ମତ ରଖି ମିଆଁମାର ସାମରିକ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି, ବାଂଲାଦେଶ-ମିଆଁମାର ସୀମାରେ ସକ୍ରିୟ ରୋହିଙ୍ଗ୍ୟା ବିଦ୍ରୋହୀ ଗୋଷ୍ଠୀଙ୍କୁ ନେଇ ଗଠିତ ଆର୍କାନ୍ ରୋହିଙ୍ଗ୍ୟା ସାଲଭେସନ୍ ଆର୍ମି-ଏଆରଏସଏ(ARSA) ଏହାର ଗତିବିଧିକୁ ଉଭୟ ଦେଶରେ ସୀମାରେ ବଢାଇାବରେ ଲାଗିଛି । ଏହାର ସଦସ୍ୟ ଶରଣାର୍ଥୀ ଶିବିରରେ ସକ୍ରିୟ ରହିଛନ୍ତି, ସେମାନଙ୍କୁ ପାକିସ୍ତାନ ପକ୍ଷରୁ ନିରନ୍ତର ସାହାଯ୍ୟ ସହଯୋଗ ମିଳୁଛି।

ଏଆରଏସଏ ସହ ଜଡିତ ଲୋକ ରାତିରେ ଶରଣାର୍ଥୀ ଶିବିରରେ ସକ୍ରିୟ ରହିବା ସହ ଦିନରେ ଗାଏବ ହେଇଯାଉଛନ୍ତି। ଏହି ସଙ୍ଗଠନର ମୁଖିଆ ଅତା ଉଲ୍ଲା ପାକିସ୍ତାନରେ ଜନ୍ମ ହୋଇଥିଲେ ମଧ୍ୟ ତାହାର ସାଉଦି ଆରବ ସହ ସମ୍ପର୍କ ରହିଛି । ସାମରିକ ରଣନୀତି ପ୍ରସ୍ତୁତ କରିବାରେ ଏଆରଏସଏ ସଦସ୍ୟ ବେଶ ମାହିର ଏବଂ ସେମାନଙ୍କ ନିକଟରେ ଅତ୍ୟାଧୁନିକ ଅସ୍ତ୍ର ମଧ୍ୟ ରହିଛି । ବାଂଲାଦେଶ-ମିଆଁମାର ସୀମାରେ ସକ୍ରିୟ ଥିବା ଏହି ସଙ୍ଗଠନ, ପାକିସ୍ତାନୀ ଭିତ୍ତିକ ଆତଙ୍କବାଦୀ ସଙ୍ଗଠନ ତେହେରିକ-ଇ-ତାଲିବାନ ଠାରୁ ତାଲିମ ଗ୍ରହଣ କରିସାରିଛି ।

କୋକ୍ସ ବଜାର ଉପରେ ନଜର ରଖୁଥିବା ଜଣେ ବିଦେଶୀ ରାଷ୍ଟ୍ରଦୂତଙ୍କ କହିବା ଅନୁସାରେ ଏଆରଏସଏ ଏବଂ ଜେଏମବି ଭଳି ଆତଙ୍କବାଦୀ ସଙ୍ଗଠନ ଦ୍ୱାରା ଚାଲିଥିବା କାର୍ଯ୍ୟକଳାପର ଜଡିତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଏହି ଆତଙ୍କବାଦୀ ସଙ୍ଗଠନ ସହ ଜଡିତ ଲୋକଙ୍କୁ ବିଭିନ୍ନ ଅସ୍ତ୍ରଶସ୍ତ୍ରରେ ଦେଖିବାକୁ ମିଳିଛି ।