Shocking News: ୭୪ ବର୍ଷ ଚାକିରିରେ ନେଇ ନଥିଲେ ଛୁଟି, ବିଦାୟୀ ବେଳେ କମ୍ପାନୀ ପକ୍ଷରୁ ମିଳିଲା ଏପରି ସମ୍ମାନ
Advertisement
Article Detail0/zeeodisha/odisha1770734

Shocking News: ୭୪ ବର୍ଷ ଚାକିରିରେ ନେଇ ନଥିଲେ ଛୁଟି, ବିଦାୟୀ ବେଳେ କମ୍ପାନୀ ପକ୍ଷରୁ ମିଳିଲା ଏପରି ସମ୍ମାନ

Shocking News:  ଆମେ ଆଜି ଯେଉଁ ମହିଳା ବିଷୟରେ କହିବାକୁ ଯାଉଛୁ ସେ ଦୀର୍ଘ ୭୪ ବର୍ଷର ଚାକିରି ମଧ୍ୟରେ ଗୋଟିଏ ଦିନ ମଧ୍ଯ ଛୁଟି ନେଇ ନାହାଁନ୍ତି । ଆଶ୍ଚର୍ଯ୍ୟ ମନେ ହେଉଥିଲେ ମଧ୍ଯ ଏହା ସତ୍ୟ ଅଟେ । ଦୀର୍ଘ ବର୍ଷ ଧରି ଚାକିରି କରିବା ପରେ ନିକଟରେ ମହିଳା ଜଣଙ୍କ ୯୦ ବର୍ଷ ବୟସରେ ଅବସର ନେଇଛନ୍ତି।

ସୌ(ସୋସିଆଲ ମିଡିଆ)

Shocking News: ଅଫିସରୁ ଛୁଟି ନେବା ପାଇଁ ଅନେକ କର୍ମଚାରୀମାନେ ବିଭିନ୍ନ ପ୍ରକାର ବାହାନା କରିଥାଆନ୍ତି । କିଏ ଅସୁସ୍ଥତାର ବାହାନା କରେ ତ ଆଉ କେହି ପରିବାର ଲୋକଙ୍କ ଅସୁସ୍ଥତା ଦେଖାଇ ବିଭିନ୍ନ ଆଳରେ ଛୁଟି ନେଇଥାଆନ୍ତି । ପ୍ରାୟତଃ କର୍ମଚାରୀମାନେ ଅଫିସରୁ ଛୁଟି ନେବା ଲାଗି ସୁଯୋଗ ଅପେକ୍ଷାରେ ରହିଥାଆନ୍ତି । କିନ୍ତୁ ଆମେ ଆଜି ଯେଉଁ ମହିଳା ବିଷୟରେ କହିବାକୁ ଯାଉଛୁ ସେ ଦୀର୍ଘ ୭୪ ବର୍ଷର ଚାକିରି ମଧ୍ୟରେ ଗୋଟିଏ ଦିନ ମଧ୍ଯ ଛୁଟି (Leave) ନେଇ ନାହାଁନ୍ତି । ଆଶ୍ଚର୍ଯ୍ୟ ମନେ ହେଉଥିଲେ ମଧ୍ଯ ଏହା ସତ୍ୟ ଅଟେ । ଦୀର୍ଘ ବର୍ଷ ଧରି ଚାକିରି କରିବା ପରେ ନିକଟରେ ମହିଳା ଜଣଙ୍କ ୯୦ ବର୍ଷ ବୟସରେ ଅବସର ନେଇଛନ୍ତି।

ବାସ୍ତବରେ, ଏହି ମହିଳା ଆମେରିକା (America) ଟେକ୍ସାସର (Texas) ବାସିନ୍ଦା ଅଟନ୍ତି । ଏହି ୯୦ ବର୍ଷିୟା ମହିଳାଙ୍କ ନାମ ମେଲବା ମେବେନ୍ (Melba maben) ଅଟେ । ଆମେରିକୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମହିଳା ଏକ ଡ଼େଭଲପମେଣ୍ଟ୍ ଷ୍ଟୋରରେ (Development Store) କାମ କରୁଥିଲେ। ଦୀର୍ଘ ୭୪ ବର୍ଷ ଧରି ସେ ସମାନ ସ୍ଥାନରେ କାମ କରୁଥିଲେ । ଏତେ ବର୍ଷ କାମ କରିବା ପରେ ମହିଳା ଜଣକ ନିକଟରେ ଅବସର ନେଇଛନ୍ତି। ତେବେ ଦୀର୍ଘ ବର୍ଷ ଧରି ମହିଳା ଜଣଙ୍କ ଏହି ଷ୍ଚୋରରେ କାମ କରୁଥିବା ବେଳେ ଗୋଟିଏ ଦିନ ମଧ୍ଯ ଛୁଟି ନେଇ ନଥିଲେ । କେବଳ ଏତିକି ନୁହେଁ, ଅସୁସ୍ଥତା ନାମରେ ମଧ୍ୟ ସେ କେବେ ବି ଛୁଟି ନେଇ ନଥିବା ବେଳେ ଦୀର୍ଘ ବର୍ଷ ଧରି ନନ୍ ଷ୍ଟପ୍ କାମ କରିଆସୁଥିଲେ । କୁହାଯାଉଛି ଯେ, ମହିଳା ଜଣଙ୍କ ୧୯୫୬ ମସିହାରେ ଏଠାରେ କାମ କରିବା ଆରମ୍ଭ କରିଥିଲେ । ସେତେବେଳେ ତାଙ୍କୁ ମାତ୍ର ୧୭ ବର୍ଷ ବୟସ ହୋଇଥିଲା। ଏକ ଦୀର୍ଘ କ୍ୟାରିୟର ପରେ ମେଲବା ମେବେନ୍ ବୟସ ଅପରାହ୍ନରେ ଅବସର ନେଇଛନ୍ତି । ଦୀର୍ଘ ସମୟ ଧରି ସେବା ଯୋଗାଇଥିବା କାରଣରୁ ମହିଳାଙ୍କୁ ଷ୍ଟୋର ପକ୍ଷରୁ ପୁରସ୍କୃତ କରାଯାଇଛି । ଯାହାକୁ ପାଇ ସେ ବେଶ ଖୁସି ଥିବା ଜଣାପଡ଼ିଛି । କମ୍ପାନୀରେ କାର୍ଯ୍ୟ କରୁଥିବା ପ୍ରତ୍ୟେକ କର୍ମଚାରୀ ତାଙ୍କୁ ସାଲୁଡ଼ ମାରିବା ସହ ତାଙ୍କୁ ମା’ର ମାନ୍ୟତା ଦେଇଥିଲେ। ଅନ୍ୟ ଏକ ରିପୋର୍ଟ ଅନୁଯାୟୀ, ଅବସର ଦିନ ମହିଳା ଭାବପ୍ରବଣ ହୋଇପଡ଼ିଥିଲେ । ଷ୍ଟୋର ମ୍ୟାନେଜର ମହିଳାଙ୍କ କାମକୁ ପ୍ରଶଂସା କରି କହିଥିଲେ ଯେ,’ ମୁଁ ଦୀର୍ଘ ୫୬ ବର୍ଷ ଧରି ମେଲବା ମେବେନଙ୍କୁ ଜାଣିଛି । ସେ ତାଙ୍କ ଟିମ୍ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଥିଲେ । ସେ ଜଣେ ସେଲ ପର୍ସନ ନୁହେଁ ସେ ଜଣେ ମାଆ ଅଟନ୍ତି । ଯିଏ ଏହି ଷ୍ଟୋରକୁ ନିଜ ଛୁଆ ପରି ଗଢିଥିଲେ । ସେ ନିଜ ଟିମର ମାର୍ଗଦର୍ଶିକା ଥିଲେ । ଏତେ ଦିନ କାମ କରିବା ଭିତରେ ସେ ଦିନେ ମଧ୍ୟ ଷ୍ଟୋରରୁ ଛୁଟି ନେଇ ନାହାନ୍ତି’ । ସବୁଠାରୁ ଅଧିକ ସମୟ ଧରି କାମ କରୁଥିବା କର୍ମଚାରୀ ଭାବେ ମେଲବା ମେବେନଙ୍କୁ ପୁରସ୍କୃତ କରାଯିବା ସହ ଏକ ପ୍ରମାଣପତ୍ର ଦିଆଯାଇଛି ।

ଏହା ବି ପଢନ୍ତୁ-Flipkart ଗ୍ରାହକଙ୍କ ପାଇଁ ଆଣିଲା ଋଣ ସୁବିଧା, ମାତ୍ର ୩୦ ସେକେଣ୍ଡରେ ପାଇବେ ୫ ଲକ୍ଷ ଯାଏ ଋଣ

ତେବେ କମ୍ପାନୀ ପକ୍ଷରୁ ମହିଳାଙ୍କୁ ଏକ ସାନଦାର୍ ବିଦାୟ ଦିଆଯାଇଥିଲା । ମହିଳାଙ୍କ ଉଦ୍ଦେଶ୍ୟରେ ଅନ୍ୟ କର୍ମଚାରୀ ମାନେ କହିଥିଲେ ଯେ, ଖାଇବାକୁ, ହସିବାକୁ ଓ କଥାବର୍ତ୍ତା କରିବାକୁ ଭଲ ପାଉଥିବା ମହାନ ମହିଳାଙ୍କ ସହ କାମ କରି ଆମେ ଅତ୍ୟନ୍ତ ଖୁସି ଅଛୁ । ବର୍ତ୍ତମାନ ସେ ନିଜ ଦାୟିତ୍ୱରୁ ମୁକ୍ତି ହୋଇଛନ୍ତି’ । ନିଜର ବିଦାୟୀ ଅଭିଭାଷଣରେ ମହିଳା ଜଣଙ୍କ କହିଛନ୍ତି ଯେ, ‘ବର୍ତ୍ତମାନ ସେ ଘରେ ରହି ନିଜ ଇଚ୍ଛା ଅନୁଯାୟୀ ଜୀବନ ବଞ୍ଚିବାକୁ ଚାହୁଁଛନ୍ତି । ଭଲ ଖାଇବା ରାନ୍ଧି ଖାଇବାକୁ ଚାହୁଁଛନ୍ତି’।