ପୁଣି ଖସିଲା ରୁପା ମୂଲ୍ୟ, ଜାଣନ୍ତୁ କ'ଣ ରହିଛି ସୁନା ରେଟ୍
Advertisement
Article Detail0/zeeodisha/odisha1299406

ପୁଣି ଖସିଲା ରୁପା ମୂଲ୍ୟ, ଜାଣନ୍ତୁ କ'ଣ ରହିଛି ସୁନା ରେଟ୍

Gold-Silver Rate: ଆଜି ଦେଶରେ ରୁପା ମୂଲ୍ୟ (Silver Price) ହ୍ରାସ ଘଟିଛି । ଗତକାଲି ଦେଶରେ ରୁପା ମୂଲ୍ୟରେ ୨୦୦ ଟଙ୍କାର ବୃଦ୍ଧି ଘଟିଥିଲା । ଅନ୍ୟପଟେ ଆଜି ରୁପା ମୂଲ୍ୟରେ ୪୦୦ ଟଙ୍କାର ହ୍ରାସ ଘଟିଛି । 

ପୁଣି ଖସିଲା ରୁପା ମୂଲ୍ୟ, ଜାଣନ୍ତୁ କ'ଣ ରହିଛି ସୁନା ରେଟ୍

ନୂଆଦିଲ୍ଲୀ: Gold-Silver Rate: ଆଜି (ଶୁକ୍ରବାର) ଅର୍ଥାତ ଅଗଷ୍ଟ ୧୨ରେ ସୁନା ମୂଲ୍ୟରେ ବୃଦ୍ଧି ଘଟିଥିବାବେଳେ ରୁପା ମୂଲ୍ୟରେ ହ୍ରାସ ଘଟିଛି । ସେହିପରି ଅନ୍ତର୍ଜାତୀୟ ବଜାରରେ ମୂଲ୍ୟବାନ ଧାତୁ ମୂଲ୍ୟରେ ହ୍ରାସ ବୃଦ୍ଧି ଦେଖାଦେଇଛି । ଯାହାର ପ୍ରଭାବ ଦେଶର ଘରୋଇ ବଜାରରେ ଦେଖିବାକୁ ମିଳୁଛି । ଦେଶରେ ଗତକାଲି (ଗୁରୁବାର) ସୁନା ମୂଲ୍ୟ ସ୍ଥିର ରହିଥିଲା । ଅନ୍ୟପକ୍ଷେ ଆଜି ଦେଶରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୪୪୦ ଟଙ୍କାର ବୃଦ୍ଧି ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୫୨,୦୯୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଏହାର ମୂଲ୍ୟ ୫୨,୬୫୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୪୦୦ ଟଙ୍କାର ବୃଦ୍ଧି ରେକର୍ଡ କରାଯାଇଛି । ଫଳରେ ୧୦ ଗ୍ରାମ ସୁନା ଦର ୪୭,୭୫୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଏହାର ମୂଲ୍ୟ ୪୭,୩୫୦ ଟଙ୍କା ଥିଲା ।
 
ସେହିପରି ଆଜି ଦେଶରେ ରୁପା ମୂଲ୍ୟ (Silver Price) ହ୍ରାସ ଘଟିଛି । ଗତକାଲି ଦେଶରେ ରୁପା ମୂଲ୍ୟରେ ୨୦୦ ଟଙ୍କାର ବୃଦ୍ଧି ଘଟିଥିଲା । ଅନ୍ୟପଟେ ଆଜି ରୁପା ମୂଲ୍ୟରେ ୪୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୫୮,୫୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୫୮,୯୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୫,୮୫୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ୫,୮୯୦ ଟଙ୍କା ଥିଲା ।

ଆଜି ଭୁବନେଶ୍ୱର (Bhubaneswar) ରେ ସୁନା ଦର (Gold Price) ରେ ବୃଦ୍ଧି ଦେଖାଦେଇଛି । ଗତକାଲି ଭୁବନେଶ୍ୱରରେ ସୁନା ଦରରେ କୌଣସି ପରିବର୍ତ୍ତନ ଘଟି ନାହିଁ । ଅନ୍ୟପଟେ ଆଜି ୧୦ ଗ୍ରାମ ସୁନା ମୂଲ୍ୟରେ ୪୪୦ ଟଙ୍କାର ବୃଦ୍ଧି ଘଟିଛି । ଯାହା ପରେ ଭୁବନେଶ୍ୱରରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୫୨,୦୯୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଅର୍ଥାତ ଗୁରୁବାର ୧୦ ଗ୍ରାମ ସୁନା ମୂଲ୍ୟ ୫୧,୬୫୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୪୦୦ ଟଙ୍କାର ବୃଦ୍ଧି ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୭,୭୫୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଏହାର ମୂଲ୍ୟ ୪୭,୩୫୦ ଟଙ୍କା ଥିଲା ।

ଏହା ବି ପଢ଼ନ୍ତୁ:-'ଆପଣଙ୍କ ଗିରିରାଜଙ୍କ ପରି ମୋର ଲଲନ, ଚିନ୍ତା କରନ୍ତୁନି'; ଜାଣନ୍ତୁ ଅମିତ ଶାହଙ୍କୁ କେମିତି ଅନ୍ଧାରରେ ରଖିଥିଲେ ନୀତିଶ କୁମାର

ଏହା ବି ପଢ଼ନ୍ତୁ:-ଋଷଭ ପନ୍ତଙ୍କୁ ଉର୍ବଶୀ ରୌତେଲାଙ୍କ ଜବାବ! ଛୋଟୁ ଭାଇ ବ୍ୟାଟ୍ ବଲ୍ ଖେଳନ୍ତୁ, ମୁଁ ମୁନ୍ନି ନୁହେଁ ଯେ ବଦନାମ ହୋଇଯିବ…ଡାର୍ଲିଙ୍ଗ୍

ଏହା ବି ପଢ଼ନ୍ତୁ:-ସର୍ଭେ: ବିହାରରେ ସରକାର ପରିବର୍ତ୍ତନ ଯୋଗୁ ବିଜେପିକୁ ଝଟକା ତ କଂଗ୍ରେସକୁ ଲାଭ, ଆଜି ଲୋକସଭା ନିର୍ବାଚନ ହେଲେ ଏନଡିଏକୁ ମିଳିବ ଏତିକି ଆସନ

 

ସେହିପରି ଆଜି ଭୁବନେଶ୍ୱରରେ ରୁପା ମୂଲ୍ୟ (Silver Price) ରେ ରେକର୍ଡ ହ୍ରାସ ଘଟିଛି । ଗତକାଲି ରାଜଧାନୀରେ ରୁପା ମୂଲ୍ୟରେ ୨୦୦ ଟଙ୍କାର ବୃଦ୍ଧି ଘଟିଥିବାବେଳେ ଆଜି ରୁପା ମୂଲ୍ୟରେ ୪୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୫୮,୫୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୫୮,୯୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୫,୮୫୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ୫,୮୯୦ ଟଙ୍କା ଥିଲା ।