Drougt: ଲଗାତାର ଚତୁର୍ଥ ବର୍ଷ ପାଇଁ ମରୁଡ଼ିର ସାମ୍ନା କରୁଛି ଦକ୍ଷିଣ କାଲିଫର୍ନିଆ, ଜଳକଷ୍ଟ ଭୋଗି ପାରନ୍ତି କୋଟି କୋଟି ଲୋକ
Advertisement

Drougt: ଲଗାତାର ଚତୁର୍ଥ ବର୍ଷ ପାଇଁ ମରୁଡ଼ିର ସାମ୍ନା କରୁଛି ଦକ୍ଷିଣ କାଲିଫର୍ନିଆ, ଜଳକଷ୍ଟ ଭୋଗି ପାରନ୍ତି କୋଟି କୋଟି ଲୋକ

Southern California News:  ଦକ୍ଷିଣ କାଲିଫର୍ନିଆ ମେଟ୍ରୋପଲିଟାନ ୱାଟର ଡିଷ୍ଟ୍ରିକ୍ଟ ଜଳ ସମ୍ପଦ ପରିଚାଳକ ବ୍ରୈଡ କାଫି ବୁଧବାର ଉପରୋକ୍ତ ପରିସ୍ଥିତ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଯଦିଓ ଗତ ସପ୍ତାହରେ କିଛି ଝଡ଼ ସୃଷ୍ଟି ହୋଇଛି, ହେଲେ ପ୍ରଦେଶର ଜଳ ପ୍ରକଳ୍ପ ସ୍ଥିତି ଶୁଖିଲା ରହିଛି। ଚଳିତ ବର୍ଷ ଜଳ ଭଣ୍ଡାରରେ ପାଣି ସ୍ୱାଭାବିକ ମାତ୍ରା ଠାରୁ ଅଧା ରହିଛି। ତୁଷାରପାତ ହେଉଥିଲେ ମଧ୍ୟ କଲରାଡୋ ନଦୀରେ ଅବସ୍ଥା ଅତ୍ୟନ୍ତ ଶୁଷ୍କ ଏବଂ ଭୟାନକ ରହିଛି। 

Drougt: ଲଗାତାର ଚତୁର୍ଥ ବର୍ଷ ପାଇଁ ମରୁଡ଼ିର ସାମ୍ନା କରୁଛି ଦକ୍ଷିଣ କାଲିଫର୍ନିଆ, ଜଳକଷ୍ଟ ଭୋଗି ପାରନ୍ତି କୋଟି କୋଟି ଲୋକ

Drought in America: ଯୁକ୍ତରାଷ୍ଟ୍ର ଆମେରିକାର ଲସ୍ ଏଞ୍ଜେଲ୍ସ ସ୍ଥିତ ଦେଶର ବୃହତ୍ତମ ଜଳ ଯୋଗାଣକାରୀ ସମଗ୍ର ଦକ୍ଷିଣ କାଲିଫର୍ନିଆ ପାଇଁ ମରୁଡ଼ି ପରିସ୍ଥିତି ଘୋଷଣା କରିଛନ୍ତି। ଏନେଇ ଅନୁମାନ କରାଯାଉଛି ଯେ ମରୁଡ଼ି ପରିସ୍ଥିତି କାରଣରୁ ପ୍ରାୟ ୧ କୋଟି ୯୦ ଲକ୍ଷ ଲୋକ ଅସୁବିଧା ଭୋଗିପାରନ୍ତି। ଦକ୍ଷିଣ କାଲିଫର୍ଣ୍ଣିଆ ମେଟ୍ରୋପଲିଟାନ ୱାଟର ଡିଷ୍ଟ୍ରିକ୍ଟ ୨୬ ସଂସ୍ଥାକୁ ଜଳ ଯୋଗାଇଥାଏ। ଏହା ଲସ୍ ଏଞ୍ଜେଲସ୍ ଏବଂ ସାନ୍ ଡିଏଗୋ କାଉଣ୍ଟି ଭଳି ପ୍ରମୁଖ ଜନବସତି କେନ୍ଦ୍ରକୁ ମଧ୍ୟ ଜଳା ଯୋଗାଇଥାଏ।

ଡିସେମ୍ବର ୧୩ ତାରିଖ ମଙ୍ଗଳବାର ବୋର୍ଡ ଦ୍ୱାରା ପାରିତ ହୋଇଥିବା ସଂକଳ୍ପ ସମ୍ପର୍କରେ ବୁଧବାର ଘୋଷଣା କରାଯାଇଛି। ଜଳ ସଂସ୍ଥାକୁ ସ୍ୱେଚ୍ଛାକୃତ ଭାବେ ଆମଦାନୀ ହେଉଥିବା ସାମଗ୍ରୀ କାଟିବାକୁ କୁହାଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଲଗାତାର ଚତୁର୍ଥ ବର୍ଷ ପାଇଁ ମରୁଡ଼ି ପରିସ୍ଥିତିର ସାମ୍ନା କରୁଛି ଦକ୍ଷିଣ କାଲିଫର୍ଣ୍ଣିଆ। ସ୍ଥାନୀୟ ମେଟ୍ରୋପଲିଟାନ ୱାଟର ଡିଷ୍ଟ୍ରିକ୍ଟ ଏହାର ୨୬ ଜଳ ଯୋଗାଣକାରୀ ସଂସ୍ଥାକୁ ଅପ୍ରେଲରେ ବାଧ୍ୟତାମୂଳକ ଜଳ ପ୍ରତିବନ୍ଧକ ଆଦେଶ ଜାରି କରିପାରେ, ଯଦି ଏହି ଶୀତ ଋତୁରେ ଆବଶ୍ୟକ ପରିମାଣରେ ବର୍ଷା ନହୁଏ।

ମେଟ୍ରୋପଲିଟାନ ୱାଟର ଡିଷ୍ଟ୍ରିକ୍ଟ ଜଳ ସମ୍ପଦ ପରିଚାଳକ ବ୍ରୈଡ କାଫି ବୁଧବାର ଉପରୋକ୍ତ ପରିସ୍ଥିତ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଯଦିଓ ଗତ ସପ୍ତାହରେ କିଛି ଝଡ଼ ସୃଷ୍ଟି ହୋଇଛି, ହେଲେ ପ୍ରଦେଶର ଜଳ ପ୍ରକଳ୍ପ ସ୍ଥିତି ଶୁଖିଲା ରହିଛି। ଚଳିତ ବର୍ଷ ଜଳ ଭଣ୍ଡାରରେ ପାଣି ସ୍ୱାଭାବିକ ମାତ୍ରା ଠାରୁ ଅଧା ରହିଛି। ତୁଷାରପାତ ହେଉଥିଲେ ମଧ୍ୟ କଲରାଡୋ ନଦୀରେ ଅବସ୍ଥା ଅତ୍ୟନ୍ତ ଶୁଷ୍କ ଏବଂ ଭୟାନକ ରହିଛି। 

Also Read: NASA: ଯୁକ୍ତରାଷ୍ଟ୍ର ଆମେରିକା ପାଇଁ ବାଜିଲା ସତର୍କ ଘଣ୍ଟି, ୨୦୫୦ ପର୍ଯ୍ୟନ୍ତ ବୁଡ଼ିଯିବ ଦେଶର ଏହି ସହର!

ଦକ୍ଷିଣ କାଲିଫର୍ନିଆରେ ଅଧିକ ବର୍ଷା ହୁଏ ନାହିଁ। ସ୍ଥାନୀୟ ଜଳ ପ୍ରକଳ୍ପ ଦ୍ୱାରା କଲରାଡୋ ନଦୀ ଏବଂ ଉତ୍ତର ସିଆର ନେୱାଦା ଠାରୁ ପ୍ରାୟ ଅଧା ଜଳ ଆମଦାନୀ  କରା ଯାଇଥାଏ। ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ରାଜ୍ୟର ବନ୍ଧ, କେନାଲ ଏବଂ ଜଳଭଣ୍ଡାର ହେଉଛି ସ୍ଥାନୀୟ ଲୋକଙ୍କ ପାଇଁ ଜଳ ପାଇବାର ମୁଖ୍ୟ ଉତ୍ସ। ବିଗତ ୩ ବର୍ଷ ଧରି ଏଠାକାର ଜଳାଶୟ ଏତେ ଶୁଖିଲା ପଡ଼ିଛି ଯେ ସେଠାରେ ଜଳ ବିତରଣ ରେକର୍ଡ ସ୍ତରରେ ପହଞ୍ଚିଛି। ଚଳିତ ବର୍ଷ ଆରମ୍ଭରୁ ୱାଟର ଡିଷ୍ଟ୍ରିକ୍ଟ ସେହି ସମସ୍ତ ସଂସ୍ଥା ଜରୁରୀକାଳୀନ ମରୁଡ଼ି ପରିସ୍ଥିତି ୟିଏ ରାଜ୍ୟ ଜଳ ପ୍ରକଳ୍ପ ଉପରେ ନିର୍ଭରଶୀଳ। ଏହା ଦ୍ୱାରା ପ୍ରାୟ ୭୦ ଲକ୍ଷ ଲୋକ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି |

ଦେଶରେ ଏଭଳି ପରିସ୍ଥିତି ସୃଷ୍ଟି ହେବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆମେରିକୀୟ ବୈଜ୍ଞାନିକ। ସେମାନେ କଲରାଡୋ ନଦୀର ଭବିଷ୍ୟତକୁ ନେଇ ଚିନ୍ତିତ ଅଛନ୍ତି। ଏହି ପ୍ରସଙ୍ଗ ଉପରେ ନିରନ୍ତର ଆଲୋଚନା ଚାଲିଛି। ବୈଜ୍ଞାନିକଙ୍କ କହିବା କଥା ଯେ ପାଶ୍ଚାତ୍ୟ ଦେଶରେ ଅଧିକ ଗରମ ଏବଂ ଶୁଖିଲା ପାଗରେ ଜଳବାୟୁ ପରିବର୍ତ୍ତନ ସହାୟକ ହୋଇଛି। ଏହି କାରଣରୁ ଜଳ ଯୋଗାଣ ପାଇଁ ବିପଦ ସୃଷ୍ଟି ହୋଇଛି। ଦକ୍ଷିଣ କାଲିଫର୍ଣ୍ଣିଆରେ ଆମଦାନୀ ହୋଇଥିବା ଜଳର ୭୫ ପ୍ରତିଶତ କେବଳ ୟାର୍ଡ ଏବଂ ବଗିଚାକୁ ଜଳସେଚନ ପାଇଁ ବ୍ୟବହୋର ହୋଇଥାଏ। 

ଗତ ବର୍ଷ ଦକ୍ଷିଣ କାଲିଫର୍ଣ୍ଣିଆ ପ୍ରଶାସନ ସ୍ଥାନୀୟ ବାସିନ୍ଦା ତଥା ବ୍ୟବସାୟୀଙ୍କୁ ଜଳ ବ୍ୟବହାର ହ୍ରାସ କରିବାକୁ ନିବେଦନ କରିଥିଲେ। ସରକାର ଜଳ ବ୍ୟବହାରକୁ ୧୫% ହ୍ରାସ କରିବାକୁ ନିବେଦନ କରିଥିଲେ। ଯଦି ମେଟ୍ରୋପଲିଟାନ ୱାଟର ଡିଷ୍ଟ୍ରିକ୍ଟ ତଥ୍ୟକୁ ବିଶ୍ୱାସ କରାଯାଏ, ତାହେଲେ ସ୍ଥାନୀୟ ବାସିନ୍ଦା କେବଳ ଜଳ ବ୍ୟବହାରକୁ ୫.୨% ହ୍ରାସ କରିଛନ୍ତି।