ଟିକାକରଣ ହୋଇପାରେ ପ୍ରଭାବିତ; ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ନାହିଁ Sputnik V Covid19 Vaccine
ପ୍ରାୟ ୬ ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ସ୍ଫୁଟନିକ୍ ଭି କୋରୋନା ଟିକା ସମଗ୍ର ଦେଶରେ ବ୍ୟବସାୟିକ ଭିତ୍ତିରେ ଉପଲବ୍ଧ ହୋଇନଥିଲା।
ନୂଆଦିଲ୍ଲୀ: ଆବଶ୍ୟକ ପରିମାଣ ଠାରୁ ଦ୍ୱିତୀୟ ଡୋଜ୍ କମ୍ ଉତ୍ପାଦନ, ରକ୍ଷଣ ଲାଗି ଅଧିକ ଶୀତଳ ଭଣ୍ଡାରର ଆବଶ୍ୟକତା, ବିଶ୍ୱ ସ୍ଥାସ୍ଥ୍ୟ ସଙ୍ଗଠନ ଅନୁମୋଦନକୁ ଅପେକ୍ଷା, ଋଷିଆରେ କୋରୋନା ସଂକ୍ରମଣ ମାମଲା ବୃଦ୍ଧି ଏବଂ ଘରୋଇ ଡାକ୍ତରଖାନାରେ କମ୍ ଚାହିଦା କାରଣରୁ ଦେଶରୁ ବିଦାୟ ନେଇଛି ଋଷୀୟ ନିର୍ମିତ କୋରୋନା ଟିକା ସ୍ଫୁଟନିକ୍ ଭି।
ଏପ୍ରିଲର ଦ୍ୱିତୀୟ ସପ୍ତାହରେ ଦେଶର ଔଷଧ ନିୟାମକଙ୍କ ଅନୁମୋଦନ ପାଇବା ପରେ ଏହି ଋଷୀୟ କୋରୋନା ଟିକା ଗତ ମେ ୧ ତାରିଖରେ ଦେଶରେ ଉପଲବ୍ଧ ହୋଇଥିଲା। ଋଷିଆ ରାଜଧାନୀ ମସ୍କୋସ୍ଥିତ Gamaleya National Research Institute of Epidemiology & Microbiology ଦ୍ୱାରା ବିକଶିତ ଏହି ଟିକା ରଷୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ (Russian Health Ministry) ଦ୍ୱାରା ପଞ୍ଜୀକୃତ ହୋଇଥିଲା ଏବଂ ଏହା କୋରୋନା ମହମାରୀ (Corona Pandemic) ବିରୁଦ୍ଧରେ ବିଶ୍ୱର ପ୍ରଥମ ଟିକା ଭାବେ ପଞ୍ଜୀକୃତ ହୋଇଥିଲା।
ପ୍ରାୟ ୬ ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ସ୍ଫୁଟନିକ୍ ଭି କୋରୋନା ଟିକା (Sputnik V Covid19 Vaccine) ସମଗ୍ର ଦେଶରେ ବ୍ୟବସାୟିକ ଭିତ୍ତିରେ ଉପଲବ୍ଧ ହୋଇନଥିଲା। ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ମୋଟ ୧୧୬ କୋଟି ଟିକାକରଣ ମଧ୍ୟରୁ କେବଳ ୧୧.୧୩ ଲକ୍ଷ ଡୋଜ ଟିକାକରଣରେ ବ୍ୟବହୃତ ହୋଇଥିଲା। ଗତ ସେପ୍ଟମ୍ବର ପର୍ଯ୍ୟନ୍ତ ୩୧ ଲକ୍ଷ ପ୍ରଥମ ଏବଂ ୪.୫ ଲକ୍ଷ ଦ୍ୱିତୀୟ ଡୋଜ ଟିକା ଦେଶରେ ଉପଲବ୍ଧ ହୋଇଥିଲା। ଆବଶ୍ୟକୀୟ ପରିମାଣରେ ଉତ୍ପାଦନ ନହେବା କାରଣରୁ ଦେଶରେ ପର୍ଯ୍ୟାପ୍ତ ପରିମାଣରେ ଉଭୟ ଡୋଜ ଟିକା ଉପଲବ୍ଧ ହୋଇପାରିନଥିଲା। ଅନ୍ୟପଟେ ଦେଶର ଘରୋଇ ବଜାରରେ ଏହି ଟିକାର ଚାହିଦା ସେପରି ନଥିଲା।
ଟିକା ବିଶେଷଜ୍ଞଙ୍କ ମତରେ ଏହି ଋଷୀୟ ନିର୍ମିତ କୋରୋନା ଟିକା ପାଇଁ ସବୁଠାରୁ ବଡ଼ ସମସ୍ୟା ଥିଲା କମ ପରିମାଣରେ ଦ୍ୱିତୀୟ ଡୋଜ ଉତ୍ପାଦନ। ଆବଶ୍ୟକୀୟ ପରିମାଣରେ ଉତ୍ପାଦନ ନହେବା କାରଣରୁ ଦେଶରେ ପର୍ଯ୍ୟାପ୍ତ ପରିମାଣରେ ଉଭୟ ଡୋଜ ଟିକା ଉପଲବ୍ଧ ହୋଇପାରିନଥିଲା। ଅନ୍ୟପଟେ ଦେଶର ଘରୋଇ ବଜାରରେ ଏହି ଟିକାର ଚାହିଦା ସେପରି ନଥିଲା। ଅନ୍ୟ ଏକ କାରଣ ହେଉଛି ଏହି ଟିକାର ସଂରକ୍ଷଣ ଲାଗି ଅଧିକ ଶୀତଳ ଭଣ୍ଡାରର ଆବଶ୍ୟକତା। ସ୍ଫୁଟନିକ୍ ଭି କୋରୋନା ଟିକାକୁ ରଖିବା ଲାଗି -୧୮ ସେଲସିୟସ ତାପମାତ୍ରା ଆବଶ୍ୟକ।
ଆବଶ୍ୟକ ପରିମାଣରେ ସ୍ଫୁଟନିକ୍ ଭି କୋରୋନା ଟିକା ଉତ୍ପାଦନ ନହେବା କାରଣରୁ ଏହା ବଜାର କିମ୍ବା ଘରୋଇ ଡାକ୍ତରଖାନାରେ ଅନ୍ୟ ଟିକା ତୁଳନାରେ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ହେଉନଥିଲା। ଦ୍ୱିତୀୟ ଡୋଜ ବିତରଣରେ ବିଳମ୍ବ ହେବା କାରଣରୁ ଦେଶରେ ଚାଲିଥିବା ଟିକାକରଣ କ୍ଷେତ୍ରରେ ଏହି ଟିକା ସେପରି କୌଣସି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିନଥିଲା। କେବଳ ଭାରତ ନୁହେଁ ବିଶ୍ୱର ଅନ୍ୟ ଦେଶ ମଧ୍ୟ ଟିକାକରଣ ଲାଗି ଏହାକୁ ବ୍ୟବହାର କରୁଥିଲେ।
Also Read: Covid19 ଔଷଧ ନିର୍ମାଣ କରିବା ଲାଗି ଅନ୍ୟ କମ୍ପାନୀକୁ ଅନୁମତି ଦେବ Pfizer
ଫିଲିପାଇନ୍ସ,, ମେକ୍ସିକୋ, ଆର୍ଜେଣ୍ଟିନା ସମେତ ଅନେକ ଲାଟିନ ଆମେରିକୀୟ ଦେଶରେ ଏହି ଟିକା ଯୋଗାଣରେ ଅଭାବ ସୃଷ୍ଟି ହୋଇଥିଲା। ଆବଶ୍ୟକ ପରିମାଣରେ ଯୋଗାଣ ନେହେବାରୁ ଅନେକ ଦେଶ ଏହାର ବିତରଣକୁ ନେଇ ଅଭିଯୋଗ କରିଥିଲେ। ସ୍ଫୁଟନିକ୍ ଭି ଟିକା, କୋରୋନା ଟିକାକରଣ କ୍ଷେତ୍ରରେ ସେପରି କୌଣସି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ ନକରିବା ପଛରେ ଅନ୍ୟ ଏକ ମୁଖ୍ୟ କାରଣ ହେଉଛି ଅନୁମୋଦନ ପାଇବା ଲାଗି ଏହି ଋଷୀୟ ଟିକାକୁ ଋଷିଆରେ ମଧ୍ୟ ସଂଘର୍ଷ କରିବାକୁ ପଡି଼ଥିଲା। ଏପରିକି ବିଶ୍ୱ ସ୍ତରରେ ଏହାକୁ ବ୍ୟବହାର କରିବା ଲାଗି ବିଶ୍ୱ ସ୍ଥାସ୍ଥ୍ୟ ସଙ୍ଗଠନ ପକ୍ଷରୁ ମିଳିବାକୁ ଥିବା ଅନୁମୋଦନକୁ ବର୍ତ୍ତମାନ ପର୍ଯ୍ୟନ୍ତ ଅପେକ୍ଷା କରାଯାଇଛି।
ଭାରତୀୟ ଫାର୍ମା କମ୍ପାନୀ ଏହି କୋରୋନା ଟିକାର ଉଭୟ ଡୋଜ ନିର୍ମାଣ କରିବା ସପକ୍ଷରେ ନଥିଲେ। ସ୍ଫୁଟନିକ୍ ଭି କୋରୋନା ଟିକା ନିର୍ମାଣ ପାଇଁ ଆବଶ୍ୟକୀୟ ଜ୍ଞାନକୌଶଳ ହସ୍ତାନ୍ତରଣ ଏବଂ ଆର୍ଥିକ ସମସ୍ୟା ଥିଲା ଏହା ପଛର ଅନ୍ୟ ଏକ ମୁଖ୍ୟ କାରଣ।