ଭାରତ ବିପକ୍ଷ ସିରିଜ୍ ପୂର୍ବରୁ ଶ୍ରୀଲଙ୍କା କ୍ରିକେଟକୁ ଝଟକା, ମାଥ୍ୟୁସ୍ ନେବେ ଅବସର
Advertisement
Article Detail0/zeeodisha/odisha937131

ଭାରତ ବିପକ୍ଷ ସିରିଜ୍ ପୂର୍ବରୁ ଶ୍ରୀଲଙ୍କା କ୍ରିକେଟକୁ ଝଟକା, ମାଥ୍ୟୁସ୍ ନେବେ ଅବସର

Angelo Mathews Retirement: ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ଆଞ୍ଜେଲୋ ମାଥ୍ୟୁସ୍ ଦେଶ ପାଇଁ ୯୦ ଟି ଟେଷ୍ଟ ଓ ୨୧୮ ଟି ODI ମ୍ୟାଚ ଖେଳିଛନ୍ତି । ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡର ନୂତନ ଚୁକ୍ତିରେ ୩୪ ବର୍ଷୀୟ ମାଥ୍ୟୁସ୍ ଅତ୍ୟନ୍ତ ଅସନ୍ତୁଷ୍ଟ ଥିଲେ ।

 

(ଫାଇଲ ଫଟୋ)

ନୂଆଦିଲ୍ଲୀ: ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ଓ ଏହାର କ୍ରିକେଟ୍ ଖେଳାଳିଙ୍କ ମଧ୍ୟରେ ଚୁକ୍ତିନାମାକୁ ନେଇ ଦୀର୍ଘ ଦିନ ଧରି ଚାଲିଥିବା ବିବାଦ ଏକ ନୂଆ ମୋଡ଼ ସେତବେଳେ ନେଇଛି  ଯେତେବେଳେ ବରିଷ୍ଠ ଖେଳାଳି ଆଞ୍ଜେଲୋ ମାଥ୍ୟୁସ୍ (Angelo Mathews) ଅବସର ନେବାକୁ ଇଙ୍ଗିତ କରିଛନ୍ତି । ଜୁଲାଇ ୧୩ ରୁ ଭାରତ ବିପକ୍ଷରେ (India vs Sri Lanka) ସୀମିତ ଓଭର ସିରିଜ୍ ପୂର୍ବରୁ ଏହି ପକ୍ରିୟା ଘଟିଛି । ବର୍ତ୍ତମାନର ଖେଳାଳିଙ୍କ ମଧ୍ୟରେ ବରିଷ୍ଠ-ମାଥ୍ୟୁସ୍ ଓ ଟେଷ୍ଟ ଅଧିନାୟକ ଡିମୁଥ୍ କରୁଣାରତ୍ନେଙ୍କୁ (Dimuth Karunaratne) ଜାତୀୟ ଚୁକ୍ତିରୁ ବାଦ ଦିଆଯାଇଛି । ମାଥ୍ୟୁସ୍ ଶ୍ରୀଲଙ୍କା କ୍ରିକେଟ୍ ପ୍ରଶାସନକୁ ଚିଠି ଲେଖିଛନ୍ତି ଯେ ସେ ଅବସର ନେବାକୁ ଚିନ୍ତା କରୁଛନ୍ତି ଓ ଆସନ୍ତା କିଛି ଦିନ ମଧ୍ୟରେ ସେ ଅବସର ଘୋଷଣା କରିବେ ।

ସୂତ୍ରରୁ ପ୍ରକାଶ ଯେ ଶ୍ରୀଲଙ୍କା କ୍ରିକେଟ୍ ପ୍ରତି ଟୁର୍ ଆଧାରରେ ଚୁକ୍ତିନାମା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥାଏ । କୌଣସି ବାର୍ଷିକ ଚୁକ୍ତିନାମା ହେବ ନାହିଁ କାରଣ ତୁରନ୍ତ ଆବଶ୍ୟକତା ହେଉଛି ଭାରତ ବିପକ୍ଷ ସିରିଜ୍ ପାଇଁ ଖେଳାଳିଙ୍କୁ ଦସ୍ତଖତ କରିବା । ଖେଳାଳିମାନଙ୍କୁ ଜୁଲାଇ ୮ ପର୍ଯ୍ୟନ୍ତ ସମୟସୀମା ଦିଆଯାଇଛି । ଯେଉଁ ଖେଳାଳିମାନେ ଏହା ପୂର୍ବରୁ ଦସ୍ତଖତ କରିବାକୁ ମନା କରିଦେଇଥିଲେ ସେମାନେ ବର୍ତ୍ତମାନ ଦସ୍ତଖତ କରିଛନ୍ତି । ପ୍ରଦର୍ଶନ ଆଧାରରେ, ୨୪ ଶ୍ରେଷ୍ଠ ଖେଳାଳିଙ୍କୁ ଚାରୋଟି ଶ୍ରେଣୀରେ ଚୁକ୍ତିନାମା ଦିଆଯାଇଛି । ଛଅ ଜଣ ଖେଳାଳିଙ୍କୁ ଏକ ବର୍ଗ ଚୁକ୍ତିନାମା ମିଳିଛି ଯାହାର ବାର୍ଷିକ ଦରମା ୭୦,୦୦୦ ରୁ ଏକ ଲକ୍ଷ ଟଙ୍କା ମଧ୍ୟରେ ହେବ । ଜାତୀୟ ଚୁକ୍ତି ସ୍ୱାକ୍ଷର ନକରି ଶ୍ରୀଲଙ୍କା ଦଳ ଇଂଲଣ୍ଡ ଗସ୍ତରେ ଯାଇଥିଲେ ।

ଅଧିକ ପଢ଼ନ୍ତୁ: ମମତାଙ୍କୁ ବଡ ଝଟକା, ଏହି ମାମଲାରେ କୋଲକାତା HC ଲଗାଇଲେ ୫ ଲକ୍ଷ ଟଙ୍କାର ଜୋରିମାନା

ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ କହିଛି ଯେ ୩୦ ଜଣ କ୍ରିକେଟ୍ ଖେଳାଳିଙ୍କ ମଧ୍ୟରୁ ୨୯ ଜଣ ନୂତନ ଚୁକ୍ତିନାମା କରିଛନ୍ତି । ଏହି ଖେଳାଳିଙ୍କୁ ଭାରତ ବିପକ୍ଷ ସିରିଜରେ ଚୟନ କରାଯିବ ।

ଭାରତ-ଶ୍ରୀଲଙ୍କା ସିରିଜ୍ କାର୍ଯ୍ୟସୂଚୀ
ODI ସିରିଜର ପ୍ରଥମ ମ୍ୟାଚ୍ ଜୁଲାଇ ୧୩ ରେ ଖେଳାଯିବ । ଦ୍ୱିତୀୟ ODI ଜୁଲାଇ ୧୬ ରେ ଅନୁଷ୍ଠିତ ହେବ, ତୃତୀୟ ମ୍ୟାଚ୍ ଜୁଲାଇ ୧୮ ରେ ଖେଳାଯିବ । ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଟି -୨୦ ସିରିଜ୍ ୨୧ ଜୁଲାଇରୁ ଆରମ୍ଭ ହେବ । ଦ୍ୱିତୀୟ ଟି -୨୦ ମ୍ୟାଚ୍ ୨୩ ଜୁଲାଇରେ ଓ ତୃତୀୟ ଟି -୨୦ ମ୍ୟାଚ୍ ୨୫ ଜୁଲାଇରେ ଖେଳାଯିବ । ଏହି ଟୁର୍ ର ସମସ୍ତ ୬ ଟି ମ୍ୟାଚ୍ କଲମ୍ବୋର ପ୍ରେମାଦାସା ଷ୍ଟାଡିୟମରେ ଖେଳାଯିବ ।