କାବୁଲ: ଆତ୍ମଘାତୀ ବିସ୍ଫୋରଣକାରୀଙ୍କ ଏକ ବିପଜ୍ଜନକ ବାଟାଲିୟନ ଗଠନ କରିଛି ଆଫଗାନିସ୍ତାନରେ ସରକାର ଗଠନ କରିଥିବା ତାଲିବାନ। ଏହି ବାଟାଲିୟନ ତାଜିକିସ୍ତାନ-ଚୀନ ସୀମାରେ ମୁତୟନ ହେବ। ଏହି ଆକ୍ରମଣକାରୀଙ୍କୁ ଦେଶର  ବାଦଖାଶନ ପ୍ରଦେଶ ଠାରେ ସ୍ୱତନ୍ତ୍ର ଭାବେ ନିୟୋଜିତ କରାଯିବ। ଦେଶର ଉତ୍ତର-ପୂର୍ବ ଅଞ୍ଚଳରେ ଏହି ବାଟାଲିୟନ ଗଠନ କରାଯାଇଥିବା ନେଇ ଜଣାଇଛନ୍ତି ବାଦଖଶାନ ପ୍ରଦେଶ ଡେପୁଟି ଗଭର୍ଣ୍ଣର ମୁଲ୍ଲା ନିସାର ଅହମ୍ମଦ ଅହମଦୀ।


COMMERCIAL BREAK
SCROLL TO CONTINUE READING

ଇରାନୀ ନ୍ୟୁଜ ଏଜେନ୍ସି  ଖମ୍ମା ପ୍ରେସ ଅନୁସାରେ ବାଦଖଶାନ ପ୍ରଦେଶ ଡେପୁଟି ଗଭର୍ଣ୍ଣରଙ୍କ କହିବା ଅନୁସାରେ ଏହି ବାଟାଲିୟନ ନାଁ ଲଶ୍କର-ଏ-ମଂସୁରୀ ରହିଛି। ଯାହାକୁ ତାଜିକିସ୍ତାନ-ଚୀନ ସୀମାରେ ମୁତୟନ କରାଯିବ। ଆତ୍ମଘାତୀ ବିସ୍ଫୋରଣକାରୀ ବାଟାଲିୟନ ପୂର୍ବ ଆଫଗାନିସ୍ତାନ ସରକାରଙ୍କ ସୁରକ୍ଷା ବାହିନୀ ବିରୋଧରେ ଆତ୍ମଘାତୀ ଆକ୍ରମଣ କରିବ। ଯଦି ଏହି ବାଟାଲିୟନ ପାଇଁ ହୋଇନଥାନ୍ତା ତାହେଲେ ଆମେରିକାର ପରାଜୟ ସମ୍ଭବ ହୋଇନଥାନ୍ତା।ଏହି ଆତ୍ମଘାତୀ ଆକ୍ରମଣକାରୀ ବିସ୍ଫୋରକ ଭର୍ତ୍ତି ଜ୍ୟାକେଟ ପିନ୍ଧିବେ ଏବଂ ବିନା ଭୟରେ ସେମାନଙ୍କ ଲକ୍ଷ୍ୟକୁ ନଷ୍ଟ କରିଦେବେ।


Also Read: ଶାନ୍ତି ପ୍ରତିଷ୍ଠା ପାଇଁ ତାଲିବାନ ସହ ଆଲୋଚନା କରୁ ବିଶ୍ୱ ସମୁଦାୟ: ମହମୁଦ କ୍ୟୁରେସୀ


ତାଲିବାନ, ଲଶ୍କର-ଏ-ମଂସୁରୀ କୁ ଛାଡି ବଦ୍ରୀ ୩୧୩ ନାମକ ଏକ ବାଟାଲିୟନ ଗଠନ କରିଛି। ଯେଉଁଥିରେ ଏଭଳି ଆତ୍ମଘାତୀ ବିସ୍ଫୋରଣକାରୀଙ୍କୁ ସାମିଲ କରାଯାଇଛି। ବଦ୍ରୀ ୩୧୩ ବାଟାଲିୟନ କାବୁଲ ବିମାନ ବନ୍ଦର ସୁରକ୍ଷା ଦାୟିତ୍ୱରେ ରହିଛି। ସେମାନଙ୍କ ପାଖରେ ଏପରି ଅସ୍ତ୍ରଶସ୍ତ୍ର ରହିଛି ଯାହା କୌଣସି ସୈନ୍ୟ ଦଳ ପାଖରେ ରହିଥାଏ। ତାଲିବାନ ଗୋଷ୍ଠୀର ଏହି କମାଣ୍ଡୋ ପ୍ରଶିକ୍ଷିତ ଏବଂ ସେମାନେ ଆମେରିକା ନିର୍ମିତ ଅସ୍ତ୍ରଶସ୍ତ୍ର M-4 ରାଇଫଲ, ବଡ଼ି ଆର୍ମର, Night Vision Device, ବୁଲେଟପ୍ରୁଫ୍ ଜ୍ୟାକେଟ୍, ହତିଆର ସଂଯୁକ୍ତ Humvee Vehicle ବ୍ୟବହାର କରିଥାନ୍ତି। 


Also Read: ବିଦ୍ରୋହ-ଅସ୍ଥିରତା ମଧ୍ୟରେ ସରକାର ଗଠନ କଲା ତାଲିବାନ; କାହାକୁ ମିଳିଲା କେଉଁ ଦାୟିତ୍ୱ?


ବଦ୍ରୀ ୩୧୩ କମାଣ୍ଡୋ M-4 ରାଇଫଲ ବ୍ୟବହାର କରୁଥିବା ବେଳେ ଅନ୍ୟ ତାଲିବାନୀ AK-47 ରାଇଫଲ ବ୍ୟବହାର କରୁଥିବାର ନଜର ଆସିଥାନ୍ତି। ତାଲିବାନୀ ପଗଡି ପିନ୍ଧି ଲଢୁଥିବାବେଳେ ବଦ୍ରୀ କମାଣ୍ଡୋ ହେଲମେଟ ଏବଂ କଳା ଚଷମା ପିନ୍ଧିଥିବାର ନଜର ଆସିଥାନ୍ତି। ଏହି କମାଣ୍ଡୋ ସାଲୱାର କାମିଜଙ୍କ ସ୍ଥାନରେ ୟୁନିଫର୍ମ ଏବଂ ଯୁଦ୍ଧରେ ବ୍ୟବହୃତ ଜୋତା ପିନ୍ଧିଥାନ୍ତି। ସେମାନଙ୍କୁ ଦେଖି କେହି ଏହା ଅନୁମାନ କରିବାରେ ସକ୍ଷମ ହେବେ ନାହିଁ ଯେ ସେମାନେ ତାଲିବାନୀ କିମ୍ବା କୌଣସି ଦେଶର ସେନା କମାଣ୍ଡୋ। ବର୍ତ୍ତମାନ ଏହି ତାଲିବାନୀ କାବୁଲ ରାସ୍ତାରେ ପାଟ୍ରୋଲିଂ କରୁଛନ୍ତି। ଆଫଗାନିସ୍ତାନ ଗଣମାଧ୍ୟମ ଅନୁଯାୟୀ, ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ବଦ୍ରୀ କମାଣ୍ଡୋ ନିୟୋଜିତ ହୋଇଛନ୍ତି।