ଶାନ୍ତି ପ୍ରତିଷ୍ଠା ପାଇଁ ତାଲିବାନ ସହ ଆଲୋଚନା କରୁ ବିଶ୍ୱ ସମୁଦାୟ: ମହମୁଦ କ୍ୟୁରେସୀ
Advertisement
Article Detail0/zeeodisha/odisha979616

ଶାନ୍ତି ପ୍ରତିଷ୍ଠା ପାଇଁ ତାଲିବାନ ସହ ଆଲୋଚନା କରୁ ବିଶ୍ୱ ସମୁଦାୟ: ମହମୁଦ କ୍ୟୁରେସୀ

ଆନ୍ତର୍ଜାତୀୟ ସ୍ତରରେ ଶାନ୍ତି ପ୍ରତିଷ୍ଠା କରିବା କ୍ଷେତ୍ରରେ ବିଶ୍ୱ ସମୁଦାୟ ଉଦ୍ଦେଶ୍ୟରେ ଏକ ଅଜବ ଧରଣର ବୟାନ ଦେଇଛନ୍ତି ପାକିସ୍ତାନୀ ବୈଦେଶିକ ମନ୍ତ୍ରୀ

ଶାନ୍ତି ପ୍ରତିଷ୍ଠା ପାଇଁ ତାଲିବାନ ସହ ଆଲୋଚନା କରୁ ବିଶ୍ୱ ସମୁଦାୟ: ମହମୁଦ କ୍ୟୁରେସୀ

ଇସାଲାମାବାଦ: ପୁଣି ଥରେ ଆତଙ୍କବାଦ ସମର୍ଥନରେ ବିଶ୍ୱ ସମୁଦାୟରେ ଓକିଲାତି କରିବାକୁ ପଛାଇନାହିଁ ଆତଙ୍କବାଦୀଙ୍କ ପୃଷ୍ଠପୋଷକ ଭାବେ ଜଣାଶୁଣା ପାକିସ୍ତାନ। ଆଫଗାନସ୍ତାନରେ ଗଠିତ ହେବାକୁ ଯାଉଥିବା ତାଲିବାନ ସରକାରକୁ ମାନ୍ୟତା ଦେବା ସହ ଏହାର ସମର୍ଥନରେ ବୟାନ ବୟାନବାଜି କରିବାକୁ ପଛେଇନାହିଁ  ସାରା ବିଶ୍ୱରେ ଆତଙ୍କୀସ୍ତାନ ଭାବେ ଜଣାଶୁଣା ପାକିସ୍ତାନ।

ଆନ୍ତର୍ଜାତୀୟ ସ୍ତରରେ ଶାନ୍ତି ପ୍ରତିଷ୍ଠା କରିବା କ୍ଷେତ୍ରରେ ବିଶ୍ୱ ସମୁଦାୟ ଉଦ୍ଦେଶ୍ୟରେ ଏକ ଅଜବ ଧରଣର ବୟାନ ଦେଇଛନ୍ତି ପାକିସ୍ତାନୀ ବୈଦେଶିକ ମନ୍ତ୍ରୀ ଶାହା ମହମୁଦ କ୍ୟୁରେସୀ। ଏନେଇ ସେ କହିଛନ୍ତି ଶାନ୍ତି ପ୍ରତିଷ୍ଠା ପାଇଁ ଆଫଗାନିସ୍ତାନରେ ଗଠନ ହେବାକୁ ଯାଉଥିବା ତାଲିବାନ ସରକାରକୁ ସ୍ୱୀକୃତି ପ୍ରଦାନ କରୁ ବିଶ୍ୱ।   

Also Read: ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବଙ୍କୁ ଥାପଡ ମାରି ଚର୍ଚ୍ଚାରେ ପାକିସ୍ତାନୀ ବୈଦେଶିକ ମନ୍ତ୍ରୀ

ଏହା ସହିତ ପାକିସ୍ତାନୀ ବୈଦେଶିକ ମନ୍ତ୍ରୀ ଆଫଗାନିସ୍ତାନ ଦଖଲ କରିବା ପରେ ସଙ୍ଗଠନ ପକ୍ଷରୁ ଜାରି କରାଯାଇଥିବା ବୟାନରୁ ତାଲିବାନ ସଙ୍ଗଠନର ଆଭିମୁଖ୍ୟ ବାବଦରେ ଜଣାସାରିଛି ବିଶ୍ୱ ସମୁଦାୟ। ଆମେରିକା ସେନା ଆଫଗାନ ଛାଡିବା ପରେ ସେଠାରେ ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ କରିବା ପାଇଁ ଦୁଇଟି ବିକଳ୍ପ ରହିଛି। ତାହା ହେଉଛି ଆଫଗାନ ସଂକଟ ଉପରୁ ବିଶ୍ୱ ସମୁଦାୟ ନଜର ହଟାଇ ନେଉ କିମ୍ବା ସେଠାରେ ଗଠିତ ହେବାକୁ ଯାଉଥିବା ତାଲିବାନ ସରକାରକୁ ଆନ୍ତର୍ଜାତୀୟ ସ୍ତରରେ ମାନ୍ୟତା ପ୍ରଦାନ କରାଯାଉ।  

ଯଦି ଆଫଗାନସ୍ତାନରେ ତାଲିବାନ ସରକାର ଗଠନ କରେ ତାହେଲେ ସେଠାରେ ସ୍ଥିରତା ରକ୍ଷା କରାଯାଇ ପାରିବ ବୋଲି କହିଛନ୍ତି ପାକିସ୍ତାନ ବୈଦେଶିକ ମନ୍ତ୍ରୀ। ଯଦି ଆଫଗାନ ସଂକଟ ଉପରୁ ବିଶ୍ୱ ସମୁଦାୟ ନଜର ହଟାଇନିଏ ତାହେଲେ ସେଠାରେ ଅରାଜକତା ବ୍ୟାପିଯିବା ସହ ଗୃହଯୁଦ୍ଧ ଭଳି ସ୍ଥିତି ଉପୁଜିବ। ଯାହାର ପ୍ରଭାବ ସାରା ବିଶ୍ୱରେ ଅନୁଭୂତ ହେବ ଏବଂ ଏହା ଦ୍ୱାରା ବ୍ୟାପକ କ୍ଷୟକ୍ଷତି ସହିବାକୁ ପଡିବ। 

Also Read: କମ୍ପିଉଠିଲାଣି ପାକିସ୍ତାନ, ମନ୍ତ୍ରୀ କହିଲେ 'ଭାରତ ପୁଣି କରିବ ସର୍ଜିକାଲ ଷ୍ଟ୍ରାଇକ'

୧୯୯୦ ଦଶକ ପରେ ଆଫଗାନିସ୍ତାନରେ କ୍ଷମତାସୀନ ହୋଇଥିମବା ତାଲିବାନ ସରକାରକୁ ଆନ୍ତର୍ଜାତୀୟ ସ୍ତରରେ ମାନ୍ୟତା ମିଳିନଥିଲା। ହେଲେ ଏହା ଦ୍ୱାରା ହୋଇଥିବା ଭୁଲକୁ ବିଶ୍ୱ ସମୁଦାୟ ପୁନର୍ବାର ନଦୋହରାଉ। କାରଣ ଏହା ଦ୍ୱାର ସୃଷ୍ଟି ହେବାକୁ ଯାଉଥିବା ସଂକଟ କାରଣରୁ ସାରା ବିଶ୍ୱ କ୍ଷତିଗ୍ରସ୍ତ ହେବ।