ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ ଓ ଭାରତ ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ କ୍ୟାପଟେନ କେନ୍ ୱିଲିୟମସନ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଫଳସ୍ୱରୂପ, ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଟିମ୍ ଇଣ୍ଡିଆର ଓପନର୍ ଶୁଭମନ ଗିଲ (Shubman Gill) ଓ ରୋହିତ ଶର୍ମାଙ୍କ (Rohit Sharma) ଏକ ଭଲ ଆରମ୍ଭ କରିଥିଲେ । କିନ୍ତୁ ପରେ କିୱି ବୋଲରମାନେ ପ୍ରତ୍ୟାବର୍ତ୍ତନ କରି ପ୍ରଥମ ସେସନରେ ରୋହିତ ଶର୍ମା ଓ ଗିଲଙ୍କୁ ଆଉଟ କରି ଦେଇଥିଲେ । କିନ୍ତୁ ଇତି ମଧ୍ୟରେ କ୍ରିକେଟ ଭେଟେରାନ ଗାଭାସ୍କର ଗିଲଙ୍କ ବିଷୟରେ ଏକ ବଡ ବୟାନ ଦେଇଛନ୍ତି । ଦଳ ତରଫରୁ ଶୁଭମନ ଗିଲ ଓ ରୋହିତ ଶର୍ମା ପ୍ରଥମ ୱିକେଟରେ ୬୨ ରନର ଭାଗିଦାରି କରିଥିଲେ । 


COMMERCIAL BREAK
SCROLL TO CONTINUE READING

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ମ୍ୟାଚରେ ଓପନର ଭାବରେ ଭାରତର ଯୁବ ଓପନର୍ ଶୁଭମନ ଗିଲ ପଡିଆକୁ ଓହ୍ଲାଇଥିଲେ । ତେବେ ପ୍ରଥମ ଇନିଂସରେ ୬୪ ବଲରେ ୨୮ ରନ୍ ସ୍କୋର କରିବା ପରେ ଗିଲ ନିଲ ୱାଗନରଙ୍କ ବଳରେ ଶିକାର ହୋଇଥିଲେ । ଏହି ସମୟରେ ଇଂଲଣ୍ଡରେ ଥିବା ଭାରତର ପୂର୍ବତନ ଓପନର୍ ସୁନୀଲ ଗାଭାସ୍କର (Sunil Gavaskar) ଗିଲଙ୍କ ବିଷୟରେ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି । ଗାଭାସ୍କର କହିଛନ୍ତି,


"ତାଙ୍କ ପାଖରେ ଜଣେ ମହାନ ଖେଳାଳି ହେବାର ସଦ୍ଭାବ ରହିଛି ।"


ଅଧିକ ପଢ଼ନ୍ତୁ: କୋରୋନାରୁ ସୁସ୍ଥ ହେବା ପରେ ଭ୍ୟାକ୍ସିନ ଲଗାଇଲେ ପଡ଼ି଼ଥାଏ ଏହି ପ୍ରଭାବ


ପ୍ରଥମ ଶତକ ପାଇଁ ହକଦାର
ସୁନୀଲ ଗାଭାସ୍କର ବିଶ୍ୱାସ କରନ୍ତି ଯେ ଶୁଭମନ୍ ଗିଲ୍ ବ୍ୟାଟ୍ ସହିତ ପ୍ରଥମ ଶତକ ମରିବାର ହକଦାର କାରଣ ଯଦି ସେ ପ୍ରଥମ ଶତକ କରନ୍ତି, ତେବେ ସେ ଆଗକୁ ବହୁତ କିଛି କରି ପାରନ୍ତି । ଗାଭାସ୍କର ପ୍ରଥମ ଶତକକୁ ନେଇ କହିଛନ୍ତି,


“ପ୍ରଥମ ଶତକ ସର୍ବଦା କଠିନ ଅଟେ କାରଣ ଅର୍ଦ୍ଧ ଶତକ ହାସଲ କରିବାପରେ ତିନୋଟି ସଂଖ୍ୟାରେ ପହଞ୍ଚିବା ପର୍ଯ୍ୟନ୍ତ ଯାତ୍ରା ଏତେ ସହଜ ନୁହେଁ । ବ୍ୟାଟ୍ସମ୍ୟାନ୍ମାନେ ପ୍ରାୟ ୭୦ ରୁ 80 ରନ୍ କରି ସ୍ଥିର ଅନୁଭବ କରନ୍ତି ଏବଂ ବୋଲରମାନଙ୍କୁ ଧୀର ଖେଳିବା ଆରମ୍ଭ କରନ୍ତି ଓ ଏଥିରେ ନିଜ ୱିକେଟ୍ ହରାଇ ଦେଇଥାନ୍ତି । ତାଙ୍କୁ କେବଳ ନିଜର ପ୍ରଥମ ଶତକ ମରିବାର ଆବଶ୍ୟକତା ରହିଛି ଓ ଏହା ପରେ ବହୁତ କିଛି କରିପାରିବେ ।"


ଅଧିକ ପଢ଼ନ୍ତୁ: Father's Day 2021: ଏହି ଫିଲ୍ମ ମାଧ୍ୟମରେ ନିଜ ପିତାଙ୍କୁ କୁହନ୍ତୁ ଆପଣଙ୍କ ଜୀବନରେ ତାଙ୍କର ମହତ୍ତ୍ୱ


ସୁନୀଲ ଗାଭାସ୍କର ପୂର୍ବାନୁମାନ କରିଛି ଯେ ଗିଲ ଭାରତ ପାଇଁ ଅନେକ ଶତକ ହାସଲ କରିବେ । ଚଳିତ ବର୍ଷ ପ୍ରାରମ୍ଭରେ ବ୍ରିସବେନ୍ରେ ଅଷ୍ଟ୍ରେଲିଆ ବିପକ୍ଷରେ ଗିଲ୍ ତାଙ୍କର ଛୋଟ ଟେଷ୍ଟ କ୍ୟାରିୟରରେ ତିନୋଟି ଅର୍ଦ୍ଧଶତକ ସ୍କୋର କରିଥିଲେ ଓ ଗାଭାସ୍କର କହିଛନ୍ତି ଯେ ଏହି ଯୁବ କ୍ରିକେଟରକୁ ନିଜର ପ୍ରଥମ ଟେଷ୍ଟ ଶତକ ହାସଲ କରିବାର ବାଧା ଦୂର କରିବାକୁ ପଡିବ ।