କୋରୋନାରୁ ସୁସ୍ଥ ହେବା ପରେ ଭ୍ୟାକ୍ସିନ ଲଗାଇଲେ ପଡ଼ି଼ଥାଏ ଏହି ପ୍ରଭାବ
Advertisement

କୋରୋନାରୁ ସୁସ୍ଥ ହେବା ପରେ ଭ୍ୟାକ୍ସିନ ଲଗାଇଲେ ପଡ଼ି଼ଥାଏ ଏହି ପ୍ରଭାବ

କରୋନା ସଂକ୍ରମଣରୁ ସୁସ୍ଥ ହେବା ପରେ ଟିକା ନେବା ଅଧିକ ଲାଭଦାୟକ ହୋଇପାରେ । ଏହାକୁ ନେଇ ବର୍ତ୍ତମାନ ଭାରତରେ ଗବେଷଣା ଚାଲିଛି, କିନ୍ତୁ ଅନୁମାନ କରାଯାଏ ଯେ କୋରୋନାରୁ ଉତ୍ପାଦିତ ଆଣ୍ଟିବାଡି ଓ ଟିକାରୁ ତିଆରି ଆଣ୍ଟିବାଡିଗୁଡିକ ଡେଲଟା ୱେରିଏଣ୍ଟର ପ୍ରଭାବକୁ ହ୍ରାସ କରିଦିଏ । 

 

ପ୍ରତୀକାତ୍ମକ ଛବି

ନୂଆଦିଲ୍ଲୀ: ଦେଶରେ କୋରୋନା ସହିତ ମୁକାବିଲା କରିବା ପାଇଁ କରୋନା ଭାଇରସ୍ ଟିକାକରଣ (Coronavirus Vaccination) ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ୧୮ ବର୍ଷରୁ ଅଧିକ ବୟସ୍କ ସମସ୍ତ ଲୋକଙ୍କୁ ସାରା ଦେଶରେ ଟିକା (Vaccine) ଦିଆଯାଉଛି, ତଥାପି ଟିକା ଲଗାଇବାକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି । କୋରୋନାରୁ (Coronaviru) ସୁସ୍ଥ ହୋଇଥିବା ଲୋକଙ୍କୁ ମଧ୍ୟ କିଛି ବ୍ୟବଧାନ ପରେ ଟିକା ନେବାକୁ ପରାମର୍ଶ ଦିଆଯାଇଛି ।

ଏପରି ପରିସ୍ଥିତିରେ ଯଦି କୋରୋନା ସଂକ୍ରମିତ ହୋଇ ତୁରନ୍ତ ଟିକା ଲଗାଉଛନ୍ତି ତେବେ ଏହାର ପ୍ରଭାବ ବିଷୟରେ ଲୋକଙ୍କ ମନରେ ଅନେକ ଚିନ୍ତା ରହିଛି । ଯଦିଓ ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ କୋରୋନା ଭଲ ହେବା ପରେ ତୁରନ୍ତ ଟିକା ନେଲେ ଏହାର ପ୍ରଭାବ ଶରୀର ଉପରେ ପକାଇବ, କିନ୍ତୁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ, କାରଣ ଏହା ଅନେକ ସକାରାତ୍ମକ ପ୍ରଭାବ ଦେଖାଉଛି ।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ସାଇନ୍ସରେ (AIIMS) କୋଭିଡ ଟାସ୍କ ଫୋର୍ସ (Covid Task Force) ଅପରେସନ୍ ଗ୍ରୁପ୍‌ର ମୁଖ୍ୟ ଡକ୍ଟର ଏନ.କେ ଆରୋରା କହିଛନ୍ତି ଯେ ରକଫେଲର ବିଶ୍ୱବିଦ୍ୟାଳୟର ଏକ ଗବେଷଣାରୁ ଜଣାପଡିଛି ଯେ କୋରୋନାରୁ ସୁସ୍ଥ ଥିବା ବ୍ୟକ୍ତିଙ୍କ ଶରୀରରେ ଆଣ୍ଟିବଡି ପର୍ଯ୍ୟାପ୍ତ ପରିମାଣରେ ତିଆରି କରାଯାଇଥାଏ । ଯାହା ଅନୁଯାୟୀ ତାଙ୍କର ରୋଗ ପ୍ରତିରୋଧକ ଶକ୍ତି ବହୁତ ଶକ୍ତିଶାଳୀ ରହିଥାଏ । ଆଣ୍ଟିବଡି ମଧ୍ୟ ଶରୀରରେ ପ୍ରାୟ ଏକ ବର୍ଷ ରହିଥାଏ, କିନ୍ତୁ ଯଦି ଏହା ସହ ଟିକା ମଧ୍ୟ ନିଆଯାଏ ତେବେ ଏହା ଲାଭଦାୟକ ହୋଇପାରେ ।

ଅଧିକ ପଢ଼ନ୍ତୁ: କେନ୍ଦ୍ର ସରକାର ଦେଉଛନ୍ତି ଲକ୍ଷପତି ହେବାର ସୁଯୋଗ, ୩୦ ଜୁନ୍ ପୂର୍ବରୁ କରନ୍ତୁ ଏହି କାମ

କୋରୋନାରୁ ନିର୍ମିତ ଆଣ୍ଟିବଡି ସହିତ ଯଦି ଟିକା ମଧ୍ୟ ନିଆଯାଏ, ତେବେ ଏହା ଆଣ୍ଟିବଡିର କ୍ଷମତାକୁ ଆହୁରି ବଢ଼ାଇଥାଏ । ଯାହା କରୋନା ବିରୁଦ୍ଧରେ ଏକ ଦୃଢ ପ୍ରତିରକ୍ଷା ପ୍ରଣାଳୀ ଭାବେ କାମ କରିଥାଏ । ଯେଉଁଥିପାଇଁ କୋରୋନାର ଯେକୌଣସି ୱେରିଏଣ୍ଟ ଶରୀର ଉପରେ ପ୍ରଭାବ ପକାଇବା କଷ୍ଟକର ହୋଇଯାଏ ।

ଅଧିକ ପଢ଼ନ୍ତୁ: କେବେ ଆସିବ କୋରୋନାର ତୃତୀୟ ଲହର; ପିଲାମାନଙ୍କ ଉପରେ ଏହାର କ’ଣ ରହିବ ପ୍ରଭାବ, ଜାଣନ୍ତୁ ସବୁକିଛି

ଡେଲଟା ସମେତ ଅନ୍ୟାନ୍ୟ ୱେରିଏଣ୍ଟ ଉପରେ ମଧ୍ୟ ଏହା ପ୍ରଭାବଶାଳୀ
ଡକ୍ଟର ଆରୋରା କହିଛନ୍ତି ଯେ କୋରୋନା ସଂକ୍ରମଣରୁ ସୁସ୍ଥ ହେବା ପରେ ଟିକା ପାଇବା ଅଧିକ ଲାଭଦାୟକ ହୋଇପାରେ । ବର୍ତ୍ତମାନ ଭାରତରେ ଗବେଷଣା ଚାଲିଛି, କିନ୍ତୁ ଅନୁମାନ କରାଯାଏ ଯେ କୋରୋନାରୁ ଉତ୍ପାଦିତ ଆଣ୍ଟିବାଡି ଓ ପରେ ଟିକାରୁ ତିଆରି ଆଣ୍ଟିବାଡିଗୁଡିକ ଡେଲଟା ସହିତ ଶରୀର ଉପରେ ଥିବା ଅନ୍ୟ ସମସ୍ତ ବିପଦପୂର୍ଣ୍ଣ ୱେରିଏଣ୍ଟର ପ୍ରଭାବକୁ ହ୍ରାସ କରିବାରେ ସହାୟକ ହୋଇଥାଏ । ଏହା ମଧ୍ୟ ସଂପୂର୍ଣ୍ଣ ସମ୍ଭବ ଯେ ରୋଗୀ ଉପରେ କୌଣସି ପ୍ରକାରର ବିପଦ ଗୁରୁତର ନୁହେଁ ।