ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ନେଇ ଆସିଲା ବଡ଼ ଅପଡେଟ୍
Advertisement

ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ନେଇ ଆସିଲା ବଡ଼ ଅପଡେଟ୍

ସୁପ୍ରିମକୋର୍ଟ ବୁଧବାର ଶୁଣାଣିରେ ଅଫଲାଇନ୍ ପରୀକ୍ଷାକୁ ବାତିଲ କରିବା ଆବେଦନକୁ ଖାରଜ କରିଦେଇଛନ୍ତି। କର୍ତ୍ତୃପକ୍ଷ ଅଫଲାଇନ ପରୀକ୍ଷା ଜାରି ରଖିବା ଉଚିତ। ଏହି ମାମଲାରେ ହସ୍ତକ୍ଷେପ ହେବ ନାହିଁ ବୋଲି କୋର୍ଟ କହିଛନ୍ତି।

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଦଶମ ଏବଂ ଦ୍ୱାଦଶ ବୋର୍ଡର ଅଫଲାଇନ୍ ପରୀକ୍ଷା ସମ୍ବନ୍ଧରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି। ଦଶମ-ଦ୍ୱାଦଶ ବୋର୍ଡ ପରୀକ୍ଷା ଅନଲାଇନରେ କରିବାକୁ କୋର୍ଟ ମନା କରି ଦେଇଛନ୍ତି। ସୁପ୍ରିମକୋର୍ଟ ବୁଧବାର ଶୁଣାଣିରେ ଅଫଲାଇନ୍ ପରୀକ୍ଷାକୁ ବାତିଲ କରିବା ଆବେଦନକୁ ଖାରଜ କରିଦେଇଛନ୍ତି। କର୍ତ୍ତୃପକ୍ଷ ଅଫଲାଇନ ପରୀକ୍ଷା ଜାରି ରଖିବା ଉଚିତ। ଏହି ମାମଲାରେ ହସ୍ତକ୍ଷେପ ହେବ ନାହିଁ ବୋଲି କୋର୍ଟ କହିଛନ୍ତି।

ସୁପ୍ରିମକୋର୍ଟରେ ଶୁଣାଣି ସମୟରେ ବେଞ୍ଚ ଆବେଦନକାରୀଙ୍କୁ ତାଗିଦ କରି କହିଛନ୍ତି ଯେ, ଏହିପରି ନିବେଦନ ଶୁଣିବା ଦ୍ୱାରା ସିଷ୍ଟମରେ ଅଧିକ ଦ୍ୱନ୍ଦ୍ୱ ସୃଷ୍ଟି ହୁଏ। ଗତ ଥର ହୋଇଥିବା ରାୟ ଆଦର୍ଶ ହୋଇପାରିବ ନାହିଁ। ଏହିପରି ନିବେଦନ ଛାତ୍ରମାନଙ୍କୁ ମିଥ୍ୟା ଆଶା ଏବଂ ଦ୍ୱନ୍ଦ୍ୱ ଦେଇଥାଏ, ସେମାନେ ଏହିପରି ନିବେଦନ ଦ୍ୱାରା ବିଭ୍ରାନ୍ତ ହେବେ। ଆପଣଙ୍କର ଆବେଦନକୁ ବିଚାର କରିବା ଅଧିକ ଦ୍ୱନ୍ଦ୍ୱ ସୃଷ୍ଟି କରିବା ପାଇଁ ଉଦ୍ଦିଷ୍ଟ ବୋଲି କୋର୍ଟ କହିଛନ୍ତି।

Also Read: କିଏ ହେବେ Salman Khanଙ୍କ ଏତିକି କୋଟି ସମ୍ପତ୍ତିର ଉତ୍ତରାଧିକାରୀ?

ଜଷ୍ଟିସ୍ ଏମ୍ ଖାନୱିଲକର, ଜଷ୍ଟିସ୍ ଦୀନେଶ ମହେଶ୍ୱରୀ ଏବଂ ଜଷ୍ଟିସ୍ ସିଟି ରବିକୁମାରଙ୍କ ବେଞ୍ଚ କହିଛନ୍ତି ଯେ, ଏହା ଏକ ଅକାଳ ଆବେଦନ। ଅଧିକାରୀମାନେ ତାରିଖ ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ଚୂଡ଼ାନ୍ତ କରିବା ପାଇଁ କାର୍ଯ୍ୟ କରିସାରିଛନ୍ତି। ଯଦି ସେଗୁଡିକ ଚୂଡାନ୍ତ କରିବା ପରେ ଯଦି କୌଣସି ଅସୁବିଧା ଥାଏ ତେବେ ଅସନ୍ତୁଷ୍ଟ ପାର୍ଟି କର୍ତ୍ତୃପକ୍ଷଙ୍କ ନିକଟକୁ ଯାଇପାରନ୍ତି। ଏହା PILର ଏକ ଦାୟିତ୍ୱହୀନ ଅପବ୍ୟବହାର ବୋଲି କହିବା ସହ କୋର୍ଟ କ୍ଷଭୋ ପ୍ରକାଶ କରିଛନ୍ତି।

ଆଇନଜୀବୀ ତଥା ଶିଶୁ ଅଧିକାର କର୍ମୀ ଅନୁଭା ସାହା ଶ୍ରୀବାସ୍ତବ ଅଫଲାଇନ୍ ପରୀକ୍ଷା ପରିବର୍ତ୍ତେ ବିକଳ୍ପ ମୂଲ୍ୟାଙ୍କନ ପଦ୍ଧତି ଦାବି କରି ଏକ ଆବେଦନ କରିଥିଲେ। ଏହି ଆବେଦନରେ ସମସ୍ତ ରାଜ୍ୟ ବୋର୍ଡ, ସିବିଏସ୍ଇ ଏବଂ ଆଇସିଏସ୍ଇର ଦଶମ ଏବଂ ଦ୍ୱାଦଶ ବୋର୍ଡର ଅଫଲାଇନ୍ ପରୀକ୍ଷାକୁ ବାତିଲ କରିବାକୁ ଦାବି କରାଯାଇଥିଲା। ଫଳାଫଳକୁ ଠିକ ସମୟରେ ଘୋଷଣା କରିବା ଏବଂ ବିଭିନ୍ନ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇ ସଂସ୍କାର ପରୀକ୍ଷଣ ପାଇଁ ବିକଳ୍ପ ପ୍ରଦାନ କରିବାକୁ ସମସ୍ତ ବୋର୍ଡକୁ ଏକ ନିର୍ଦ୍ଦେଶନାମା ମଧ୍ୟ ମଗାଯାଇଛି।