Supreme Court: ଟିଭି ଆଙ୍କର ମାନଙ୍କୁ ସାବାଡ କଲେ ସୁପ୍ରିମକୋର୍ଟ, ହେଟ୍ ସ୍ପିଚ୍ ବିରୁଦ୍ଧରେ ହେବ କଡା ନିୟମ
Advertisement
Article Detail0/zeeodisha/odisha1361792

Supreme Court: ଟିଭି ଆଙ୍କର ମାନଙ୍କୁ ସାବାଡ କଲେ ସୁପ୍ରିମକୋର୍ଟ, ହେଟ୍ ସ୍ପିଚ୍ ବିରୁଦ୍ଧରେ ହେବ କଡା ନିୟମ

Supreme Court Statement On Hate Speech: ହେଟ୍ ସ୍ପିଚ୍ (ଘୃଣା ବିସ୍ତାର) ପାଇଁ କଠୋର ଆଭିମୁଖ୍ୟ ଗ୍ରହଣ କରି ସୁପ୍ରିମକୋର୍ଟ ଗଣମାଧ୍ୟମ ଉପରେ ପ୍ରଶ୍ନ ଉଠାଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, "ସବୁଠୁ ଅଧିକ ହେଟ୍ ସ୍ପିଚ୍ ଗଣମାଧ୍ୟମ ଏବଂ ସୋସିଆଲ ମିଡିଆରେ ଅଛି, ଆମ ଦେଶ କୁଆଡେ ଯାଉଛି?

Supreme Court: ଟିଭି ଆଙ୍କର ମାନଙ୍କୁ ସାବାଡ କଲେ ସୁପ୍ରିମକୋର୍ଟ, ହେଟ୍ ସ୍ପିଚ୍ ବିରୁଦ୍ଧରେ ହେବ କଡା ନିୟମ

Supreme Court Statement On Hate Speech: ହେଟ୍ ସ୍ପିଚ୍ (ଘୃଣା ବିସ୍ତାର) ପାଇଁ କଠୋର ଆଭିମୁଖ୍ୟ ଗ୍ରହଣ କରି ସୁପ୍ରିମକୋର୍ଟ (Supreme Court) ଗଣମାଧ୍ୟମ ଉପରେ ପ୍ରଶ୍ନ ଉଠାଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, "ସବୁଠୁ ଅଧିକ ହେଟ୍ ସ୍ପିଚ୍ (Hate Speech) ଗଣମାଧ୍ୟମ ଏବଂ ସୋସିଆଲ ମିଡିଆ (Media And Social Media)ରେ ଅଛି, ଆମ ଦେଶ କୁଆଡେ ଯାଉଛି? ଟିଭି ଆଙ୍କର ମାନଙ୍କର ଏକ ବଡ ଦାୟିତ୍ବ ଅଛି। ଟିଭି ଆଙ୍କର୍ ଅତିଥିଙ୍କୁ ମଧ୍ୟ ସମୟ ଦିଅନ୍ତି ନାହିଁ, ଏପରି ସ୍ଥିତିରେ କେନ୍ଦ୍ର କାହିଁକି ନିରବ? ଏକ ଶକ୍ତ ନିୟାମକ ଶାସନ ତନ୍ତ୍ର ସ୍ଥାପିତ ହେବା ଆବଶ୍ୟକ।" ଦୁଇ ସପ୍ତାହ ମଧ୍ୟରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ଠାରୁ ଜବାବ ମାଗିଛନ୍ତି। ନଭେମ୍ବର ୨୩ ତାରିଖରେ ଏହି ମାମଲା ଶୁଣାଣି ହେବ।

ହେଟ୍ ସ୍ପିଚ୍ ସମ୍ବନ୍ଧରେ ଦାଖଲ ହୋଇଥିବା ପିଟିସନର ଶୁଣାଣି ବେଳେ ଜଷ୍ଟିସ୍ କେ.ଏମ ଜୋସେଫ୍ ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, "ରାଜନୈତିକ ଦଳ ଏଥିରୁ ପୁଞ୍ଜି ତିଆରି କରନ୍ତି ଏବଂ ଟିଭି ଚ୍ୟାନେଲ (TV Channel) ଗୁଡିକ ଏକ ମଞ୍ଚ ଭାବରେ କାର୍ଯ୍ୟ କରୁଛନ୍ତି। ଅଧିକାଂଶ ହେଟ୍ ସ୍ପିଚ୍ ଟିଭି, ସୋସିଆଲ ମିଡିଆରେ ଘଟୁଛି। ଦୁର୍ଭାଗ୍ୟବଶତଃ ଆମ ପାଖେ ଟିଭି ସମ୍ବନ୍ଧରେ କୌଣସି ନିୟାମକ ପ୍ରଣାଳୀ ନାହିଁ। ଇଂଲଣ୍ଡର ଏକ ଟିଭି ଚ୍ୟାନେଲ ଉପରେ ବାହୁତ ଜୋରିମାନା ଲାଗିଥିଲା, ଦୁର୍ଭାଗ୍ୟବଶତଃ ସେହି ବ୍ୟବସ୍ଥା ଭାରତରେ ନାହିଁ। ଆଙ୍କର (Anchors) ମାନନଙ୍କୁ କୁହାଯିବା ଉଚିତ ଯେ, ଯଦି ଆପଣ ଭୁଲ୍ କରନ୍ତି ତେବେ ଏହାର ପରିଣାମ ଭୋଗିବାକୁ ପଡିବ। ଅସୁବିଧା ହେଉଛି ଯେତେବେଳେ ଉପୁଜେ ଯେବେଳେ ଆପଣ କୌଣସି ଇଭେଣ୍ଟ ସମୟରେ ଜଣେ ବ୍ୟକ୍ତିଙ୍କୁ ଟାର୍ଗେଟ କରିନ୍ତି। ଆପଣ ଯେତେବେଳେ ଟିଭି ଚାଲୁ କରନ୍ତି ସେତେବେଳେ ଏହା ହିଁ ସାମ୍ନାରେ ଦେଖାଯାଏ । ଆମେ ସମସ୍ତେ ଏଥିରେ ଯୋଡି ଯାଆନ୍ତି। ସମସ୍ତେ ଏହି ଗଣତନ୍ତ୍ରର ଅଟନ୍ତି। ରାଜନେତା ମାନେ ଏହାର ଫାଇଦା ନେଉଛନ୍ତି। ଗଣତନ୍ତ୍ରର ସ୍ତମ୍ଭକୁ ମୁକ୍ତ ବିବେଚନା କରାଯାଏ। ଟିଭି ଚ୍ୟାନେଲ ଗୁଡିକୁ ଏଥିରେ ଶିକାର ହେବା ଉଚିତ୍ ନୁହେଁ।"

ସୁପ୍ରିମ କୋର୍ଟ କହିଥିଲେ ଯେ, ଆପଣ ଅତିଥି ମାନଙ୍କୁ ଡାକନ୍ତି ଏବଂ ସେମାନଙ୍କୁ ସମାଲୋଚନା କରନ୍ତି। ଆମେ କୌଣସି ନିର୍ଦ୍ଦିଷ୍ଟ ଆଙ୍କର ବିରୁଦ୍ଧରେ ନୁହଁ କିନ୍ତୁ ଚାଲିଥିବା ସାଧାରଣ ଧାରା ବିରୁଦ୍ଧରେ କହୁଛୁ, ଏକ ବ୍ୟବସ୍ଥା ରହିବା ଉଚିତ୍। ପ୍ୟାନେଲ୍ ଆଲୋଚନା ଏବଂ ବିତର୍କ, ସାକ୍ଷାତକାର ଦେଖନ୍ତୁ। ଯଦି ଆଙ୍କରଙ୍କୁ ସମୟର ଏକ ବଡ଼ ଅଂଶ ନେବାକୁ ପଡିବ, ତେବେ କିଛି ପଦ୍ଧତି ନିର୍ଦ୍ଧାରିତ କରନ୍ତୁ। ପ୍ରଶ୍ନ ଗୁଡିକ ଲମ୍ବା ହୋଇଥାଏ, ଯେଉଁ ବ୍ୟକ୍ତି ଉତ୍ତର ଦେବାକୁ ଚାହେଁ ତାଙ୍କୁ ସମୟ ଦିଆଯାଏ ନାହିଁ। ଅତିଥି ଟିକିଏ ସମୟ ପା'ନ୍ତି କି ନାହିଁ। କେନ୍ଦ୍ର କାହିଁକି ଚୁପ୍ ଅଛି, କାହିଁକି ଆଗକୁ ଆସୁନାହିଁ? ରାଜ୍ୟ ଏକ ଅନୁଷ୍ଠାନ ଭାବରେ ବଞ୍ଚି ରହିବା ଜରୁରୀ। କେନ୍ଦ୍ର ଏଥିରେ ଆଗଭର ହେବା ଉଚିତ୍। ଏକ କଠୋର ନିୟାମକ ତନ୍ତ୍ର ପ୍ରତିଷ୍ଠା କରନ୍ତୁ।