ମୋଦି କଲେ ବଡ଼ ଦାବି, ଖୁବ୍ ଶୀଘ୍ର ବିହାରକୁ ଜେଡିୟୁ ​​ମୁକ୍ତ କରିବେ ଲାଲୁ
Advertisement

ମୋଦି କଲେ ବଡ଼ ଦାବି, ଖୁବ୍ ଶୀଘ୍ର ବିହାରକୁ ଜେଡିୟୁ ​​ମୁକ୍ତ କରିବେ ଲାଲୁ

JDU MLA: ମଣିପୁର ବିଧାନସଭା ବାଚସ୍ପତି ପାଞ୍ଚ ଜଣ ଜେଡିୟୁ ବିଧାୟକଙ୍କ ବିଜେପି ସହ ବିଲୟକୁ ସ୍ୱୀକାର କରିନେଇଛନ୍ତି । ଗତ ୯ ଦିନ ମଧ୍ୟରେ ନୀତିଶ କୁମାରଙ୍କ ଜନତା ଦଳ ୟୁନାଇଟେଡ ପାଇଁ ଏହା ହେଉଛି ଦ୍ୱିତୀୟ ବଡ଼ ଝଟକା ।

ମୋଦି କଲେ ବଡ଼ ଦାବି, ଖୁବ୍ ଶୀଘ୍ର ବିହାରକୁ ଜେଡିୟୁ ​​ମୁକ୍ତ କରିବେ ଲାଲୁ

ନୂଆଦିଲ୍ଲୀ: Sushil Modi on JDU MLA: ମଣିପୁରରେ ଜନତା ଦଳ ୟୁନାଇଟେଡ (JDU) କୁ ବଡ଼ ଝଟକା ଲାଗିଛି । ଦଳର ୬ ଜଣ ବିଧାୟକଙ୍କ ମଧ୍ୟରୁ ୫ ଜଣ ଶୁକ୍ରବାର ଭାରତୀୟ ଜନତା ପାର୍ଟି  (BJP) ରେ ଯୋଗ ଦେଇଛନ୍ତି । ମଣିପୁରର ଜେଡି(ୟୁ) ବିଧାୟକମାନେ ଏପରି ଏକ ସମୟରେ ଦଳ ପରିବର୍ତ୍ତନ କରିଛନ୍ତି, ଯେତେବେଳେ ନୀତିଶ କୁମାର (Nitish Kumar) ଙ୍କ ଜନତା ଦଳ ୟୁନାଇଟେଡ ଶନିବାର ପାଟନାରେ ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଡାକିଛି । ଏହି ବୈଠକର ଗୋଟିଏ ଦିନ ପୂର୍ବରୁ ବିଧାୟକଙ୍କ ଦଳ ଛାଡ଼ି ଯିବା ଜେଡିୟୁ ପାଇଁ ବଡ଼ କ୍ଷତି ଭାବରେ ଦେଖାଯାଉଛି ।

ଯେଉଁ ୫ ଜଣ ବିଧାୟକ ଦଳ ପରିବର୍ତ୍ତନ କରିଛନ୍ତି, ସେମାନେ ହେଉଛନ୍ତି କେ.ଏଚ୍ ଜୋୟକିଶାନ୍, ଏନ ସନାତେ, ମହମ୍ମଦ ଆଖାବୁଦ୍ଦିନ, ପୂର୍ବତନ ପୋଲିସ୍ ମହାନିର୍ଦ୍ଦେଶକ ଏମ୍ ଖାଉଟେ ଏବଂ ଥାଙ୍ଗଜାମ ଅରୁଣ କୁମାର । ମଣିପୁର ବିଧାନସଭା ବାଚସ୍ପତି ପାଞ୍ଚ ଜଣ ଜେଡିୟୁ ବିଧାୟକଙ୍କ ବିଜେପି ସହ ବିଲୟକୁ ସ୍ୱୀକାର କରିନେଇଛନ୍ତି । ଗତ ୯ ଦିନ ମଧ୍ୟରେ ନୀତିଶ କୁମାରଙ୍କ ଜନତା ଦଳ ୟୁନାଇଟେଡ ପାଇଁ ଏହା ହେଉଛି ଦ୍ୱିତୀୟ ବଡ଼ ଝଟକା ।

ଏହାପୂର୍ବରୁ ଅଗଷ୍ଟ ୨୫ରେ ଅରୁଣାଚଳ ପ୍ରଦେଶର ଜଣେ ଜେଡି(ୟୁ) ବିଧାୟକ ଟେକି କାସୋ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ଗେରୁଆ ଦଳରେ ଯୋଗ ଦେଇଥିଲେ । ୨୦୧୯ରେ ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ​​ଜନତା ଦଳ ୟୁନାଇଟେଡ୍ ୭ଟି ଆସନ ଜିତିଥିଲା । କିନ୍ତୁ ପରେ ଦଳର ୬ ଜଣ ବିଧାୟକ ଦଳ ପରିବର୍ତ୍ତନ କରି ବିଜେପିରେ ଯୋଗ ଦେଇଥିଲେ । ଅଗଷ୍ଟ ୨୫ରେ ଜଣେ ମାତ୍ର ବିଧାୟକ ମଧ୍ୟ ବିଜେପିରେ ଯୋଗ ଦେଇଥିଲେ ।

ସେପଟେ ଏହି ଦଳ ପରିବର୍ତ୍ତନ ଯୋଗୁଁ ବିହାରରେ ବିଜେପି ବହୁତ ଖୁସି ଦେଖାଯାଉଛି । ବିଜେପିର ରାଜ୍ୟସଭା ସାଂସଦ ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି (Sushil Kumar Modi) ମୁଖ୍ୟମନ୍ତ୍ରୀ ନୀତିଶ କୁମାର (Nitish Kumar) ଙ୍କୁ କଟାକ୍ଷ କରିଛନ୍ତି । ସୁଶୀଲ ମୋଦି କହିଛନ୍ତି ଯେ, ଅରୁଣାଚଳ ପ୍ରଦେଶ ପରେ ମଣିପୁର ମଧ୍ୟ ଜନତା ଦଳ ୟୁନାଇଟେଡ ମୁକ୍ତ ହୋଇଛି । ସେ ଦାବି କରିଛନ୍ତି ଯେ, ଖୁବ୍ ଶୀଘ୍ର ଆରଜେଡି ସୁପ୍ରିମୋ (RJD Chief) ଲାଲୁ ପ୍ରସାଦ ଯାଦବ (Lalu Prasad Yadav) ବିହାରରୁ ଜନତା ଦଳ ୟୁନାଇଟେଡ (JDU) କୁ ମୁକ୍ତ କରିବେ । ନୀତିଶ କୁମାରଙ୍କ 'ବିଜେପି-ମୁକ୍ତ ଭାରତ' ନାରାର ଜବାବରେ ସୁଶୀଲ ମୋଦିଙ୍କ 'ଜେଡିୟୁ-ମୁକ୍ତ' ନାରା ଆସିଛି । ବିଗତ ଦିନରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ସହ ଏକ ବୈଠକରେ ନୀତିଶ ବିଜେପି ମୁକ୍ତ ଭାରତ ବିଷୟରେ କହିଥିଲେ ।

ଏହା ବି ପଢ଼ନ୍ତୁ:-ପରିସ୍ରା କରିବା ଉପରେ ମଧ୍ୟ ଦେବାକୁ ପଡ଼ୁଛି ୧୨ ପ୍ରତିଶତ ଜିଏସଟି! ରେଟ୍ ନ ପଚାରି ଶୌଚାଳୟକୁ ଯିବା ଆପଣଙ୍କୁ ପଡ଼ିପାରେ ମହଙ୍ଗା

ଏହା ବି ପଢ଼ନ୍ତୁ:-ନୀତିଶ କୁମାରଙ୍କୁ ଲାଗିଲା ଜୋରଦାର ଝଟକା, ବିଜେପିରେ ଯୋଗଦେଲେ ଜେଡିୟୁର ୫ ବିଧାୟକ

ଏହା ବି ପଢ଼ନ୍ତୁ:-ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଯିବାର ଭବିଷ୍ୟବାଣୀ କଲେ ପାକିସ୍ତାନର ଏହି ପୂର୍ବତନ ଅଧିନାୟକ

ବର୍ତ୍ତମାନ ଏହି ସବୁ ସେତେବେଳେ ଘଟୁଛି ଯେତେବେଳେ ବିହାରରେ ନୀତିଶ କୁମାର ଗୋଟିଏ ଝଟକାରେ ଏନଡିଏରୁ ଅଲଗା ହୋଇ ମହାମେଣ୍ଟ ସହିତ ଯିବାକୁ ନିଷ୍ପତ୍ତି ନେଇଥିଲେ । ସେ ଯାହା ହେଉନା କାହିଁକି, ସେ ତାଙ୍କର ଗୋଟିଏ ଝଟକାରେ ବିଜେପିକୁ କ୍ଷମତାରୁ ବହିଷ୍କାର କରିଥିଲେ ଓ ନିଜ ସିଏମ୍ ଗାଦିକୁ ମଧ୍ୟ ରକ୍ଷା କରିଥିଲେ । ନୀତିଶ ପୁଣି ଥରେ ତେଜସ୍ୱୀ ଯାଦବଙ୍କ ସହ ହାତ ମିଳାଇଲେ ଓ ମୋଟ ୭ଟି ଦଳ ମିଳିତ ଭାବରେ ସରକାର ଗଠନ କଲେ । ନୂତନ ସରକାରକୁ ନେଇ ବିବାଦ ନିଶ୍ଚିତ ଭାବେ ଚାଲିଛି, ଅପରାଧି ମନ୍ତ୍ରୀକୁ ନେଇ ବିବାଦ ଲାଗି ରହିଛି । କିନ୍ତୁ ବିହାର ରାଜନୀତିରେ ନୀତିଶ-ତେଜସ୍ୱୀଙ୍କ ଏକାଠି ହେବା ବିଜେପିର ଚିନ୍ତାକୁ ବଢ଼ାଇଦେଇଛି । ଯେଉଁ ରାଜ୍ୟରେ ଗତ ଲୋକସଭା ନିର୍ବାଚନରେ ବିଜେପି ଜେଡିୟୁ ସହ ମିଶି ୩୯ଟି ଆସନ ଦଖଲ କରିଥିଲା, ୨୦୨୪ରେ ସେହି ପ୍ରଦର୍ଶନ ଦୋହରାଇବା ଏକ ଚ୍ୟାଲେଞ୍ଜ ହୋଇପାରେ ।