Advertisement
Article Detail0/zeeodisha/odisha2115478
Zee OdishaOdisha National-InternationalGyanapitha Award: ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କୁ ଜ୍ଞାନପୀଠ ପୁରସ୍କାର

Gyanapitha Award: ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କୁ ଜ୍ଞାନପୀଠ ପୁରସ୍କାର

ନୂଆଦିଲ୍ଲୀ: ୨୦୨୩ ବର୍ଷ ପାଇଁ ଜ୍ଞାନପୀଠ ପୁରସ୍କାର ଘୋଷଣା କରାଯାଇଛି। ଏଥର ଜଗଦଗୁରୁ ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କୁ ସଂସ୍କୃତ ପାଇଁ ଏବଂ ଗୁଲଜାରଙ୍କୁ ଉର୍ଦ୍ଦୁ ପାଇଁ ସମ୍ମାନିତ କରାଯିବ। ଦାମୋଦର ମୌଜ ୨୦୨୨ବର୍ଷ ପାଇଁ କୋଙ୍କଣୀ ଭାଷା ପାଇଁ ସମ୍ମାନିତ ହୋଇଥିଲେ। ସ୍ୱାମୀ ରାମଭଦ୍ରାଚାର୍ଯ୍ୟ ଜଣେ ସାଧୁ ତଥା କାହାଣୀକାର ଥିବାବେଳେ ଗୁଲଜାର ଭା

Gyanapitha Award: ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କୁ ଜ୍ଞାନପୀଠ ପୁରସ୍କାର

Gyanapitha Award: ନୂଆଦିଲ୍ଲୀ: ୨୦୨୩ ବର୍ଷ ପାଇଁ ଜ୍ଞାନପୀଠ ପୁରସ୍କାର ଘୋଷଣା କରାଯାଇଛି। ଏଥର ଜଗଦଗୁରୁ ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କୁ ସଂସ୍କୃତ ପାଇଁ ଏବଂ ଗୁଲଜାରଙ୍କୁ ଉର୍ଦ୍ଦୁ ପାଇଁ ସମ୍ମାନିତ କରାଯିବ। ଦାମୋଦର ମୌଜ ୨୦୨୨ବର୍ଷ ପାଇଁ କୋଙ୍କଣୀ ଭାଷା ପାଇଁ ସମ୍ମାନିତ ହୋଇଥିଲେ। ସ୍ୱାମୀ ରାମଭଦ୍ରାଚାର୍ଯ୍ୟ ଜଣେ ସାଧୁ ତଥା କାହାଣୀକାର ଥିବାବେଳେ ଗୁଲଜାର ଭାରତର ଜଣେ ପ୍ରସିଦ୍ଧ ଗୀତିକାର ଅଟନ୍ତି। 

କିଏ ଏହି ସ୍ୱାମୀ ରାମଭଦ୍ରାଚାର୍ଯ୍ୟ
ଜନ୍ମରୁ ଦୃଷ୍ଟିଶକ୍ତି ହରାଇଥିବା ସ୍ୱାମୀ ରାମଭଦ୍ରାଚାର୍ଯ୍ୟ ଚିତ୍ରକୂଟରେ ତୁଳସୀ ପୀଠର ସଂସ୍ଥାପକ ତଥା ମୁଖ୍ୟ ରହିଆସିଛନ୍ତି। ସେ ୧୦୦ ରୁ ଅଧିକ ପୁସ୍ତକ ମଧ୍ୟ ଲେଖିସାରିଛନ୍ତି। ସେ ହନୁମାନ ଚାଲିଶାରେ ଅନେ ତୃଟି ବାହାରକରି ଚର୍ଚ୍ଚାରେ ରହିଥିଲେ। ତାଙ୍କ କହିବା ମୁତାବକ ତାଙ୍କର ଯେତିକି ଜ୍ଞାନ ରହିଛି ସେ ସବୁ କେବଳ ଶୁଣି ଶୁଣି ହାସଲ କରିଛନ୍ତି। କାରଣ ଜନ୍ମରୁ ଦୃଷ୍ଟି ଶକ୍ତି ହରାଇଥିବା ବେଳେ ତାଙ୍କ ପକ୍ଷେ ଦେଖିକରି ପଢିବା ସମ୍ଭବ ହୋଇନଥାଏ। ବାବର ମସଜିଦ ଓ ରାମମନ୍ଦିର ବିବାଦରେ ମଧ୍ୟ ତାଙ୍କ ଭୁମିକା ବେଶ ଗୁରୁତ୍ତ୍ୱପୂର୍ଣ୍ଣ ରହି ଆସିଥିଲା। କୋର୍ଟରେ ଅନେକ ବଳିଷ୍ଠ ଯୁକ୍ତି କରିଥିଲେ ସେ।

ଗୁଲଜାରଙ୍କୁ ମଧ୍ୟ ଜ୍ଞାନପୀଠ ପୁରସ୍କାର
ହିନ୍ଦୀ ଓ ଉର୍ଦ୍ଦୁର ବେଶ ପ୍ରତିଷ୍ଠିତ କବି ତଥା ଗୀତିକାର ଗୁଲଜାରଙ୍କୁ ମଧ୍ୟ ଉର୍ଦ୍ଦୁ ସାହିତ୍ୟ ପାଇଁ ଜ୍ଞାନପୀଠ ପୁରସ୍କାର ପ୍ରଦାନ କରାଯିବ। ଏହା ପୂର୍ବରୁ ୨୦୦୨ ମସିହାରେ ଉର୍ଦ୍ଦୁ ସାହିତ୍ୟ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୩ରେ ଦାଦା ସାହେବ ଫାଲକେ ପୁରସ୍କାର ଓ ୨୦୦୪ ମସିହାରେ ପଦ୍ମଭୂଷଣ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା। ହିନ୍ଦୀ ସିନେମାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ପାଞ୍ଚଥର ନ୍ୟାସନାଲ ଫିଲ୍ମ ଆୱାର୍ଡ ମଧ୍ୟ ମିଳିସାରିଛି

Add Zee News as a Preferred Source

କଣ ଏହି ଜ୍ଞାନପୀଠ ପୁରସ୍କାର
ଭାରତରେ ଏହି ସାହିତ୍ୟ ପାଇଁ ଦିଆଯାଉଥିବା ସର୍ବୋଚ୍ଚ ପୁରସ୍କାର ହେଉଛି ଜ୍ଞାନପୀଠ ପୁରସ୍କାର। ୧୯୬୧ରେ ଶ୍ରୀସାହୁ ଶାନ୍ତି ପ୍ରସାଦ ଜୈନଙ୍କ ୫୦ ଜୟନ୍ତୀ ଅବସରରେ ସେ ଏହି ପୁରସ୍କାରର ପ୍ରତିଷ୍ଠା କରିଥିଲେ। ୧୯୬୫ ମସିହାରେ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଥିଲା। ପ୍ରଥମ ପୁରସ୍କାର ଶଙ୍କର କୁରୁପଙ୍କୁ ମାଲାୟାଲମ ଭାଷାରେ ଦିଆଯାଇଥିଲା। ସେହିପରି ବର୍ଷ ୨୦୧୨ ମସିହା ପରେ ଏହି ପୁରସ୍କାର ସହିତ ୧୧ ଲକ୍ଷ ଟଙ୍କା ନଗଦ ରାଶି ମଧ୍ୟ ପ୍ରଦାନ କରାଯାଉଥିଲା। ତେବେ ଏହି ପୁରସ୍କାର ପାଇଁ ସାହିତ୍ୟ ଭାରତୀୟ ସମ୍ବିଧାନର ୮ମ ଅନୁଚ୍ଛେଦରେ ଅନୁମୋଦିତ ଥିବା ୨୨ଟି ଯାକ ଭାଷା ମଧ୍ୟରୁ କୌଣସି ଗୋଟିଏରେ ପାଣ୍ଡିତ୍ୟ ଅର୍ଜନ କରିଥିବାର ଜରୁରୀ। ୨୦୨୨ ମସିହାରେ ଦାମୋଦର ମୌଜୀ (କୋଙ୍କଣୀ), ୨୦୨୧ ମସିହାରେ ନିଳମଣି ଫୁକନ (ଆସାମୀ), ୨୦୧୯ ମସିହାରେ ଅକ୍କିତମ (ମଲାୟାଲାମ) ୨୦୧୮ ମସିହାରେ ଅମିତ୍ୱ ଘୋଷ (ଇଂରାଜୀ), ୨୦୧୭ ମସିହାରେ କୃଷ୍ଣା ସୋବତୀ ହିନ୍ଦୀ ଭାଷା ପାଇଁ ଜ୍ଞାନପୀଠ ପୁରସ୍କାର ଲାଭ କରିଥିଲେ। 

About the Author