Israel  Airstrike in  Syria: ଗତ  ଶୁକ୍ରବାର  ପଡୋଶୀ ଦେଶ ସରିୟା ବିରୋଧରେ ବିମାନ ଆକ୍ରମଣ କରିଛି ଇସ୍ରାଏଲ।  ମିସାଇଲ ଯୋଗେ ସିରିୟା ସାମରିକ  ଘାଟି ଉପରେ  ଇସ୍ରାଏଲ  ପକ୍ଷରୁ  କରାଯାଇଥିବା ବିମାନ ଆକ୍ରମଣରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ  ୭  ଜଣ ଆହତ ହୋଇଛନ୍ତି।     


COMMERCIAL BREAK
SCROLL TO CONTINUE READING

ଏନେଇ ସିରିୟା ସରକାରୀ  ସମାଚାର ଏଜେନ୍ସି  ସନା ପକ୍ଷରୁ କୁହାଯାଇଛି  ଗତ ଶୁକ୍ରବାର ଦେଶର ସୀମା ମଧ୍ୟରେ ପ୍ରବେଶ ଇସ୍ରାଏଲ ମିସାଇଲ ଯୋଗେ ବିମାନ ଆକ୍ରମଣ  କରିଛି।  ସିରିୟା ସୈନ୍ୟବାହି ନୀ ଅସ୍ତ୍ରାଗାର ଏବଂ ମସୟାଫ  ଠାରେ ଇରାନୀ ମିଲିସିୟା ଗୋଷ୍ଠୀଙ୍କୁ  ଟାର୍ଗେଟ କରି ଏହି ବିମାନ ଆକ୍ରମଣ କରାଯାଇଛି।  ବିମାନ ଆକ୍ରଣରେ ଇସ୍ରାଏଲ  ବାୟୁସେନା ପକ୍ଷରୁ  ଆଠଟି  ମିସାଇଲ ମାଡ଼ କରାଯାଇଛି। ବିମାନ ଆକ୍ରମଣରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ  ୭  ଜଣ ଆହତ ହୋଇଛନ୍ତି।    


Also Read: Israel Palestine Conflict: Hamas ରକେଟ ମାଡ଼ର ଉପଯୁକ୍ତ ଜବାବ ଦେଲା IDF


ସିରିୟା ସଂଘର୍ଷ (Syrian  Conflict)  ଉପରେ ନଜର ରଖୁଥିବା ସିରିୟାନ ଅବଜରଭେଟରୀ ଫର୍ ହ୍ୟୁମାନ୍ ରାଇଟ୍ସ  (Syrian Observatory for Human Rights)  ନାମକ  ଏକ  ବ୍ରିଟେନ ଭିତ୍ତିକ  ସଙ୍ଗଠନ ପକ୍ଷରୁ  କୁହାଯାଇଛି ଯେ ଏହି ଆକ୍ରମଣ ସିରିୟା ସାମରିକ  ଘାଟିରେ (Syrian  Military  Base) ବ୍ୟାପକ କ୍ଷତି ଘଟାଇଛି।  ଏହା ସହିତ ଆକ୍ରମଣ କାରଣରୁ  ଚାଷ ଜମିରେ ନିଆଁ ଲାଗିଯିବା ଫଳରେ ଫସଲ ନଷ୍ଟ  ହୋଇଯାଇଛି। ଏହି ଆକ୍ରମଣ ସମ୍ପର୍କରେ ଇସ୍ରାଏଲ ସେନା କୌଣସି ପ୍ରତିକ୍ରିୟା ରଖାଯାନାହିଁ।  ଅନ୍ୟପଟେ ସିରିଆ ସେନା (Syrian  Army) ପକ୍ଷରୁ ଦାବି କରାଯାଇଛି ଏହାର  ବାୟୁ ପ୍ରତିରକ୍ଷା ପ୍ରଣାଳୀ (Syrian  Air Defense  System) ଜରିଆରେ ଇସ୍ରାଏଲ୍ ପକ୍ଷରୁ ଚଳାଇଥିବା କ୍ଷେପଣାସ୍ତ୍ରକୁ ନଷ୍ଟ କରିଦେଇଛି।


Also Read: ରମଜାନ ବେଳେ ଅଶାନ୍ତ ହୋଇଉଠୁଛି ଅଲ୍ ଅକ୍ସା ମସଜିଦ; ଶହେରୁ ଉର୍ଦ୍ଧ୍ୱ ଆହତ


ସିରିୟା ମାଟିରେ ଇରାନ ସମର୍ଥିତ ମିଲିସିୟା ଗୋଷ୍ଠୀ ନିଜର ଗଡ଼ ନିର୍ମାଣ କରିଛନ୍ତି।  ଏନେଇ ଇସ୍ରାଏଲ ପକ୍ଷରୁ କୁହାଯାଇଛି  ଏହି ମିଲିସିୟା ଗୋଷ୍ଠୀକୁ  ଇରାନ ପକ୍ଷରୁ ଆର୍ଥିକ ଏବଂ ସାମରିକ  ସହାୟତା ମିଳୁଛି।  ଏହି ସହଯୋଗ ବଳରେ  ଇରାନ ସମର୍ଥିତ ମିଲିସିୟା ଇସ୍ରାଏଲ ବିରୋଧି କାର୍ଯ୍ୟ କରୁଛନ୍ତି। ସୁରକ୍ଷା ପାଇଁ ଶତ୍ରୁ ପକ୍ଷ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ଇସ୍ରାଏଲ ପକ୍ଷରୁ କୁହାଯାଇଛି।


Also Read: ଅଲ୍ ଅକ୍ସା ମସଜିଦ ଠାରେ ଭୀଷଣ ସଂଘର୍ଷ; ୫୯ ପାଲେଷ୍ଟିନୀୟ ଆହତ


ପୂର୍ବରୁ ଯୁଦ୍ଧ କ୍ଷେତ୍ରରେ ମୁହାମୁହିଁ ହୋଇସାରିଛନ୍ତି ଇସ୍ରାଏଲ-ସିରିୟା।  ଗତ ୧୯୬୭  ମସିହାରେ ହୋଇଥିବା ଐତିହାସିକ ୬  ଦିନିଆ ଯୁଦ୍ଧରେ  ଇସ୍ରାଏଲ ପ୍ରତିଦ୍ୱନ୍ଦ୍ୱୀ ଇଜିପ୍ଟ,  ସିରିୟା, ଜୋର୍ଡାନ,   ଇରାକ  ଭଳି ଦେଶଙ୍କୁ ଏକାକୀ ପରାସ୍ତ କରିଥିଲା। ସେବେଠାରୁ କୌଣସି ଦେଶ ଇସ୍ରାଏଲ ସହ  ମୁହାମୁହିଁ  ଯୁଦ୍ଧ  ଲଢିବାକୁ ସାହାସ ଜୁଟାଇ ପାରୁନାହାଁନ୍ତି।  ବିଭିନ୍ନ  ଆରବ ଦେଶ ସହୟତାରେ ଆତଙ୍କବାଦୀ ଅଥବା ମିଲିସିୟା ଗୋଷ୍ଠୀ ଇସ୍ରାଏଲ ବିରୋଧରେ ଛାୟା ଯୁଦ୍ଧ ଚଳାଇଛନ୍ତି।