ଅଲ୍ ଅକ୍ସା ମସଜିଦ ଠାରେ ଭୀଷଣ ସଂଘର୍ଷ; ୫୯ ପାଲେଷ୍ଟିନୀୟ ଆହତ
Advertisement
Article Detail0/zeeodisha/odisha1153601

ଅଲ୍ ଅକ୍ସା ମସଜିଦ ଠାରେ ଭୀଷଣ ସଂଘର୍ଷ; ୫୯ ପାଲେଷ୍ଟିନୀୟ ଆହତ

ପବିତ୍ର ରମଜାନ ମାସରେ ଅଲ-ଅକ୍ସା ମସଜିଦ ଠାରେ ଜୁମା ନମାଜ ଅର୍ଥାତ ଶୁକ୍ରବାର ପ୍ରାର୍ଥନା ପାଇଁ ହଜାର ହଜାର ପାଲେଷ୍ଟାଇନବାସୀ ଏକାଠି ହେବେ ବୋଲି ଆଶା କରାଯାଉଥିଲା।

ଅଲ୍ ଅକ୍ସା ମସଜିଦ ଠାରେ ଭୀଷଣ ସଂଘର୍ଷ; ୫୯ ପାଲେଷ୍ଟିନୀୟ ଆହତ

Al-Aqsa Mosque Conflict: ଜେରୁସେଲମସ୍ଥିତ ଅଲ୍ ଅକ୍ସା ମସଜିଦ ଠାରେ ଇସ୍ରାଏଲ ପୋଲିସ ସହ ହୋଇଥିବା ଭୀଷଣ ସଂଘର୍ଷରେ ୫୯ ପାଲେଷ୍ଟିନୀୟ ଆହତ ହୋଇଛନ୍ତି। କେଉଁ କାରଣରୁ ଏଠାରେ ହିଂସାକାଣ୍ଡ ଘଟିଛି ତାହା ଜଣାପଡ଼ିନାହିଁ। ଏହି ମସଜିଦ ର ପ୍ରଶାସନିକ କାର୍ଯ୍ୟରେ ନିୟୋଜିତ ଥିବା ଏକ ଇସଲାମୀୟ ସଂସ୍ଥା ପକ୍ଷରୁ କୁହାଯାଇଛି ଏଠାରେ ନମାଜ ଚାଲିଥିବା ବେଳେ ଇସ୍ରାଏଲ ପୋଲିସ ବଳ ପୂର୍ବକ ପ୍ରବେଶ କରିଥିଲା। ଯେଉଁଠି ହଜାରେ ଲୋକେ ଏକାଠି ହୋଇଛନ୍ତି। 

ଏହି ଘଟଣାର ଭିଡ଼ିଓ ସାମ୍ନାକୁ ଆସିଛି। ଯେଉଁଥିରେ ପଥର ମାଡ଼ କରୁଥିବା କରୁଥିବା ପାଲେଷ୍ଟାଇନକୁ ନିୟନ୍ତ୍ରଣ କରିବାକୁ ଯାଇ ଇସ୍ରାଏଲ ପୋଲିସ ଲୁହ ବୁହା ଗ୍ୟାସ ଏବଂ ଷ୍ଟେନ ଗ୍ରେନେଡ଼ ପ୍ରୟୋଗ କରୁଛି। ଅନ୍ୟ ଏକ ଭିଡି଼ଓ ରେ ଦେଖିବାକୁ ଅଲ୍ ଅକ୍ସା ମସଜିଦ ଠାରେ ନମାଜ ପଢୁଥିବା ଲୋକେ ନିଜକୁ ଲୁହ ବୁହା ଗ୍ୟାସ କବଳରୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ଏନେଇ ପାଲେଷ୍ଟାଇନ ରେଡକ୍ରସ ଜରୁରୀକାଳୀନ ସେବା କହିଛି ଯେ ଇସ୍ରାଏଲ ପୋଲିସ ସହ ହୋଇଥିବା ସଂଘର୍ଷରେ ଆହତ ହୋଇଥିବା ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମସଜିଦ ଠାରେ ନିୟୋଜିତ ହୋଇଥିବା ଜଣେ ସୁରକ୍ଷାକର୍ମୀ ଆଖିରେ ରବର ଗୁଳି ବାଜିଛି। ଇସ୍ରାଏଲ୍ କର୍ତ୍ତୃପକ୍ଷ ଏହା ଉପରେ ତୁରନ୍ତ କୌଣସି ମନ୍ତବ୍ୟ ଦେଇନାହାଁନ୍ତି।

Also Read: ରମଜାନ ବେଳେ ଗଣ୍ଡଗୋଳ; ଇହୁଦୀ ପବିତ୍ର ସ୍ଥଳ ଭାଙ୍ଗିଲେ ପାଲେଷ୍ଟାଇନ ଉପଦ୍ରବୀ

ମକା, ମଦିନା ପରେ ଅଲ୍ ଅକ୍ସା ମସଜିଦ ହେଉଛି ଇସଲାମ ଧର୍ମର ତୃତୀୟ ପବିତ୍ର ଧାର୍ମିକସ୍ତଳ। ଯାହା ଏକ ପାହାଡ ଶିଖର ଉପରେ ଅବସ୍ଥିତ ଯାହା ଇହୁଦୀ ଧର୍ମର ସବୁଠାରୁ ପବିତ୍ର ସ୍ଥାନ। ଇହୁଦୀ ଏହାକୁ 'ମନ୍ଦିର ପର୍ବତ' (Temple Mount) ବୋଲି କହିଥାନ୍ତି। ଦଶନ୍ଧି ଧରି ଏହା ଇସ୍ରାଏଲ୍-ପାଲେଷ୍ଟାଇନ ମଧ୍ୟରେ ହେଉଥିବା ହିଂସାର ପ୍ରମୁଖ କାରଣ ପାଲଟିଛି। ଗତ ସପ୍ତାହରେ ପାଲେଷ୍ଟାଇନ ଆକ୍ରମଣ ପରେ ୧୪ ଇସ୍ରାଏଲୀ ନାଗରିକଙ୍କ ମୃତ୍ୟୁ ହେବା ପରେ ଏଠାରେ ଉତ୍ତେଜନା ବୃଦ୍ଧି ପାଇଛି। ଇସ୍ରାଏଲ ଅଧିକୃତ ୱେଷ୍ଟ ବ୍ୟାଙ୍କ ଅଞ୍ଚଳରେ ସାମରିକ ଅଭିଯାନ ଚଳାଇ ଅନେକ ଲୋକଙ୍କୁ ଗିରଫ କରିଛି ଇସ୍ରାଏଲ ସୁରକ୍ଷା ବଳ। ଏହାକୁ ନେଇ ହୋଇଥିବା ବିବାଦ ସମୟରେ ଅନେକ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ଘଟିଛି।

ପବିତ୍ର ରମଜାନ ମାସରେ ଅଲ-ଅକ୍ସା ମସଜିଦ ଠାରେ ଜୁମା ନମାଜ ଅର୍ଥାତ ଶୁକ୍ରବାର ପ୍ରାର୍ଥନା ପାଇଁ ହଜାର ହଜାର ପାଲେଷ୍ଟାଇନବାସୀ ଏକାଠି ହେବେ ବୋଲି ଆଶା କରାଯାଉଥିଲା। ସପ୍ତାହେ ଧରି ବିରୋଧ ଏବଂ ସଂଘର୍ଷ ପରେ ଗତ ବର୍ଷ ରମଜାନ ମାସରେ ଜେରୁସେଲମ ଠାରେ ୧୧ ଦିନିଆ ଭୀଷଣ ଗାଜା ଯୁଦ୍ଧ ଆରମ୍ଭ ହୋଇଥିଲା। ଇସ୍ରାଏଲ୍ ପ୍ରତିବନ୍ଧକ ହଟାଇଛି ଏବଂ ରମଜାନ ପୂର୍ବରୁ ଉତ୍ତେଜନା ହ୍ରାସ କରିବାକୁ ଚେଷ୍ଟା କରିବା ପାଇଁ ଅନ୍ୟ ପଦକ୍ଷେପ ନେଇଛି। ରମଜାନ ସହିତ, ଯିହୁଦୀ ଏବଂ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଗୁରୁତ୍ୱପୂର୍ଣ୍ଣ ପର୍ବ ପାଳିତ ହେବାକୁ ଯାଉଛି। ମାତ୍ର ଏହା ପୂର୍ବରୁ ଏଠାରେ ଚାଲିଥିବା ସାମରିକ କାର୍ଯ୍ୟାନୁଷ୍ଠାନ ଅଶାନ୍ତି ସୃଷ୍ଟି କରିଛି।

Also Read: ନୂଆ ଧର୍ମକୁ ନେଇ ଆରବ ଜଗତରେ ତେଜିଲା ବିବାଦ

ପାଲେଷ୍ଟୋଇନ ଅଧିବାସୀଙ୍କ ଡର ଯେ ଇସ୍ରାଏଲ ଜେରୁସେଲମସ୍ଥିତ ଠାରେ  ଅଲ୍ ଅକ୍ସା ମସଜିଦ ଦଖଲ କରିପାରେ କିମ୍ବା ଏହାର ବିଭାଜନ କରିପାରେ। ଅନ୍ୟପଟେ ଇସ୍ରାଏଲ୍ କର୍ତ୍ତୃପକ୍ଷ କହିଛନ୍ତି ଯେ ସେମାନେ ଏଠାରେ ଯଥାସ୍ଥିତି ବଜାୟ ରଖିବା ପାଇଁ ବଦ୍ଧ ପରିକର। ହେଲେ ନିକଟ ଅତୀତରେ ବହୁ ସଂଖ୍ୟାରେ ଜାତୀୟତାବାଦୀ ତଥା ଧାର୍ମିକ ବ୍ୟକ୍ତି ପୋଲିସ୍ ଉପସ୍ଥିତିରେ ଇହୁଦୀ ସ୍ଥାନକୁ ଆସିଥିଲେ। ଅଲ-ଅକ୍ସା ମସଜିଦ ଏବଂ ଅନ୍ୟାନ୍ୟ ବଡ଼ ବଡ଼ ସ୍ଥାନ ପୂର୍ବ ଜେରୁସେଲମ ଠାରେ ଅବସ୍ଥିତ ଯାହା ୧୯୬୭ ଯୁଦ୍ଧରେ ଇସ୍ରାଏଲ୍ ଦଖଲକୁ ଚାଲି ଯାଇଥିଲା।