ରମଜାନ ବେଳେ ଅଶାନ୍ତ ହୋଇଉଠୁଛି ଅଲ୍ ଅକ୍ସା ମସଜିଦ; ଶହେରୁ ଉର୍ଦ୍ଧ୍ୱ ଆହତ
Advertisement
Article Detail0/zeeodisha/odisha1156595

ରମଜାନ ବେଳେ ଅଶାନ୍ତ ହୋଇଉଠୁଛି ଅଲ୍ ଅକ୍ସା ମସଜିଦ; ଶହେରୁ ଉର୍ଦ୍ଧ୍ୱ ଆହତ

ବିଗତ  ୩  ସପ୍ତାହ  ଧରି  ୱେଷ୍ଟ ବ୍ୟାଙ୍କ  ଏବଂ ପୂର୍ବ ଜେରୁସେଲମ ଠାରେ  ଇସ୍ରାଏଲ-ପାଲେଷ୍ଟାଇନ ଠାରେ ବିବାଦ ଆହୁରି ବଢିବାରେ ଲାଗିଛି। 

ରମଜାନ ବେଳେ ଅଶାନ୍ତ  ହୋଇଉଠୁଛି  ଅଲ୍ ଅକ୍ସା ମସଜିଦ;  ଶହେରୁ ଉର୍ଦ୍ଧ୍ୱ ଆହତ

 ଜେରୁସେଲମ: ରମଜାନ  ବେଳେ  ପୁଣି ଅଶାନ୍ତ  ହୋଇଉଠିଛି  ପବିତ୍ର ସହର ଜେରୁସେଲମସ୍ଥିତ ଅଲ୍ ଅକ୍ସା ମସଜିଦ।  ଗତ ସପ୍ତାହରେ  ଇସ୍ରାଏଲ ପୋଲିସ ଫୋର୍ସ ସହ ହୋଇଥିବା ସଂଘର୍ଷରେ ଆହତ ହୋଇଥିବା ପାଲେଷ୍ଟିନୀୟଙ୍କ  ସଂଖ୍ୟା ବଢି ଶହେରୁ ଅଧିକ  ହୋଇଛି।  ଏନେଇ  ଇସ୍ରାଏଲ ପୋଲିସ ପକ୍ଷରୁ ଜାରି ହୋଇଥିବା ବୟାନରେ କୁହାଯାଇଛି ଶହ ଶହ ଦଙ୍ଗାକାରୀ ପଥର ମାଡ଼ କରିବା ସହ ପୋଲିସ ଫୋର୍ସ ଉପରକୁ ଗୁଳି ଚଳାଇଥିଲେ।  

ଏହି ଘଟଣାରେ ପ୍ରତିକ୍ରିୟା ରଖି  ପାଲେଷ୍ଟାଇନ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଅଲ୍ ଅକ୍ସା ମସଜିଦ ଠାରେ ହୋଇଥିବା ସଂଘର୍ଷ ଘଟଣାରେ  ଶହେରୁ ଅଧିକ ପାଲେଷ୍ଟିନୀୟ ଆହତ ହୋଇଛନ୍ତି।  ଅନ୍ୟପଟେ ଇସ୍ରାଏଲ ପୋଲିସ ପକ୍ଷରୁ କୁହାଯାଇଛି ଏହି ଘଟଣାରେ  ୩ ଜଣ  ବିଭାଗୀୟ ଅଧିକାରୀ  ଆହତ ହୋଇଥିଲେ।  ଗତ ଶୁକ୍ରବାର  ହଜାର ହଜାର ସଂଖ୍ୟାରେ ଲୋକେ  ଅଲ୍ ଅକ୍ସା ମସଜିଦ ପ୍ରବେଶ ଦ୍ୱାରରେ ଏକାଠି  ହୋଇଥିଲେ। 

ବିଗତ  ୩  ସପ୍ତାହ  ଧରି  ୱେଷ୍ଟ ବ୍ୟାଙ୍କ  ଏବଂ ପୂର୍ବ ଜେରୁସେଲମ ଠାରେ  ଇସ୍ରାଏଲ-ପାଲେଷ୍ଟାଇନ ଠାରେ ବିବାଦ ଆହୁରି ବଢିବାରେ ଲାଗିଛି।  ବର୍ତ୍ତମାନ ଇସଲାମ ଧର୍ମର  ପବିତ୍ର ମାସ ରମଜାନ  ଚାଲିଥିବା ବେଳେ  ଇହୁଦୀ  ପର୍ବ  ପାଳିତ ହେବାକୁ  ଯାଉଛି।  ଗତ  ବର୍ଷ   ଜେରୁସେଲମ  ଠାରେ ହୋଇଥିବା ସଂଘର୍ଷ କାରଣରୁ  ଇସ୍ରାଏଲ-ଗାଜା ପଟ୍ଟୀ ମଧ୍ୟରେ ୧୧ ଦିନର ଯୁଦ୍ଧ  ଚାଲିଥିଲା।

Also Read: ଅଲ୍ ଅକ୍ସା ମସଜିଦ ଠାରେ ଭୀଷଣ ସଂଘର୍ଷ; ୫୯ ପାଲେଷ୍ଟିନୀୟ ଆହତ

ରମଜାନ ବେଳେ  ଅଲ୍ ଅକ୍ସା ମସଜିଦ ପରିସରରେ  ଇସ୍ରାଏଲ ପୋଲିସ  ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନକୁ   ସମାନଲୋଚନା କରିଛି  ଇରାନ  ବିଦେଶ ମନ୍ତ୍ରଣାଳୟ।  ଏନେଇ ଶୁକ୍ରବାର ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ବୟାନରେ କୁହାଯାଇଛି  ଇରାନ ବିଦେଶ ମନ୍ତ୍ରୀ  ହୁସୈନ ଅମୀର  ଅବଦୁଲ୍ଲାହିୟନ  କହିଛନ୍ତି  ଏହି  ଘଟଣା ପାଲେଷ୍ଟାଇନ ଲୋକଙ୍କ ପ୍ରତିରୋଧ ଏବଂ ଇସ୍ରାଏଲର ହତାଶାର ସଙ୍କେତ। 

ଇରାନ କୂଟନୀତିଜ୍ଞ ମଧ୍ୟ ପାଲେଷ୍ଟାଇନୀୟଙ୍କ ବିରୁଦ୍ଧରେ ଇସ୍ରାଏଲ ଶତ୍ରୁତା  ବନ୍ଦ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି।  ମନ୍ତ୍ରଣାଳୟର ୱେବସାଇଟ୍ ଅନୁଯାୟୀ  ଇରାନର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର  ସଇଦ ଖତିବାଜାଦେହ କହିଛନ୍ତି ଯେ ଇସ୍ରାଏଲ ସୁରକ୍ଷା ବଳ  କାର୍ଯ୍ୟ ଆନ୍ତର୍ଜାତୀୟ ଆଇନ ତଥା ମାନବ ଅଧିକାରର ଉଲ୍ଲଂଘନ କରୁଛି।