ଆସନ୍ତା ବର୍ଷ ଏପ୍ରିଲ୍ ଠାରୁ କମ୍ ହେବ ଆପଣଙ୍କ ଟେକ୍-ହୋମ୍ ଦରମା! ଜାଣନ୍ତୁ ଏହାର କାରଣ
Advertisement

ଆସନ୍ତା ବର୍ଷ ଏପ୍ରିଲ୍ ଠାରୁ କମ୍ ହେବ ଆପଣଙ୍କ ଟେକ୍-ହୋମ୍ ଦରମା! ଜାଣନ୍ତୁ ଏହାର କାରଣ

ଏହି ନିୟମ ପାଳନ କରିବାକୁ, ନିଯୁକ୍ତିଦାତାଙ୍କୁ ବେତନର ବେସିକ ପେ ଅଂଶ ବଢ଼ାଇବାକୁ ପଡିବ, ଯାହା ଦ୍ୱାରା ପ୍ରୋଭିଡେଣ୍ଟ ଫଣ୍ଡରେ କର୍ମଚାରୀଙ୍କ ଅବଦାନ ଏବଂ ଗ୍ରାଚ୍ୟୁଟି ପେମେଣ୍ଟରେ ଆନୁପାତିକ ବୃଦ୍ଧି ଘଟିବ । 

ଆସନ୍ତା ବର୍ଷ ଏପ୍ରିଲ୍ ଠାରୁ କମ୍ ହେବ ଆପଣଙ୍କ ଟେକ୍-ହୋମ୍ ଦରମା! ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ: କର୍ମଚାରୀଙ୍କ ଦରମାର ଇନ-ହେଣ୍ଡ କମ୍ପୋନେଣ୍ଟ ଆସନ୍ତା ଆର୍ଥିକ ବର୍ଷଠାରୁ କମ୍ ହୋଇପାରେ । କାରଣ ନୂତନ ବେତନ ନିୟମ ଅନୁଯାୟୀ କମ୍ପାନୀମାନଙ୍କୁ ପେ ପ୍ୟାକେଜ୍ ପୁନର୍ଗଠନ କରିବାକୁ ପଡିପାରେ । NDTV ଅନୁଯାୟୀ, ନୂତନ ନିୟମ ଯାହାକି କୋଡ ଅନ ବେଜେଜ ୨୦୧୯ର ଅଂଶ ଅଟେ, ଆସନ୍ତା ଆର୍ଥିକ ବର୍ଷରୁ ଏପ୍ରିଲରୁ ଏହା କାର୍ଯ୍ୟକାରୀ ହୋଇପାରେ । ନୂତନ ନିୟମ ଅନୁଯାୟୀ, ଭତ୍ତା ଅଂଶ ମୋଟ ବେତନ କିମ୍ବା କ୍ଷତିପୂରଣର ୫୦ ପ୍ରତିଶତରୁ ଅଧିକ ହୋଇପାରିବ ନାହିଁ ଏବଂ ଏହାର ଅର୍ଥ ହେଉଛି ମୌଳିକ ଦରମା ଅତି କମରେ ୫୦ ପ୍ରତିଶତ ହେବା ଉଚିତ୍ ।

ଅଧିକ ପଢ଼ନ୍ତୁ:-ଚାଷୀ ଆନ୍ଦୋଳନର ଏହି ୫ ବଡ଼ ଚେହେରା, ଯେଉଁମାନେ ମୋଦି ସରକାରଙ୍କ ହଜାଇ ଦେଇଛନ୍ତି ନିଦ!

ଏହି ନିୟମ ପାଳନ କରିବାକୁ, ନିଯୁକ୍ତିଦାତାଙ୍କୁ ବେତନର ବେସିକ ପେ ଅଂଶ ବଢ଼ାଇବାକୁ ପଡିବ, ଯାହା ଦ୍ୱାରା ପ୍ରୋଭିଡେଣ୍ଟ ଫଣ୍ଡରେ କର୍ମଚାରୀଙ୍କ ଅବଦାନ ଏବଂ ଗ୍ରାଚ୍ୟୁଟି ପେମେଣ୍ଟରେ ଆନୁପାତିକ ବୃଦ୍ଧି ଘଟିବ । ଏଭଳି ପରିସ୍ଥିତିରେ କର୍ମଚାରୀମାନଙ୍କ ଅବସରକାଳୀନ ଅବଦାନ କମ୍ ଟେକ୍-ହୋମ ଦରମା ହେବାର କାରଣ ହେବ, କିନ୍ତୁ କର୍ମଚାରୀଙ୍କ ଅବସର ପାଣ୍ଠି ବୃଦ୍ଧି ପାଇବ ।

ଅଧିକ ପଢ଼ନ୍ତୁ:-କୋରୋନା ଟିକା 'ଫାଇଜର'କୁ ନେଇ ଆସିଲା ବହୁତ ବଡ଼ ଖରାପ ଖବର

ସମ୍ପ୍ରତି, ଅଧିକାଂଶ ବେସରକାରୀ କମ୍ପାନୀ ସମୁଦାୟ କ୍ଷତିପୂରଣର ଅଣ-ଭତ୍ତା ଅଂଶକୁ ୫୦ ପ୍ରତିଶତରୁ କମ୍ ଏବଂ ଭତ୍ତା ଅଂଶ ଅଧିକ ନିର୍ଦ୍ଧାରିତ କରିବାକୁ ପସନ୍ଦ କରନ୍ତି । ତଥାପି, ନୂତନ ମଜୁରୀ ନିୟମ ଲାଗୁ ହେବା ମାତ୍ରେ ଏହା ବଦଳିଯିବ । ଏହି ନିୟମ ଘରୋଇ କ୍ଷେତ୍ର କର୍ମଚାରୀଙ୍କ ବେତନକୁ ପ୍ରଭାବିତ କରିବାର ସମ୍ଭାବନା ଅଛି କାରଣ ସେମାନେ ସାଧାରଣତଃ ଅଧିକ ଭତ୍ତା ପାଇଥା’ନ୍ତି ।