କାବୁଲ: Taliban: ତାଲିବାନ (Taliban) ଆଫଗାନିସ୍ତାନ (Afghanistan) କୁ ନିୟନ୍ତ୍ରଣ କରିବା ଦିନଠାରୁ ସେଠାରେ ଥିବା ଲୋକଙ୍କ ଅଧିକାରର କଥା ସାମ୍ନାକୁ ଆସୁଛି । ଏହି ସମୟରେ ତାଲିବାନ ସରକାର (Taliban government) ମିଳିତ ଜାତିସଂଘ ସୁରକ୍ଷା ପରିଷଦ (United Nations Security Council) କୁ ଧମକ ଦେଉଛି । ଏକ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ତାଲିବାନ ଅଧିକାରୀମାନେ ଚେତାବନୀ ଦେଇଛନ୍ତି ଯେ, ଯଦି ସୁରକ୍ଷା ପରିଷଦ (UNSC) ର ନିଷ୍ପତ୍ତି ତାଲିବାନ ସପକ୍ଷରେ ନିଆ ନ ଯାଏ, ତେବେ ଏହା ଭଲ ହେବ ନାହିଁ ଏବଂ ଏହା କାହାର ହିତରେ ବିଚାର କରାଯିବ ନାହିଁ ।


COMMERCIAL BREAK
SCROLL TO CONTINUE READING

ପ୍ରକୃତରେ, ଖବର ସରବରାହ ସଂସ୍ଥା ANI ସୂତ୍ରରୁ ପ୍ରକାଶ ଯେ, ତାଲିବାନ ସରକାର (Taliban government) ଯାତ୍ରା ପ୍ରତିବନ୍ଧକରେ ରିହାତି ସମ୍ୱନ୍ଧରେ ଜାତିସଂଘ ସୁରକ୍ଷା ପରିଷଦ (UNSC) ସଦସ୍ୟ ରାଷ୍ଟ୍ର ମଧ୍ୟରେ ଅସହମତି ପରେ ଏହି ସଂସ୍ଥାକୁ ଚେତାବନୀ ଦେଇଛନ୍ତି । ତାଲିବାନ କହିଛି ଯେ, ଯଦି ସେମାନେ ଯାତ୍ରା ପ୍ରତିବନ୍ଧକରେ ରିହାତି ପ୍ରଦାନ କରିବାକୁ ମନା କରନ୍ତି ତେବେ ଏହି ନିଷ୍ପତ୍ତି ସେମାନଙ୍କୁ ଉତ୍ତେଜିତ କରିବ । ତେବେ ଏହା ପରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (United Nations Security Council) ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।


ରିପୋର୍ଟ ଅନୁଯାୟୀ, ତାଲିବାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅବଦୁଲ କହର ବଲଖୀ ଏକ ବୟାନ ଦେଇଛି ଯେ, ଦୋହା ଚୁକ୍ତିନାମା ଅନୁଯାୟୀ ତାଲିବାନ (Taliban) ବିରୋଧରେ ହୋଇଥିବା ସମସ୍ତ ପ୍ରତିବନ୍ଧକକୁ ରଦ୍ଦ କରାଯିବା ଉଚିତ । ଏଥିସହ ତାଲିବାନ ଅଧିକାରୀମାନେ ଚେତାବନୀ ଦେଇଛନ୍ତି ଯେ, ଯଦି ଯାତ୍ରା ପ୍ରତିବନ୍ଧକରେ ରିହାତିର ବୃଦ୍ଧି କରିବାକୁ ମନା କରିଦିଆଯାଏ ତେବେ ଏହି ନିଷ୍ପତ୍ତି ଉସୁକାଇବ । ଏହା ପରେ ପୁନର୍ବାର କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇପାରେ ।


ବାସ୍ତବରେ, ଜାତିସଂଘ ସୁରକ୍ଷା ପରିଷଦର ତିନିଜଣ ସ୍ଥାୟୀ ସଦସ୍ୟ ଆମେରିକା, ବ୍ରିଟେନ ଏବଂ ଫ୍ରାନ୍ସ ତାଲିବାନ ଅଧିକାରୀଙ୍କ ଉପରେ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇବାକୁ ଚାହୁଁଥିବାବେଳେ ଏହି ପରିଷଦର ଅନ୍ୟ ଦୁଇ ସ୍ଥାୟୀ ସଦସ୍ୟ ଋଷ ଓ ଚୀନ୍ ଏଥିରୁ କିଛି ତାଲିବାନ (Taliban) ଅଧିକାରୀଙ୍କୁ ଛୁଟ ଦେବା ସପକ୍ଷରେ ଅଛନ୍ତି । ସେହି ତାଲିବାନ ଅଧିକାରୀଙ୍କ ଯାତ୍ରା ରିହାତି ବୃଦ୍ଧି କରାଯିବ କି ନାହିଁ ସେ ନେଇ ପରିଷଦରେ ଏକ ଭୋଟ୍ ହେବ ।


ଏହା ବି ପଢ଼ନ୍ତୁ:-'ପିଏମ ମୋଦିଙ୍କ ପାଇଁ ୨୦୨୪ର ଖେଳ ହେବନାହିଁ ସହଜ', ଅଶୋକ ଗେହଲୋଟ୍ କହିଲେ ସବୁଠୁ ବଡ଼ ଚ୍ୟାଲେଞ୍ଜ ବିଷୟରେ...


ଏହା ବି ପଢ଼ନ୍ତୁ:-କିଏ ହେବେ ବିଜେପିର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ, ନଡ୍ଡାଙ୍କ କ’ଣ ହେବ? ଜାଣନ୍ତୁ କ'ଣ ରହିଛି ରାଜନୈତିକ ସମୀକରଣ


ଏହା ବି ପଢ଼ନ୍ତୁ:-ଗୁଜୁରାଟ ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧୀଙ୍କ କେନ୍ଦ୍ର ଓ PM ମୋଦିଙ୍କ ଉପରେ ଜୋରଦାର ଆକ୍ରମଣ, କଂଗ୍ରେସ ନେତା ପଚାରିଲେ ଏହି ୪ଟି ପ୍ରଶ୍ନ


ଏକ ତଥ୍ୟ ଏହା ମଧ୍ୟ ରହିଛି ଯେ ତାଲିବାନ (Taliban) ଯେଉଁ ଅଧିକାରୀଙ୍କ ପାଇଁ ଏହି ଦାବି କରୁଛି, ସେଥିରେ ୧୩ ଜଣଙ୍କ ନାମ ସାମିଲ ରହିଛି । କେବଳ ଏତିକି ନୁହେଁ, ଏହି ଆଫଗାନିସ୍ତାନ ତାଲିବାନ (Taliban) ଅଧିକାରୀଙ୍କ ପାଇଁ ଯାତ୍ରା ରିହାତି ଅଗଷ୍ଟ ୧୯ରେ ଶେଷ ହେବାର ଥିଲା । ଅନ୍ୟପକ୍ଷରେ, ଜାତିସଂଘର ସୁରକ୍ଷା ପରିଷଦ (UNSC) ଏହି ବିଷୟକୁ ନେଇ ଦ୍ୱନ୍ଦ୍ୱରେ ଅଛି ଯେ ଯାତ୍ରା ପ୍ରତିବନ୍ଧକ ଛାଡ କରାଯିବ କି ନାହିଁ ।