ଗୁଜୁରାଟ ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧୀଙ୍କ କେନ୍ଦ୍ର ଓ PM ମୋଦିଙ୍କ ଉପରେ ଜୋରଦାର ଆକ୍ରମଣ, କଂଗ୍ରେସ ନେତା ପଚାରିଲେ ଏହି ୪ଟି ପ୍ରଶ୍ନ
Advertisement
Article Detail0/zeeodisha/odisha1314570

ଗୁଜୁରାଟ ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧୀଙ୍କ କେନ୍ଦ୍ର ଓ PM ମୋଦିଙ୍କ ଉପରେ ଜୋରଦାର ଆକ୍ରମଣ, କଂଗ୍ରେସ ନେତା ପଚାରିଲେ ଏହି ୪ଟି ପ୍ରଶ୍ନ

Rahul Gandhi: ଗୁଜରାଟରେ କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ଡ୍ରଗ୍ସ ଚୋରା ଚାଲାଣକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଆକ୍ରମଣ କରି ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ପଚାରିଛନ୍ତି ଯେ, ସେ ଏହି ପ୍ରସଙ୍ଗରେ କେତେ ସମୟ ଚୁପ୍ ରହିବେ? 

ଗୁଜୁରାଟ ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧୀଙ୍କ କେନ୍ଦ୍ର ଓ PM ମୋଦିଙ୍କ ଉପରେ ଜୋରଦାର ଆକ୍ରମଣ, କଂଗ୍ରେସ ନେତା ପଚାରିଲେ ଏହି ୪ଟି ପ୍ରଶ୍ନ

ନୂଆଦିଲ୍ଲୀ: Rahul Gandhi: ଗୁଜୁରାଟ ନିର୍ବାଚନ (Gujarat Assembly Election 2022) ପୂର୍ବରୁ ରାଜ୍ୟରେ ରାଜନୈତିକ ପାରା ବଢ଼ିବାରେ ଲାଗିଛି । କଂଗ୍ରେସ (Congress) କେନ୍ଦ୍ର ଓ ଗୁଜୁରାଟ ସରକାର (Gujarat Govt) କୁ ଘେରିବା ଆରମ୍ଭ କରିଛି । ଏହି କ୍ରମରେ କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ତଥା କେରଳର ୱାୟନାଡରୁ ସାଂସଦ ରାହୁଲ ଗାନ୍ଧୀ (Rahul Gandhi) ପ୍ରଧାନମନ୍ତ୍ରୀ ମୋଦି (PM Narendra Modi) ଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି । ରାହୁଲ ଗାନ୍ଧୀ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ମୋଦି (PM Modi) ଙ୍କୁ ଅନେକ ପ୍ରଶ୍ନ ପଚାରିଛନ୍ତି । ସେ ନିଜ ଟ୍ୱିଟ୍ ମାଧ୍ୟମରେ ଲେଖିଛନ୍ତି ଯେ,  'ଗାନ୍ଧୀ-ପଟେଲଙ୍କ ପବିତ୍ର ଭୂମି'ରେ ଏତେ ପରିମାଣର ଡ୍ରଗ୍ (Drugs) ଚୋରା ଚାଲାଣ ମାମଲା କାହିଁକି ସାମ୍ନାକୁ ଆସୁଛି?

ଗତ କିଛି ମାସ ମଧ୍ୟରେ ଗୁଜୁରାଟରେ ବ୍ୟାପକ ପରିମାଣରେ ନିଶା ଦ୍ରବ୍ୟ ଓ ନିଶା ଦ୍ରବ୍ୟର ମାଫିଆ ଖବର ସାମ୍ନାକୁ ଆସୁଛି । ଯେଉଁଥିରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଭାରତୀୟ ଜନତା ପାର୍ଟି ଶାସିତ ରାଜ୍ୟରୁ ସମୟ ସମୟରେ କୋଟି କୋଟି ମୂଲ୍ୟର ଡ୍ରଗ୍ସ ଜବତ କରିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତୀୟ ଜନତା ପାର୍ଟି (BJP) କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଚାରିଛନ୍ତି ଯେ 'ଗାନ୍ଧୀ-ପଟେଲର ପବିତ୍ର ଭୂମି'ରେ ଏତେ ପରିମାଣର ଡ୍ରଗ୍ସ କାହିଁକି? କେନ୍ଦ୍ର ଦ୍ୱାରା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ କାହିଁକି?

ଗୁଜରାଟରେ କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ଡ୍ରଗ୍ସ ଚୋରା ଚାଲାଣକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଆକ୍ରମଣ କରି ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ପଚାରିଛନ୍ତି ଯେ, "ସେ ଏହି ପ୍ରସଙ୍ଗରେ କେତେ ସମୟ ଚୁପ୍ ରହିବେ? ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ଟ୍ୱିଟ୍ କରି କହିଛନ୍ତି ଯେ, ଗୁଜରାଟରେ ଡ୍ରଗ୍ସ ବ୍ୟବସାୟ କରିବା ସହଜ? ପ୍ରଧାନମନ୍ତ୍ରୀ ଜୀ, ଏହି ପ୍ରଶ୍ନଗୁଡିକର ଉତ୍ତର ଦିଅନ୍ତୁ । ହଜାରେ କୋଟି ମୂଲ୍ୟର ଡ୍ରଗ୍ ଗୁଜୁରାଟରେ ପହଞ୍ଚୁଛି । ଗାନ୍ଧୀ-ପଟେଲଙ୍କ ପବିତ୍ର ଭୂମିରେ ଏହି ବିଷ କିଏ ବିସ୍ତାର କରୁଛି?"

ଏହା ବି ପଢ଼ନ୍ତୁ:-ରାହୁଲ ଗାନ୍ଧୀଙ୍କ ଜାତକରୁ ଜାଣନ୍ତୁ ୨୦୨୪ରେ କିପରି ରହିବ କଂଗ୍ରେସର ପ୍ରଦର୍ଶନ

ଏହା ବି ପଢ଼ନ୍ତୁ:-ସର୍ଭେ: ପ୍ରଧାନମନ୍ତ୍ରୀ ଭାବରେ କେତେ ଲୋକଙ୍କ ପସନ୍ଦ କେଜ୍ରିୱାଲ, ଜାଣନ୍ତୁ ମୋଦିଙ୍କୁ କିଏ ଦେଉଛନ୍ତି ଟକ୍କର

ଏହା ବି ପଢ଼ନ୍ତୁ:-ଶସ୍ତା ସୁନା କିଣିବାର ସୁବର୍ଣ୍ଣ ସୁଯୋଗ, ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି ଏହି ସ୍କିମ୍; ଜାଣନ୍ତୁ କିଏ ଓ କିପରି କିଣିପାରିବେ ଗୋଲ୍ଡ

ବାରମ୍ବାର ଡ୍ରଗ୍ସ ଜବତ ସତ୍ତ୍ୱେ ବନ୍ଦରର ମାଲିକଙ୍କୁ କାହିଁକି ପଚରାଉଚରା କରାଯାଇ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । କାହିଁକି ଏନସିବି ଓ ଅନ୍ୟାନ୍ୟ ସରକାରୀ ଏଜେନ୍ସି ଗୁଜୁରାଟରେ 'ନାର୍କୋସ୍' ଚଳାଉଥିବା ଡ୍ରଗ୍ କାର୍ଟେଲଗୁଡିକୁ ଧରିବାରେ ସକ୍ଷମ ନୁହଁନ୍ତି? କେନ୍ଦ୍ର ଓ ଗୁଜୁରାଟ ସରକାରରେ ବସିଥିବା ସେହି ବ୍ୟକ୍ତିମାନେ କିଏ, ଯେଉଁମାନେ ମାଫିଆ 'ବନ୍ଧୁ'ମାନଙ୍କୁ ସୁରକ୍ଷା ଦେଉଛନ୍ତି? ଟ୍ୱିଟ୍ ଶେଷରେ ସେ ଲେଖିଛନ୍ତି, 'ପ୍ରଧାନମନ୍ତ୍ରୀ, ଆପଣ କେତେ ସମୟ ଚୁପ୍ ରହିବେ, ଆପଣଙ୍କୁ ଉତ୍ତର ଦେବାକୁ ପଡ଼ିବ' ।