କାବୁଲ: ଯୁଦ୍ଧଗ୍ରସ୍ତ ଆଫଗାନିସ୍ତାନରେ ମୁତୟନ ହୋଇଥିବା ସୈନ୍ୟବଳ ପ୍ରତ୍ୟାହାର କରିବା ପୂର୍ବରୁ ଚେତିଉଠିଛି ଯୁକ୍ତରାଷ୍ଟ୍ର ଆମେରିକା। ବିଗତ ୨୦ ବର୍ଷ ଧରି ଆଫଗାନ ମାଟିରେ ଆତଙ୍କବାଦ ବିରୋଧି ଲଢେଇ ଜାରି ରଖିଥିବା ଆମେରିକା ସେନା ପୁନର୍ବାର ଏହାର ରଣନୀତିକୁ ପରିବର୍ତ୍ତନ କରିଛି। ଏହି କ୍ରମରେ ପୁଣି ଥରେ ତାଲିବାନ ବିରୋଧି ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛି।


COMMERCIAL BREAK
SCROLL TO CONTINUE READING

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ବିଗତ ୩ ଦିନ ଧରି ଦେଶର ବିଭିନ୍ନ ପ୍ରାନ୍ତରେ ତାଲିବାନ ଆତଙ୍କବାଦୀଙ୍କ (Taliban Terrorist) ଉପରେ ବିମାନ ଆକ୍ରମଣ କରିଛି ଆମେରିକା (US Airstrike)। ଏହି କାର୍ଯ୍ୟାନୁଷ୍ଠାନରେ କାନ୍ଧାର ସହରରେ (Kandahar City) ୫ ଆତଙ୍କୀ ଟଳିପଡିଛନ୍ତି। ଅନ୍ୟପଟେ ଦେଶର ହେଲମଣ୍ଡ ପ୍ରଦେଶରେ (Helmand Province) ହୋଇଥିବା ହମଲାରେ ଆତଙ୍କବାଦୀଙ୍କ ଏକ ଗାଡି ଧ୍ୱଂସ ହୋଇଯାଇଛି।


Also Read: ଆକ୍ରମଣରୁ ବର୍ତ୍ତି ପାରିଲାନି Presidential Palace, Eid ପ୍ରାର୍ଥନା ବେଳେ Rocket ମାଡ


ସେହିପରି ୱାରଦାକ ପ୍ରଦେଶର ଆବାଦ ଜିଲ୍ଲାରେ ତାଲିବାନ ଆତଙ୍କବାଦୀ ବ୍ୟବହାର କରୁଥିବା ଆର୍ଟଲାରୀ ଗନ (Artillery Gun) ଆମେରିକା ପକ୍ଷରୁ ହୋଇଥିବା ଆକ୍ରମଣରେ ଧ୍ୱଂସ ହୋଇଯାଇଛି। ଏହାକୁ ଛାଡି଼ ୱାଲି କୋଟ୍ ଜିଲ୍ଲାରେ ଏହି ଆତଙ୍କୀ ଗୋଷ୍ଠୀ ବ୍ୟବହାର କରୁଥିବା ସାଞ୍ଜୁଆ ଗାଡି (Armored Humvee)ଯାହା ଯୁଦ୍ଧ କ୍ଷେତ୍ରରେ ବ୍ୟବ୍ୟହୃତ ହୋଇଥାଏ ତାହାକୁ ମଧ୍ୟ ଆକ୍ରମଣ କରି ଉଡାଇ ଦେଇଛି ଆମେରିକା ସେନା (US Army)।   


Also Read: Taliaban ଆତଙ୍କବାଦୀଙ୍କ ନରସଂହାର; ଟଳପଡିଲେ ୨୨ Afghan Commando


ଏ ଘଟଣାରେ ପ୍ରତିକ୍ରିୟା ରଖି ଆମେରିକୀ ପ୍ରତିରକ୍ଷା ସଚିବ (US Defense Secretary) ଲଏଡ଼ ଅଷ୍ଟିନ (Lloyd Austin) କହିଛନ୍ତି ଆତଙ୍କବାଦ ବିରୋଧି ଲଢେଇରେ ଆମେରିକା ଆଫଗାନିସ୍ତାନକୁ ଯଥାସମ୍ଭବ ସହଯୋଗ କରିବ। 


Also Read: Afghanistan ଦଖଲ କରିନେବ Taliban! ଦେଶ ଛାଡି ପଳାୟନ କରୁଛନ୍ତି Afghan Soldiers


ଗତ ୨୦୦୧ ସେପ୍ଟମ୍ବର ୧୧ ତାରିଖରେ ନ୍ୟୁୟର୍କସ୍ଥିତ ବିଶ୍ୱ ବାଣିଜ୍ୟ ସଙ୍ଗଠନ ଉପରେ ହୋଇଥିବା ଆକ୍ରମଣ ପରେ ଆତଙ୍କବାଦ ବିରୋଧି ଲଢେଇ ଆରମ୍ଭ କରିଥିଲା ଆମେରିକା। ଯାହା ଆଫଗାନିସ୍ତାନରେ ବିଗତ ୨୦ ବର୍ଷ ଧରି ଚାଲିଥିଲା। ଏହି ଆକ୍ରମଣର ୨୦ ବର୍ଷର ପୂର୍ତ୍ତି ଅବସରରେ ଆଫଗାନ ଠାରେ ଚାଲିଥିବା ଆତଙ୍କବାଦୀ ବିରୋଧି ଲଢେଇରେ (Afghan War on Terror) ସାମିଲ ହୋଇଥିବା ସୈନ୍ୟଙ୍କୁ ପ୍ରତ୍ୟାହାର କରିନେବାକୁ ଘୋଷଣା କରିଛି ଆମେରିକା।