ପୁଣି ଚର୍ଚ୍ଚାରେ ତେଜ ପ୍ରତାପ, ହସ୍ପିଟାଲ ଅଧୀକ୍ଷକ କହିଲେ - Go Outside
Advertisement
Article Detail0/zeeodisha/odisha917833

ପୁଣି ଚର୍ଚ୍ଚାରେ ତେଜ ପ୍ରତାପ, ହସ୍ପିଟାଲ ଅଧୀକ୍ଷକ କହିଲେ - Go Outside

ପ୍ରକୃତରେ ତେଜ ପ୍ରତାପ ଯାଦବ (Tej Pratap Yadav) ବୁଧବାର ହସ୍ପିଟାଲର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିବାକୁ SKMCH ପହଞ୍ଚିଥିଲେ । ଏହି ସମୟରେ ତାଙ୍କ ସମର୍ଥକଙ୍କ ମାନେ ସେଠାରେ ଭିଡ଼ ଜମାଇଥିଲା ।

ପୁଣି ଚର୍ଚ୍ଚାରେ ତେଜ ପ୍ରତାପ

ପାଟନା: ରାଷ୍ଟ୍ରିୟ ଜନତା ଦଳ ସଭାପତି ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ (Tej Pratap Yadav) ନିଜ କାର୍ଯ୍ୟକଳାପ ଯୋଗୁଁ ଅନେକ ସମୟରେ ହେଡଲାଇନରେ ରହିଥା’ନ୍ତି । ପୁଣି ଥରେ ଲାଲୁଙ୍କ ଲାଲ ଏବେ ଚର୍ଚ୍ଚାରେ ଅଛନ୍ତି କାରଣ ସେ ବିଭିନ୍ନ ଜିଲ୍ଲା ଗସ୍ତରେ ଯାଇ ହସ୍ପିଟାଲର (Hospital) ସ୍ୱାସ୍ଥ୍ୟବସ୍ଥା ଦେଖିବା ଓ ରାଜ୍ୟ ସରକାରଙ୍କ ତ୍ରୁଟି ବିଷୟରେ ଆଲୋକପାତ କରୁଛନ୍ତି । ଅବଶ୍ୟ ବେଳେବେଳେ ଏପରି ଘଟଣା ମଧ୍ୟ ଘଟେ ଯାହା ସୋସିଆଲ ମିଡିଆରେ (Social media) ଆଲୋଚନାର କେନ୍ଦ୍ର ବିନ୍ଦୁ ପାଲଟି ଯାଇଥାଏ । ଏଥରର ଘଟଣା ମୁଜାଫରପୁରର (Muzaffarpur) ଶ୍ରୀକୃଷ୍ଣ ସିଂ ମେଡିକାଲ କଲେଜ ଓ ହସ୍ପିଟାଲ SKMCH ସହ ଜଡିତ ।

ପ୍ରକୃତରେ ତେଜ ପ୍ରତାପ ଯାଦବ (Tej Pratap Yadav) ବୁଧବାର SKMCH ଯାଞ୍ଚ କରିବାକୁ ଯାଇଥିଲେ । ଏହି ସମୟରେ ତାଙ୍କ ସମର୍ଥକ ମାନେ ସେଠାରେ ଭିଡ଼ ଜମାଇଥିଲା । ଗୋଟିଏ ପଟେ କରୋନା ସଂକ୍ରମଣର (Corona infection) ବିପଦ ଓ ଅନ୍ୟପଟେ ସେହି ହସ୍ପିଟାଲ କୋଭିଡ ୱାର୍ଡର (Covid ward) ଉପସ୍ଥିତି ପାଇଁ ଏହା ଏକ ବଡ଼ ବିପଦ ଥିଲା । ଏଭଳି ପରିସ୍ଥିତିରେ ବହୁ ସଂଖ୍ୟାରେ ଲୋକ ଏକାଠି ହେଉଥିବାରୁ ହସ୍ପିଟାଲ କର୍ମଚାରୀଙ୍କ ହାତ ଓ ଗୋଡ ଫୁଲି ଯାଇଥିଲା । ଶୀଘ୍ର ହସ୍ପିଟାଲର କର୍ମଚାରୀମାନେ ବାହାରକୁ ଯିବାକୁ ଲୋକଙ୍କୁ ନିବେଦନ କରିଥିଲେ ମଧ୍ୟ କେହି ତାଙ୍କ କଥା ଶୁଣି ନ ଥିଲେ । ତେଜ ପ୍ରତାପଙ୍କ ସମର୍ଥକମାନେ ହସ୍ପିଟାଲ ଭିତରେ ରହିଥିଲେ ।

ଅଧିକ ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରି ଏହି ସବୁ କହିଗଲେ ସଞ୍ଜୟ ରାଉତ

ହସ୍ପିଟାଲର ଅଧୀକ୍ଷକ ନିଜେ ଏହାର ନେତୃତ୍ୱ ନେଇଥିଲେ
ବଢୁଥିବା ଲୋକମାନଙ୍କ ଭିଡ ସହିତ ପରିସ୍ଥିତି ନିୟନ୍ତ୍ରଣରୁ ବାହାରକୁ ଯାଉଥିବା ଦେଖି ହସ୍ପିଟାଲ ଅଧୀକ୍ଷକ (Superintendent of the hospital) ନିଜେ ନିଜ କୋଠରୀରୁ ବାହାରି ଆରଜେଡି ସମର୍ଥକମାନଙ୍କୁ କରୋନା ପ୍ରୋଟୋକଲ୍ ଓ ରୋଗୀଙ୍କ ଜୀବନ ବିଷୟରେ ଉଲ୍ଲେଖ କରି ହସ୍ପିଟାଲ ବିଲ୍ଡିଂ ଛାଡ଼ିବାକୁ ଅନୁରୋଧ କରିଥିଲେ । ଏହା ପରେ ନିଜେ ମାଇକ୍ ଧରି Go Outside from the Building କହିଥିଲେ । ସେତେବେଳକୁ ତେଜ ପ୍ରତାପ ହସ୍ପିଟାଲରେ ପ୍ରବେଶ କରି ସାରିଥିଲେ ଓ ରୋଗୀଙ୍କ ଚିକିତ୍ସା ବିଷୟରେ ସୂଚନା ସଂଗ୍ରହ କରୁଥିଲେ ।

ଅଧିକ ପଢ଼ନ୍ତୁ: LPG ଗ୍ରାହକଙ୍କୁ ଆଶ୍ବସ୍ତି! ବର୍ତ୍ତମାନ କୌଣସି ଡିଷ୍ଟ୍ରିବ୍ୟୁଟର ଠାରୁ ଭରିପାରିବେ ସିଲିଣ୍ଡର, ଏହା ହେଉଛି ଉପାୟ

ଯଦିଓ ହସ୍ପିଟାଲ ଅଧୀକ୍ଷକ (Superintendent of the hospital) ଏ ବିଷୟରେ କହିଛନ୍ତି, ମୋତେ କେବଳ ତେଜ ପ୍ରତାପଙ୍କ ଆଗମନ ବିଷୟରେ ଅବଗତ କରାଯାଇଥିଲା, କୌଣସି ଅନୁମତି ନିଆଯାଇନଥିଲା । ଏପରି ଭିଡ଼ ହସ୍ପିଟାଲ ଭିତରକୁ ଆସିବା ନିୟମର ବାହାର ଅଟେ । ସେଥିପାଇଁ ମୁଁ ଲୋକମାନଙ୍କୁ ବାହାରକୁ ଯିବାକୁ ଅନୁରୋଧ କରିଥିଲି । ଯେତେବେଳେ ଏହା ବିଷୟରେ ଅଭିଯୋଗ କରିବା ବିଷୟରେ ପଚରାଗଲା, ସେ କହିଥିଲେ ଯେ ମୁଁ ଏପର୍ଯ୍ୟନ୍ତ କିଛି ଚିନ୍ତା କରି ନାହିଁ । ତେବେ ତେଜ ପ୍ରତାପଙ୍କ ବିରୋଧରେ ଅଭିଯୋଗ କରାଯିବ କି ନାହିଁ ତାହା ଜଣା ପଡିନାହିଁ, କିନ୍ତୁ ତାଙ୍କର ଏହି କାର୍ଯ୍ୟ ନିଶ୍ଚିତ ଭାବରେ ମିଡିଆ ହେଡଲାଇନରେ ପରିଣତ ହୋଇଛି ।