ମଧ୍ୟାହ୍ନ ଭୋଜନ ଖାଇ ୩୨ ଛାତ୍ରଛାତ୍ରୀ ଅସୁସ୍ଥ, ପ୍ରଧାନଶିକ୍ଷକ ନିଲମ୍ବିତ
Advertisement

ମଧ୍ୟାହ୍ନ ଭୋଜନ ଖାଇ ୩୨ ଛାତ୍ରଛାତ୍ରୀ ଅସୁସ୍ଥ, ପ୍ରଧାନଶିକ୍ଷକ ନିଲମ୍ବିତ

ନିର୍ମଲ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ରବିନ୍ଦ୍ର ରେଡ୍ଡୀ କହିଛନ୍ତି ଯେ, ମଧ୍ୟାହ୍ନ ଭୋଜନ ପରେ ଅସୁସ୍ଥ ହୋଇଥିବା ୩୨ ଜଣ ଛାତ୍ରଙ୍କୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ତୁରନ୍ତ ଚିକିତ୍ସା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କୁ ନଜରରେ ରଖାଯାଇଛି ଏବଂ ସମସ୍ତେ ବିପଦ ମୁକ୍ତ ଅଛନ୍ତି।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ସରକାରୀ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇବା ପରେ ଶୁକ୍ରବାର ୩୨ ଛାତ୍ର ଅସୁସ୍ଥ ହୋଇପଡିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ (DEO) ଡ. ରବିନ୍ଦ୍ର ରେଡ୍ଡୀ କହିଛନ୍ତି ଯେ ନିର୍ମଲ ଜିଲ୍ଲାର ଦିମଦୁର୍ଥୀ ଗ୍ରାମରେ ଅବସ୍ଥିତ ମଣ୍ଡଳ ପରିଷଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମୋଟ ୧୧୪ ଜଣ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନରେ ରନ୍ଧା ହୋଇଥିବା ଖାଦ୍ୟ ଖାଇଥିଲେ, ସେଥିମଧ୍ୟରୁ ୩୨ ଜଣ ଅସୁସ୍ଥ ହୋଇପଡିଥିଲେ।

ନିର୍ମଲ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ରବିନ୍ଦ୍ର ରେଡ୍ଡୀ କହିଛନ୍ତି ଯେ, ମଧ୍ୟାହ୍ନ ଭୋଜନ ପରେ ଅସୁସ୍ଥ ହୋଇଥିବା ୩୨ ଜଣ ଛାତ୍ରଙ୍କୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ତୁରନ୍ତ ଚିକିତ୍ସା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କୁ ନଜରରେ ରଖାଯାଇଛି ଏବଂ ସମସ୍ତେ ବିପଦ ମୁକ୍ତ ଅଛନ୍ତି। ଡିଇଓଙ୍କ ରିପୋର୍ଟରେ ଜିଲ୍ଲା ମାଜିଷ୍ଟ୍ରେଟ ମୁଶାରଫ ଫାରୁକି, ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି। ଡିଏଓ କହିଛି ଯେ ଖାଦ୍ୟ ଯୋଗାଣ ପାଇଁ ଚୁକ୍ତିନାମା ଦିଆଯାଇଥିବା ଏଜେନ୍ସିର ଚୁକ୍ତିନାମା ବାତିଲ କରାଯାଇଛି।

Also Read: ୩୧ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା: ଘନଶ୍ୟାମ ମହାପାତ୍ର ପାଇବେ ଜୟଦେବ ପୁରସ୍କାର

ମଧ୍ୟାହ୍ନ ଭୋଜନ ଖାଇବା ପରେ ସ୍କୁଲ ପିଲାମାନଙ୍କର ସ୍ୱାସ୍ଥ୍ୟ ଖରାପ ହେବାପରେ ଏହା ପ୍ରଥମ ଘଟଣା ନୁହେଁ। କିଛି ଦିନ ପୂର୍ବରୁ ହରିୟାଣାର କର୍ଣ୍ଣଲରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଥିଲା। ଏହି ଘଟଣାଗୁଡ଼ିକ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାର ଖୁଲାସା କରୁଛି। କିଛି ସମୟ ପୂର୍ବରୁ ଶିଶୁମାନଙ୍କ ସୁରକ୍ଷା ପ୍ରସଙ୍ଗରେ ବିଦ୍ୟାଳୟଗୁଡ଼ିକର ଉତ୍ତରଦାୟିତ୍ୱକୁ ସୁଧାରିବା ପାଇଁ କେନ୍ଦ୍ର ଏକ ନୂତନ ଗାଇଡ୍ ଲାଇନ୍ ଜାରି କରିଥିଲା। ନିର୍ଦ୍ଦେଶାବଳୀ ପାଳନ କରିବାରେ ବିଫଳ ହେଲେ ଜରିମାନା ହୋଇପାରେ। ଏପରିକି ବିଦ୍ୟାଳୟଗୁଡ଼ିକର ମାନ୍ୟତା ବାତିଲ କରାଯାଇପାରେ। 

ବୋଲି ନିର୍ଦ୍ଦେଶାବଳୀରେ କୁହାଯାଇଥିଲା ଯେ, ବିଦ୍ୟାଳୟଗୁଡ଼ିକୁ ଏକ ସୁରକ୍ଷିତ ଭିତ୍ତିଭୂମି ଯୋଗାଇବା, ଠିକ୍ ସମୟରେ ଚିକିତ୍ସା ସହାୟତା ଯୋଗାଇବା, ଛାତ୍ରଛାତ୍ରୀଙ୍କ ଦ୍ୱାରା କରାଯାଇଥିବା ଅଭିଯୋଗ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଭୟଭୀତତା, ଶାରୀରିକ ଦଣ୍ଡ, ଭେଦଭାବ ଏବଂ ନିଶା ନିବାରଣ, ଏବଂ COVID-19 ନିର୍ଦ୍ଦେଶନାମାକୁ କଠୋର ପାଳନ କରିବାକୁ ପଡ଼ିବ।

Also Read: ମିଛୁଆଙ୍କ ସର୍ଦାର ଇମ୍ରନ ଖାନ! ଭାରତର ପେଟ୍ରୋଲ ମୂଲ୍ୟକୁ ନେଇ ଦେଲେ ଏମିତି ବୟାନ

ସୂଚନାଯୋଗ୍ୟ, ସ୍କୁଲ ପିଲାମାନଙ୍କୁ ଖାଇବାକୁ ଦେବା ପାଇଁ ଯୋଜନା ଅଛି। ଏହି ଯୋଜନା ୧୫ ଅଗଷ୍ଟ ୧୯୯୫ରେ ଆରମ୍ଭ ହୋଇଥିଲା। ଏହାର ଉଦ୍ଦେଶ୍ୟ ଥିଲା ବିଦ୍ୟାଳୟରେ ପଢୁଥିବା ପିଲାମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ଏବଂ ପିଲାମାନଙ୍କୁ ବିଦ୍ୟାଳୟକୁ ପଠାଇବା ପାଇଁ ସେମାନଙ୍କ ପିତାମାତାଙ୍କୁ ଉତ୍ସାହିତ କରିବା। ଏହି ଯୋଜନା କେବଳ ସରକାରୀ ବିଦ୍ୟାଳୟତଥା ମଦ୍ରାସା ପାଇଁ ମଧ୍ୟ ଉପଲବ୍ଧ। ଏହି ଯୋଜନାରେ ସରକାରୀ ରିପୋର୍ଟ ଅନୁଯାୟୀ ୧,୨୬୫,୦୦୦ରୁ ଅଧିକ ବିଦ୍ୟାଳୟ ଏବଂ ଅନ୍ୟାନ୍ୟ ସରକାରୀ କେନ୍ଦ୍ରରେ ୧୨୦,୦୦୦,୦୦୦ରୁ ଅଧିକ ପିଲାଙ୍କୁ ମାଗଣା ଖାଦ୍ୟ ଯୋଗାଇବାରେ ଏକ ରେକର୍ଡ ସୃଷ୍ଟି ହୋଇଛି।