Terrorists attack: ସେନା କ୍ୟାମ୍ପ ( ପିକେଟ୍) ଉପରେ ଆତଙ୍କବାଦୀ ମାନେ ଏହି ଆକ୍ରମଣ କରିଥିଲେ। ଜବାବରେ ଗୁଳି ବିନିମୟ ଜାରି ରହିଛି। ପ୍ରତିରକ୍ଷା ମୁଖପାତ୍ର ଲ୍ୟୁଟନାଣ୍ଟ କର୍ଣ୍ଣେଲ ସୁନୀଲ ବର୍ତ୍ତଓ୍ୱାଲ୍ କହିଛନ୍ତି, ଏକ ବଡ଼ ଧରଣର ଆକ୍ରମଣ ଆଜି ସକାଳେ ହୋଇଛି। ଏହାର ଜବାବରେ ସେନା ପାକ୍ଷରୁ ଅପରେସନ୍ ଜାରି ରହିଛି।
Trending Photos
Terrorists attack: ଜମ୍ମୁ କଶ୍ମୀରର ରଜୌରୀଠାରେ ଆଜି ସକାଳେ ଏକ ବଡ଼ ଧରଣର ଆକ୍ରମଣ ହୋଇଛି। ସେନା କ୍ୟାମ୍ପ ( ପିକେଟ୍) ଉପରେ ଆତଙ୍କବାଦୀ ମାନେ ଏହି ଆକ୍ରମଣ କରିଥିଲେ। ଜବାବରେ ଗୁଳି ବିନିମୟ ଜାରି ରହିଛି। ପ୍ରତିରକ୍ଷା ମୁଖପାତ୍ର ଲ୍ୟୁଟନାଣ୍ଟ କର୍ଣ୍ଣେଲ ସୁନୀଲ ବର୍ତ୍ତଓ୍ୱାଲ୍ କହିଛନ୍ତି, ଏକ ବଡ଼ ଧରଣର ଆକ୍ରମଣ ଆଜି ସକାଳେ ହୋଇଛି। ଏହାର ଜବାବରେ ସେନା ପାକ୍ଷରୁ ଅପରେସନ୍ ଜାରି ରହିଛି।
Major terror attack on Army picket in remote village of Rajouri thwarted. Firing underway. More details awaited: PRO Defence Jammu pic.twitter.com/dOjh25MQZU
— ANI (@ANI) July 22, 2024
ଶନିବାର ଦିନ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଏହି ଅଞ୍ଚଳରେ ସୁରକ୍ଷା ସମୀକ୍ଷା କରିଥିଲେ। ପୁଲିସ, ପାରାମିଲିଟାରୀ ଏବଂ ଗୁଇନ୍ଦା ସଂସ୍ଥାଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଗୁରୁବାର ଦିନ ମଧ୍ୟ ଡୋଡା ଜିଲ୍ଲାରେ ଏକ ଆକ୍ରମଣ ହେବାରୁ ୨ଜଣ ସେନା କର୍ମଚାରୀ ଶହୀଦ ହୋଇଥିଲେ।