ୟୁରୋପ ମହାଦେଶରେ ଶୁଭିଲା ମହାଯୁଦ୍ଧର ପଦଧ୍ୱନି: ଋଷିଆ-ୟୁକ୍ରେନ କିଏ କାହାକୁ କରିବ ସମର୍ଥନ
୧୯୯୧ ମସିହାରେ ସୋଭିଏତ୍ ସଂଘର ବିଭାଜନ ପରେ ୟୁକ୍ରେନ ସ୍ୱାଧିନତା ହାସଲ କରିବା ଋଷିଆ ପ୍ରଭାବ କବଳରୁ ମୁକ୍ତ ହେବା ପାଇଁ ଚେଷ୍ଟା କରିଥିଲା।
ୱାଶିଂଟନ: କୋରୋନା ସଙ୍କଟ ମଧ୍ୟରେ ୟୁରୋପ ମହାଦେଶରେ ଶୁଭିଲାଣି ମହାଯୁଦ୍ଧର ପଦଧ୍ୱନି। ଦୁଇ ୟୁରୋପୀୟ ଦେଶ ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା କ୍ରମାଗତ ଭାବେ ବଢିବାରେ ଲାଗିଛି। ଆମେରିକା ନେତୃତ୍ୱାଧିନ ନାଟୋ ଦେଶର ଚେତାବନୀ ସତ୍ତ୍ୱେ ଋଷିଆ ଏହାର ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ କରିନାହିଁ। ଅନ୍ୟପଟେ ସୀମାରେ ଋଷିଆ ସୈନ୍ୟଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏକ ଆକଳନ ଅନୁଯାୟୀ ସୀମାରେ ଟ୍ୟାଙ୍କ ଏବଂ ତୋପ ସହିତ ୧ ଲକ୍ଷ ସୈନିକ ମୁତୟନ ହୋଇଛନ୍ତି। ଆସନ୍ତା ଜାନୁୟାରୀ ଶେଷ ସୁଦ୍ଧା ଏହାର ସଂଖ୍ୟା ୧.୭୫ ଲକ୍ଷକୁ ବୃଦ୍ଧି ପାଇପାରେ।
ଆମେରିକା ରାଷ୍ଟ୍ରପତି ବାଇଡେନ (USA President Biden) ସ୍ପଷ୍ଟ କରିଛନ୍ତି ଯେ ଯଦି ଋଷିଆ (Russia) ୟୁକ୍ରେନ (Ukraine) ଉପରେ ଆକ୍ରମଣ କରେ ତାହେଲେ ଏଥିପାଇଁ ବହୁମୂଲ୍ୟ ଦେବାକୁ ହେବ। ଏହି ଯୁଦ୍ଧରେ ଆମେରିକା ୟୁକ୍ରେନକୁ ସମର୍ଥନ କରିବ। ଗତ ୯ ତାରିଖରେ ରାଷ୍ଟ୍ରପତି ବାଇଡେନ ୟୁକ୍ରେନ ପ୍ରତିପକ୍ଷ (Ukraine President) ଭୋଲୋଡିମିର ଜେଲେନସ୍କିଙ୍କ (Volodymyr Zelenskiy ) ସହ ପ୍ରାୟ ୯୦ ମିନିଟ ଧରି କଥା ହୋଇଥିଲେ ଏବଂ ତାଙ୍କୁ ନିଶ୍ଚିତ କରିଥିଲେ ଯେ ଆମେରିକା ୟୁକ୍ରେନ ସହିତ ରହିଛି। କେବଳ ଏତିକି ନୁହେଁ ଆମେରିକାର ରାଷ୍ଟ୍ରପତି ଉତ୍ତର ଆଟଲାଣ୍ଟିକ୍ ଚୁକ୍ତି ସଙ୍ଗଠନ (North Atlantic Treaty Organization) ନାଟୋ (NATO) ଦେଶ ସହିତ ମଧ୍ୟ ଆଲୋଚନା କରିଛନ୍ତି।
ଯଦି ଋଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ହୁଏ (Russia-Ukraine War) ତାହେଲେ ଏହା ଦୁଇ ଦେଶ ମଧ୍ୟରେ ସୀମିତ ହୋଇରହିବ ନାହିଁ। ବର୍ତ୍ତମାନର ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିରେ ୟୁକ୍ରେନ ପଲ୍ଲା ଋଷିଆ ତୁଳନାରେ ଭାରୀ ରହିଥିବା ଜଣାପଡୁଛି। ଯୁଦ୍ଧ ହେଲେ ୟୁକ୍ରେନ ସପକ୍ଷରେ ବୁକାରେଷ୍ଟ ୯ ଅର୍ଥାତ ରୋମାନିଆ, ପୋଲାଣ୍ଡ, ହଙ୍ଗେରୀ, ଚେକ ଗଣରାଜ୍ୟ, ସ୍ଲୋଭାକିଆ, ଏଷ୍ଟୋନିଆ, ଲାଟିଭିଆ, ଲିଥୁଆନିଆ ଭଳି ୟୁରୋପୀୟ ରାଷ୍ଟ୍ର ସମେତ ଆମେରିକା ନେତୃତ୍ୱାଧିନ ନାଟୋ ସଦସ୍ୟ ଫ୍ରାନ୍ସ,, ଜର୍ମାନୀ ଭଳି ଦେଶ ସମର୍ଥନ ଘୋଷଣା କରିପାରନ୍ତି।
Also Read:Russia Threatens Western World: ପରମାଣୁ ଆକ୍ରମଣକୁ ନେଇ ମୁହାଁମୁହିଁ ଋଷ-ଆମେରିକା
ଏ ପ୍ରସଙ୍ଗରେ ୟୁରୋପୀୟ ସଂଘ ନେତା ବେଲଜିୟମ ରାଜଧାନୀ ବ୍ରସେଲ୍ସ ଠାରେ ଏକ ବୈଠକ କରିଥିଲେ। ବୈଠକରେ ଋଷିକୁ ସୀମାରେ ଉତ୍ତେଜନା ହ୍ରାସ କରିବାକୁ ଏବଂ ଆକ୍ରମଣାତ୍ମକ ଭାଷଣ ଦେବାରୁ ଦୂରେଇ ରହିବାକୁ କୁହାଯାଇଥିଲା। ଏହା ସହ ମସ୍କୋ ଉପରେ ପ୍ରତିବନ୍ଧକ ଲଗାଇବା ଭଳି ନିଷ୍ପତ୍ତି ବିଷୟରେ ଆଲୋଚନା ହୋଇଥିଲା।
ସୀମାରେ ଉତ୍ତେଜନା ସୃଷ୍ଟି କରିବାକୁ ନେଇ ନାଟୋ ମଧ୍ୟ ଋଷିଆ ଉପରେ ତାତି ଉଠିଛି। ନିକଟରେ ନାଟୋ ମହାସଚିବ (NATO Secretary General) ଜେନ୍ସ ଷ୍ଟୋଲଟେନବର୍ଗ (Jens Stoltenberg) ସୀମାରେ ସୈନ୍ୟ ବଳ ନିୟୋଜିତ କରିବାକୁ ନେଇ ଋଷିଆକୁ ସମାଲୋଚନା କରିବା ସହ ଉତ୍ତେଜନା ସୃଷ୍ଟି କରିବା ଭଳି କାର୍ଯ୍ୟକୁ ବନ୍ଦ କରିବା ପାଇଁ ମସ୍କୋ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟର ବୋଲି କହିଛନ୍ତି। ନାଟୋ ସଙ୍ଗଠନ ୟୁକ୍ରେନକୁ ସ୍ଥାନ ଦେବା ହେଉଥିବା ପ୍ରୟାସକୁ ନେଇ ଋଷିଆ କ୍ରୋଧିତ ହୋଇଉଠିଛି। ଋଷିଆ ଭୟ କରୁଛି ଯେ ଯଦି ୟୁକ୍ରେନ ନାଟୋ ସଦସ୍ୟ ହୁଏ ତାହେଲେ ଏହାର ସୀମାରେ ନାଟୋ ସାମରିକ ଘାଟି ପ୍ରତିଷ୍ଠା କରିପାରେ।। ହେଲେ ଏହା ଦ୍ୱାରା ପାଇଁ କୌଣସି ବିପଦ ସୃଷ୍ଟି ହେବ ନାହିଁ ବୋଲି ଋଷିଆ ଉଦ୍ଦେଶ୍ୟରେ କହିଛନ୍ତି ନାଟୋ ମହାସଚିବ।
Also Read: War on Preparation: ୟୁକ୍ରେନ୍-ଚେଚେନ୍-ତାଲିବାନ୍ ସହ ଲଢିବେ ଋଷିଆନ୍
ୟୁକେନ୍ର ସହ ସାମ୍ଭାବ୍ୟ ଯୁଦ୍ଧରେ ଋଷିଆକୁ ସେପରି କୌଣସି ବଡ଼ ଦେଶର ସମର୍ଥନ ମିଳିବା ଭଳି ସମ୍ଭାବନା ନାହିଁ। ଶେଷ ମୁହୂର୍ତ୍ତରେ ଚୀନ୍ ନିଶ୍ଚିତ ଭାବେ କିଛି କରିପାରେ। ଯଦିଓ ଏ ପ୍ରସଙ୍ଗରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Russian President Vladimir Putin) ତାଙ୍କର ଚୀନ ପ୍ରତିପକ୍ଷ ସି ଜିନପିଙ୍ଗଙ୍କ (Chinese President President Xi Jinping ) ସହ କଥା ହୋଇଥିଲେ। ଏହି ବାର୍ତ୍ତାଳାପରେ ଜିନପିଙ୍ଗ ପୁଟିନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ସେ ପାଶ୍ଚାତ୍ୟ ଦେଶର ଦାଦାଗିରି ବିରୁଦ୍ଧରେ ତାଙ୍କ ସହ ଠିଆ ହୋଇଛନ୍ତି।
ଋଷିଆ-ୟୁକ୍ରେନ ମଧ୍ୟରେ ବିବାଦ ହେଉଛି ବହୁତ ପୁରୁଣା | ୟୁକ୍ରେନ ଏକଦା ଋଷୀୟ ସାମ୍ରାଜ୍ୟର ଅଂଶବିଶେଷ ଥିଲା। ହେଲେ ୧୯୯୧ ମସିହାରେ ସୋଭିଏତ୍ ସଂଘର ବିଭାଜନ ପରେ ୟୁକ୍ରେନ ସ୍ୱାଧିନତା ହାସଲ କରିବା ଋଷିଆ ପ୍ରଭାବ କବଳରୁ ମୁକ୍ତ ହେବା ପାଇଁ ଚେଷ୍ଟା କରିଥିଲା। ଏଥିପାଇଁ ୟୁକ୍ରେନ ପାଶ୍ଚାତ୍ୟ ଦେଶଙ୍କ ସହିତ ଘନିଷ୍ଠତା ବଢାଇବାରେଲା। ଭିକ୍ଟର ୟାନୁକୋଭିକ୍ ୟୁକ୍ରେନର ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ ଋଷିଆ କଥିତ ବିଚ୍ଛିନ୍ନତାବାଦୀଙ୍କ ସହାୟତାରେ ୟୁକ୍ରେନର କ୍ରୀମିୟା ଉପଦ୍ୱୀପକୁ ଦଖଲ କରି ନେଇଥିଲା। ୟାନୁକୋଭିକ ଋଷିଆ ସପକ୍ଷବାଦୀ ନେତା ଥିଲେ ଏବଂ ଏହି କାରଣରୁ ଦେଶରେ ତାଙ୍କ ବିରୁଦ୍ଧରେ ଅସନ୍ତୋଷ ବଢିବାକୁ ଲାଗିଲା।
Also Read: Warship ରୋକିବାକୁ Russia ପକ୍ଷରୁ ବୋମାମାଡ; ଜବାବ ଦେଲା Britain
ୟୁକ୍ରେନ ଏବଂ ପାଶ୍ଚାତ୍ୟ ଦେଶ ପକ୍ଷରୁ କୁହାଯାଇଛି ଋଷିଆ କ୍ରୀମିୟା ଉପଦ୍ୱୀପର ବିଚ୍ଛିନ୍ନତାବାଦୀଙ୍କୁ ସହାୟତାର ପ୍ରଦାନ କରି ସ୍ଥାନୀୟ ସରକାରଙ୍କୁ ଅସ୍ଥିର କରିବାକୁ କାର୍ଯ୍ୟ କରୁଛି। ହେଲେ ଋଷିଆ ଏହି ଅଭିଯୋଗକୁ ଅସ୍ୱୀକାର କରିଛି। ଗତ ୨୦୧୪ ବର୍ଷରେ ହୋଇଥିବା ଏକ ବିମାନ ଦୁର୍ଘଟଣା ପାଇଁ ଋଷିଆ ସମଗ୍ର ବିଶ୍ୱର ଟାର୍ଗେଟକୁ ଆସିଥିଲା। ୨୦୧୪ ଜୁଲାଇ ୧୭ ତାରିଖ ପୂର୍ବ ୟୁକ୍ରେନ ଠାରେ କୁଆଲାଲାମ୍ପୁର ଅଭିମୁଖେ ଯାଉଥିବା ମାଲେସିଆ ଏୟାରଲାଇନ୍ସ ଦ୍ୱାରା ପରିଚାଳିତ ଏକ ବିମାନକୁ ଗୁଳି କରି ଆକ୍ରମଣ କରାଯାଇଥିଲା। ଏହି ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ୨୯୮ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଏନେଇ ଅଭିଯୋଗ ହୋଇଥିଲା ଋଷିଆ ସମର୍ଥିତ ବିଦ୍ରୋହୀ ସେମାନଙ୍କ ନିୟନ୍ତ୍ରଣାଧିନ ଅଞ୍ଚଳରୁ ଏକ ଋଷୀୟ କ୍ଷେପଣାସ୍ତ୍ର ସହାୟତାରେ ଏହି ବିମାନ ଉପରେ ଆକ୍ରମଣ କରିଥିଲେ। ଆମେରିକା ନେତୃତ୍ୱାଧିନ ପାଶ୍ଚାତ୍ୟ ଦେଶ ଋଷିଆ ଉପରେ ସମସ୍ତ ପ୍ରତିବନ୍ଧକ ଲଗାଇଛନ୍ତି। ଏହି କାରଣରୁ ଏହା ଚାପର ରଣନୀତି ଅନୁଯାୟୀ ୟୁକ୍ରେନ ପ୍ରସଙ୍ଗକୁ ଉତ୍ତେଜିତ କରୁଛି ଋଷିଆ।